ସିନ୍ଦୂର ଖେଳି ମା' ମହାମାୟାଙ୍କୁ ବିଦାୟ ଦେଲେ ଶ୍ରଦ୍ଧାଳୁ

By ETV Bharat Odisha Team

Published : Oct 25, 2023, 9:19 PM IST

thumbnail

ରାଉରକେଲା: ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା' ଜଗତଜନନୀ । ଏନେଇ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ସହରରେ ଧୁମଧାମରେ ମା'ଙ୍କୁ ମେଲାଣୀ ଦେବା ସହ ସିନ୍ଦୂର ଖେଳ ପାଳନ କରାଯାଇଥିଲା । ରାଉରକେଲା ସହରର ବିଭିନ୍ନ ପେଣ୍ଡାଲରେ ଦୁର୍ଗାପୂଜା ମଣ୍ଡପରେ ଏହି ସିନ୍ଦୂର ଖେଳ ପରମ୍ପରା ବର୍ଷ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଏହାର ସ୍ବତନ୍ତ୍ରତା ଆଜି ମଧ୍ୟ ବଜାୟ ରହିଛି । ସଧବା ମହିଳାମାନେ ମା'ଙ୍କୁ ପୂଜା କରି ନିଜର ବୈବାହିକ ଜୀବନର ସଫଳ ଏବଂ ସୁରକ୍ଷା ପାଇଁ ଏହି ଖେଳ ଖେଳିଥାଆନ୍ତି । 

ପ୍ରତିବର୍ଷ ମା'ଙ୍କ ମେଳଣ ଯାତ୍ରା ତିଥିରେ ବଙ୍ଗୀୟ ପରମ୍ପରାରେ ମା' ଦୁର୍ଗାଙ୍କୁ ମେଳାଣୀ ଦେବା ପୂର୍ବରୁ ଏହି  ସିନ୍ଦୂର ଖେଳ ଖେଳିଥାନ୍ତି । ତେବେ ମା'ଙ୍କ ଭକ୍ତିରେ ବିଲୀନ ହୋଇ ସମସ୍ତ ସଧବା ମହିଳାମାନେ ଆଜି ସିନ୍ଦୁର ଖେଳ ଖେଳିଥିଲେ ।  ଆସନ୍ତା ବର୍ଷ ମା' କରୁଣାମୟୀ ପୁଣି ଧରାକୁ ଅବତରଣ କରନ୍ତୁ ଏବଂ ସମ୍ପୂର୍ଣ୍ଣ ସଂସାରକୁ ରକ୍ଷା କରନ୍ତୁ ବୋଲି କାମନା କରିଛନ୍ତି ଭକ୍ତ ।

ଏହା ମଧ୍ୟ ପଢ଼ନ୍ତ.......ମେଲାଣି ନେବେ ମା', ସିନ୍ଦୁର ଖେଳିଲେ ମହିଳା

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.