ETV Bharat / state

ବିଜେପି ଛାଡି ଶଙ୍ଖ ଫୁଙ୍କିଲେ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା - Radharani Panda Quits BJP

author img

By ETV Bharat Odisha Team

Published : May 16, 2024, 1:59 PM IST

Radharani Panda Quits BJP: ବିଜେପି ଛାଡିଲେ ବ୍ରଜରାଜନଗର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । ପଦ୍ମ ଛାଡି ବିଜେଡିରେ ସାମିଲ ହେଲେ । ଅଧିକ ପଢନ୍ତୁ

Radharani Panda
Radharani Panda (ETV BHARAT ODISHA)

ଝାରସୁଗୁଡା: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ମେ 20 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାରି ମଧ୍ୟରେ ଜାରି ରହିଛି ଦଳ ଡିଆଁ ପର୍ବ । ଦ୍ବିତୀୟ ପର୍ଯ୍ୟାୟରେ ବ୍ରଜରାଜନଗର ବିଧାନସଭା ଆସନରେ ମତଦାନ ହେବାକୁ ଥିବା ବେଳେ ଏହା ପୂର୍ବରୁ ପଦ୍ମ ଛାଡିଛନ୍ତି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା । ବିଜେପି ଛାଡି ସେ ବିଜେଡିରେ ସାମିଲ ହୋଇଛନ୍ତି । ବୁଧବାର ସମ୍ବଲପୁରରେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇ ସେ ଶଙ୍ଖ ଶିବିରରେ ଯୋଗ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବିଜେଡିରେ ମିଶିଲେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ରଞ୍ଜୁବାଳା ବେହେରା - bjd joining program

ଗତ 2014 ମସିହାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ରାଧାରାଣୀ ପଣ୍ଡା । ସମୟ କ୍ରମେ 2019ରେ ବିଜୁ ଜନତା ଦଳର ନେତା ସ୍ବର୍ଗତ କିଶୋର ମହାନ୍ତିଙ୍କ ଠାରୁ ପରାସ୍ତ ହେବା ପରେ ଉପନିର୍ବାଚନରେ ବିଜୁ ଜନତା ଦଳର ବିଧାୟିକା ଅଳକା ମହାନ୍ତିଙ୍କ ଠାରୁ ମଧ୍ୟ ପରାସ୍ତ ହୋଇଥିଲେ । ଚଳିତ ସାଧାରଣ ନିର୍ବାଚନରେ ସୁରେଶ ପୂଜାରୀଙ୍କୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବେ ନିର୍ବାଚନୀ ମଇଦାନରେ ଓହ୍ଲାଇଥିବା ବେଳେ ରାଧାରାଣୀଙ୍କ ଉପରୁ ଦଳର ଭରସା ତୁଟିଥିବା ଅନୁମାନ କରାଯାଉଥିଲା । ନିର୍ବାଚନକୁ ଆଉ ମାତ୍ର 3 ଦିନ ବାକି ଥିବା ବେଳେ ରାଧାରାଣୀଙ୍କ ଏଭଳି ପଦକ୍ଷେପ ଆଶ୍ଚର୍ଯ୍ୟ ଚକିତ କରିଛି । ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ଅନୁସରଣ କରି ସେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ସୂଚନା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ-ପାଟଣାରେ ବିଜେଡିର ମହାମିଶ୍ରଣ ପର୍ବ; ଶଙ୍ଖ ଫୁଙ୍କିଲେ ବିଭିନ୍ନ ଦଳର ହଜାରରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ - BJD Joining Program

ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ବ୍ରଜରାଜନଗର ଆସନରେ 2022 ମେ 31ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା ବିଜେପି । 22 ହଜାର 639 ଭୋଟ ପାଇ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ଠାରୁ ସେ ପରାସ୍ତ ହୋଇଥିଲେ । ଚଳିତ ନିର୍ବାତନରେ ଦଳ ତାଙ୍କୁ ଟିକଟ ଦେବ ବୋଲି ସେ ଆଶାବାଦୀ ଥିଲେ । କିନ୍ତୁ ସୁରେଶ ପୂଜାରୀଙ୍କୁ ଦଳ ଭରସା କରି ଟିକଟ ଦେଇଥିଲା । ଟିକ ନମିଳିବାରୁ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.