ETV Bharat / politics

ପାଟଣାରେ ବିଜେଡିର ମହାମିଶ୍ରଣ ପର୍ବ; ଶଙ୍ଖ ଫୁଙ୍କିଲେ ବିଭିନ୍ନ ଦଳର ହଜାରରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ - BJD Joining Program

author img

By ETV Bharat Odisha Team

Published : May 10, 2024, 12:02 PM IST

BJD Joining Program: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଦଳର ଶତାଧିକ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

BJD Joining Program
BJD Joining Program (ETV Bharat Odisha)

BJD Joining Program (ETV Bharat Odisha)

କେନ୍ଦୁଝର: ଜିଲ୍ଲାର ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ଓ କଂଗ୍ରେସ ଦଳର ଏକାଧିକ ତୁଙ୍ଗ ନେତାଙ୍କ ସହ ଏକ ହଜାରରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ ଦଳରେ ମିଶିଥିବା ନେଇ ନେତାମାନେ କହିଥିବା ବେଳେ ଏହା ପାଟଣା ବିଜେଡିକୁ ଆହୁରି ବଳ ଯୋଗାଇବ ବୋଲି କହିଛନ୍ତି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ହରିଶ ଚୌଧୁରୀ ।

ଭୋଟିଂ ସମୟ ପାଖେଇ ଆସୁଥିବା ବେଳେ ରାଜନୀତି ତାତି ମଧ୍ୟ ବଢିବାରେ ଲାଗିଛି । ରାଜନୈତିକ ଦଳଗୁଡିକ ପକ୍ଷରୁ ମାଳ ମାଳ ସଭାସମିତି, ପଦଯାତ୍ରା ଓ ସମାବେଶ ହେଉଛି । ଚଳିତ ନିର୍ବାଚନରେ ସବୁଠୁ ରୋଚକ ହେଉଛି ମିଶ୍ରଣ ପର୍ବ । କିଏ ଟିକଟ ପାଇଁ ଦଳ ଛାଡିଲାଣି ତ କିଏ ଅଣଦେଖା ଅଭିଯୋଗ କରି ଦଳ ଛାଡୁଛି । ଗୁରୁବାର ଦିନ କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ବିଜେପି ଓ କଂଗ୍ରେସର ତୁଙ୍ଗ ନେତାଙ୍କ ସହ ଏକ ହଜାରରୁ ଊର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।

ଏହାମଧ୍ୟ ପଢନ୍ତୁ... ଛାତ୍ରକୁ ଦଳରେ ସାମିଲ କଲେ ସସ୍ମିତ; ବିଜେଡିରେ ମିଶିଲେ ଆଲେକ୍ସଜେଣ୍ଡର ଦାସ ଓ ସମର୍ଥକ - BJD Joining Program

ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ, ପାଟଣା ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ, ପାଟଣା ନିର୍ବାଚନ ମଣ୍ଡଳୀ ସଂଯୋଜକ କାନନ ବିହାରୀ ପହି, ପର୍ଯ୍ୟବେକ୍ଷକ ହରିଶ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ ହୋଇଥିବା କହିଛନ୍ତି ଦଳରେ ନେତା ଓ କର୍ମୀ ।

ପାଟଣା ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂ, ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ମାନସିଂ ମୁଣ୍ଡା, ଏବିଭିପି ରାଜ୍ୟ ୟୁଥ୍ ପ୍ରେସିଡେଣ୍ଟ ଅରୁଣ ମହାନ୍ତ, ବିଜେପି ନେତା ମୁରଲୀ ଧର ମହାନ୍ତ, ଟସ୍କର ନାଏକ, କେନ୍ଦେଇପଶି ସରପଞ୍ଚ ମିନାକ୍ଷୀ ନାଏକ, ବରିଷ୍ଠ କଂଗ୍ରେସ ନେତା ଭଗବାନ ଦାଶ, ପରମାନନ୍ଦ ପତିଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ ନେତା ବିଜେଡିରେ ଯୋଗ ଦେଇଥିଲେ । ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିବା ତୁଙ୍ଗ ନେତା ଓ ଶତାଧିକ କର୍ମୀ ଆଗାମୀ ଦିନରେ ବିଜୁ ଜନତା ଦଳକୁ ଆହୁରି ସୁଦୃଢ ଓ ସଶକ୍ତ କରିବା ସହ 'ନବୀନ ଓଡିଶା' ସ୍ୱପ୍ନ ସାକାର କରିବାରେ ସହାୟକ ହେବେ ବୋଲି ପାଟଣା ପର୍ଯ୍ୟବେକ୍ଷକ ହରିଶ ଚୌଧୁରୀ କହିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.