ମେଲାଣି ନେବେ ମା', ସିନ୍ଦୁର ଖେଳିଲେ ମହିଳା

By

Published : Oct 5, 2022, 3:53 PM IST

thumbnail

ବାଲେଶ୍ବର: ପବିତ୍ର ବିଜୟା ଦଶମୀରେ ବଙ୍ଗୀୟ ପରମ୍ପରା ଅନୁସାରେ ବାଲେଶ୍ବରର ବିଭିନ୍ନ ପୂଜା ମଣ୍ଡପରେ ସଧବା ମହିଳାମାନେ ସିନ୍ଦୁର ଖେଳିଛନ୍ତି । ମା'ଙ୍କୁ ବିଦାୟ ବେଳେ ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପରସ୍ପରକୁ ସିନ୍ଦୁର ଲଗାଇ ଖୁସି ମନାଇଥାନ୍ତି । ସିନ୍ଦୁର ଖେଳ ପରେ ମା'ଙ୍କୁ ମେଲାଣି ଦିଆଯାଇଛି । ତେବେ ଚଳିତ ବର୍ଷ ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷାର ପ୍ରକୋପ ଯୋଗୁଁ ପୂଜା ବଜାର ଫିକା ପଡିଥିବାବେଳେ ଭକ୍ତମାନେ ପୂଜା ମଣ୍ଡପରେ ମା'ଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ । ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.