ETV Bharat / opinion

ଜୋ ବାଇଡେନଙ୍କ ନୂଆ ପଶ୍ଚିମ-ଏସୀୟ ରଣନୀତି - Bidens new West Asia strategy

author img

By Major General Harsha Kakar

Published : May 16, 2024, 9:56 PM IST

Biden’s new West Asia strategy: ବଦଳିଛି ଆମେରିକାର ଜୋ ବାଇଡେନ ପ୍ରଶାସନର ରଣନୀତି । ଏହାସହ ଆମେରିକା ବର୍ତ୍ତମାନ ମୁସଲମାନ ଭୋଟ ବ୍ୟାଙ୍କକୁ ଫୋକସ କରିଛି । ପଢନ୍ତୁ ଅବସରପ୍ରାପ୍ତ ମେଜର ଜେନେରାଲ ହର୍ଷ କାକ୍କରଙ୍କ ଆଲେଖ୍ୟ ।

West Asia strategy
West Asia strategy (ETV Bharat Odisha)

ଲେଖକ- ହର୍ଷ କାକ୍କର

ଅବସରପ୍ରାପ୍ତ ମେଜର ଜେନେରାଲ

ହାଇଦ୍ରାବାଦ: ପଶ୍ଚିମ ଏସୀୟ ଦେଶମାନଙ୍କ ପାଇଁ ବଦଳିଛି ଆମେରିକାର ଜୋ ବାଇଡେନ ପ୍ରଶାସନର ରଣନୀତି । ପ୍ରଥମେ, ରାଷ୍ଟ୍ରପତି ବାଇଡେନଙ୍କ ସ୍ବତନ୍ତ୍ର ପରାମର୍ଶଦାତା ଭାବରେ ମେହେର ବିଟରଙ୍କୁ ନିଯୁକ୍ତି ଦିଆଗଲା । ମେହେର ପୂର୍ବରୁ ବାରାକ ଓବାମା ପ୍ରଶାସନରେ କାର୍ଯ୍ୟ କରିଥିଲେ । ଯେଉଁଠାରେ ସେ ଇସ୍ରାଏଲ-ପାଲେଷ୍ଟାଇନ ପରିଚାଳନା କରିଥିଲେ । ଏହାସହ ଛାତ୍ର ଥିବା ସମୟରେ ସେ ପାଲେଷ୍ଟାଇନରେ ଷ୍ଟୁଡେଣ୍ଟସ୍ ଫର ଜଷ୍ଟିସର ସଭାପତି ମଧ୍ୟ ରହିଆସଛନ୍ତି । କ୍ୟାମ୍ପସରେ ଇସ୍ରାଏଲ ପ୍ରାୟୋଜିତ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ଗଠିତ ସଂଗଠନର ନେତୃତ୍ବ ମଧ୍ୟ ନେଇଥିଲେ । ସେହି ସଂଗଠନ ବର୍ତ୍ତମାନ ଇସ୍ରାଏଲ ପ୍ରତି ସମର୍ଥନ ହ୍ରାସ କରିବାକୁ ଆମେରିକାରେ ଅଧିକାଂଶ ସମୟରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।

West Asia strategy
West Asia strategy (ETV Bharat Odisha)

ଆମେରିକା ଇସ୍ରାଏଲ ସରକାରଙ୍କୁ ସହାୟତା ବନ୍ଦ କରିବାକୁ ଇଙ୍ଗିତ କରୁଛି । ଯାହାକି ଆମେରିକାର ମୁସଲମାନ ଭୋଟରମାନଙ୍କୁ ଆକର୍ଷିତ କରିପାରେ । ଇସ୍ରାଏଲ ପ୍ରତିରକ୍ଷା ବାହିନୀ କିଛି ସମୟ ଧରି ରାଫାକୁ ଦଖଲ କରିବାକୁ ସଂଗ୍ରାମ କରିଆସୁଥିଲା । ଯଦିଓ ଏହି ଯୁଦ୍ଧରେ ସେମାନଙ୍କୁ ସମର୍ଥନ କରାଯିବ ନାହିଁ ବୋଲି ପେଣ୍ଟାଗନ ସ୍ପଷ୍ଟ କରିଛି । ନିକଟରେ ବାଇଡେନ କହିଛନ୍ତି, "ଯଦି ସେମାନେ ରାଫାକୁ ଯାଆନ୍ତି, ଆମେ ସେମାନଙ୍କୁ କୌଣସି ସାମରିକ ସହାୟତା ପ୍ରଦାନ କରିବୁ ନାହିଁ । ମୁଁ ଏହି ନିଷ୍ପତ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଜଣାଇ ସାରିଛି ।" ଅନ୍ୟପଟେ ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ ଅଣଦେଖା କରି ପେଣ୍ଟାଗନ କତାର ଏବଂ ଲେବାନନକୁ ସାମରିକ ସହାୟତା ଜାରି ରଖିଛି । ଏଥି ସହିତ ଆମେରିକା ଇରାକ ଉପରେ ପ୍ରତିବନ୍ଧକକୁ ସାମୟିକ ଭାବେ ସ୍ଥଗିତ ରଖିଛି । ଇରାନରୁ ବିଦ୍ୟୁତ ଆମଦାନୀ ପାଇଁ ବାଟ ଫିଟିଛି । କେବଳ ସେତିକି ନୁହେଁ, ଏହି କ୍ରୟ ଏବଂ ବିକ୍ରୟ ପାଇଁ ଆମେରିକା ପ୍ରଶାସନ ଦ୍ବାରା ଓମାନରେ ଏକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା ।

ବର୍ତ୍ତମାନ ହ୍ବାଇଟ ହାଉସ ପକ୍ଷରୁ ଆମେରିକା ସହ ଭଲ ବୁଝାମଣା ଥିବା ଦେଶକୁ ଅସ୍ତ୍ରଶସ୍ତ୍ର ଯୋଗାଣର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଏଥିରେ ଉଲ୍ଲେଖ କରାଯାଇଛି ଯେ, ଯୁଦ୍ଧ ସମୟରେ କେତେକ କ୍ଷେତ୍ରରେ ଅନ୍ତର୍ଜାତୀୟ ମାନବିକ ଆଇନ ଉଲ୍ଲଘଂନ କରିବା ପାଇଁ ଇସ୍ରାଏଲ ଆମେରିକା ଯୋଗାଇଥିବା ଅସ୍ତ୍ର ବ୍ୟବହାର କରିପାରେ । ଯୁଦ୍ଧ ପରିସ୍ଥିତିରେ ମାନବ ସମ୍ବଳ କ୍ଷତି ହ୍ରାସ କରିବାକୁ ଇସ୍ରାଏଲର ପର୍ଯ୍ୟାପ୍ତ ଜ୍ଞାନ, ଅଭିଜ୍ଞତା ଏବଂ ଯନ୍ତ୍ରପାତି ରହିଛି ବୋଲି ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି । ଆସନ୍ତା ନିର୍ବାଚନରେ ​​ଆମେରିକାର ମୁସଲିମ ଭୋଟ୍ ବ୍ୟାଙ୍କ ଉପରେ ବାଇଡେନ ପ୍ରଶାସନ ନଜର ରଖିଛି । ଅନ୍ୟପଟେ ସାମରିକ ସହାୟତା ବନ୍ଦ କରିବା ଜିହୁଦୀ ଭୋଟ୍ ବ୍ୟାଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ।

ଆମେରିକାର ସହଯୋଗୀମାନେ ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ବଜାୟ ରଖିଛନ୍ତି । ଯଦି ହମାସ ସହିତ ଯୁଦ୍ଧରେ ମାନବ କ୍ଷତିର ପରିମାଣ ଅଧିକ, ତେବେ ଏହା ସେହି ସମସ୍ତ ଦେଶ ଏବଂ ଇସ୍ରାଏଲ ଉପରେ ମଧ୍ୟ ପ୍ରଭାବ ପକାଇବ । ମଧ୍ୟ ପୂର୍ବର ଅଶାନ୍ତି ଏବଂ ଚୀନର ଆକ୍ରମଣାତ୍ମକ ମନୋଭାବ ଆମେରିକାର ରଣନୈତିକ ପରିବର୍ତ୍ତନ ନିଷ୍ପତ୍ତିର କାରଣ ହୋଇଛି । ଆମେରିକାର ଚେତାବନୀକୁ ଗ୍ରହଣ କରିବାକୁ ନେତାନ୍ୟାହୁ ମନା କରୁଛନ୍ତି । କାରଣ ସେ ଆମେରିକାର କଥା ଶୁଣିବା ଅପେକ୍ଷା ନିଜର ବ୍ୟକ୍ତିଗତ ସଂଗ୍ରାମକୁ ଅଧିକ ଗୁରୁତ୍ବପୂର୍ଣ୍ଣ ମନେ କରୁଛନ୍ତି । ଇରାନ ସହ ମତଭେଦ ସମାଧାନ ପାଇଁ ବାଇଡେନଙ୍କ ଅନେକ ଉଦ୍ୟମ ଇସ୍ରାଏଲ ଯୋଗୁ ଅଟକି ରହିଛି । ଆମେରିକାର ସହଯୋଗରେ ରାଫା ଆକ୍ରମଣ ପରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ହେଲେ ଆରବ ଦେଶ ସହ ଆମେରିକାର ସମ୍ପର୍କ ଏକ ସମ୍ଭାବନା ସୃଷ୍ଟି କରିଛି । ମିଳିତ ଜାତିସଂଘ ଏବଂ ଅନ୍ତର୍ଜାତୀୟ ନ୍ୟାୟାଳୟ ସମେତ ବିଶ୍ବର ଅନ୍ୟାନ୍ୟ ସଂଗଠନ ଏହି ଯୁଦ୍ଧରେ ଆହତଙ୍କ ପାଇଁ ଇସ୍ରାଏଲକୁ ଉତ୍ତରଦାୟୀ କରିବାକୁ ଚେଷ୍ଟା କରୁଛନ୍ତି । ଇରାନ ସହ ମତଭେଦକୁ ଦୂର କରିବାରୁ ବାଇଡେନ କରୁଥିବା ସମସ୍ତ ପ୍ରୟାସରେ ବାଧା ଦେଉଛି ଇସ୍ରାଏଲ ।

ଏହା ବି ପଢନ୍ତୁ...ପରସ୍ପରକୁ ମାତ୍ ଦେବାକୁ ଆମେରିକା-ଚୀନ୍ ପ୍ରତିଯୋଗିତା, ଭାରତର ଆଭିମୁଖ୍ୟ କ'ଣ? - US China Relations

ଆମେରିକା ପାଇଁ ଇସ୍ରାଏଲ ଉପରେ ଏକ ପ୍ରକାର ଚାପ ବଜାୟ ରଖିବା ପାଇଁ ହମାସର ଅସ୍ଥିତ୍ବ ମଧ୍ୟ ଆବଶ୍ୟକ । ତେଣୁ ୱାଶିଂଟନ ଏହାର ବିନାଶ କେବେ ଚାହିଁବ ନାହିଁ । ଆମେରିକା ସରକାର ପାଇଁ ଜିହୁଦୀମାନଙ୍କର ମଧ୍ୟ ଯଥେଷ୍ଟ ପ୍ରଭାବ ରହିଛି । ଭବିଷ୍ୟତରେ ଆମେରିକା ସରକାର ମଧ୍ୟ ଏହି ସମର୍ଥନ ବଜାୟ ରଖିବେ । କିନ୍ତୁ ସେଭଳି କ୍ଷେତ୍ରରେ, ଏପରି ଜଣେ ନେତା ରହିବା ଆବଶ୍ୟକ ଯିଏ ସେମାନଙ୍କ ସମର୍ଥନ କରୁଥିବ । ଏଥିରୁ ସ୍ପଷ୍ଟ ଯେ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଆମେରିକା କିଛି ସନ୍ତୁଳନ ବଜାୟ ରଖିବାକୁ ଚାହୁଁଛି ଏବଂ ଆମେରିକା ନେତାନ୍ୟାହୁଙ୍କୁ ରକ୍ଷା କରି ଉଦ୍ଦେଶ୍ୟ ପୂରଣ କରିବାକୁ ଚାହୁଁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.