ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା' ଦୁର୍ଗତିନାଶିନୀ

By ETV Bharat Odisha Team

Published : Oct 25, 2023, 9:36 PM IST

Updated : Oct 25, 2023, 10:16 PM IST

thumbnail

ଅନୁଗୋଳ: ଧରାପୃଷ୍ଠରୁ ଆଜି ବିଦାୟ ନେଉଛନ୍ତି ଯୋଗମାୟା । ସପ୍ତମୀ ଠାରୁ ମା' ପୂଜା ମଣ୍ଡପମାନଙ୍କରେ ଆରମ୍ଭ ହୋଇଥିବା ବେଳେ ଆଜି ନେଉଛନ୍ତି ବିଦାୟ । ଘଣ୍ଟ, ଘଣ୍ଟା ଖୋଲ, ତାଳ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ତାଳେ ସବୁଠି ମା'ଙ୍କୁ ଦିଆଯାଇଛି ବିଦାୟ । ଅନୁଗୋଳ ସହରରେ ଆରମ୍ଭ ହୋଇଛି ଦେବୀ ଦୁର୍ଗାଙ୍କ ଭସାଣି ଉତ୍ସବ। 4 ଦିନ କାଳ ମଣ୍ଡପରେ ମା'ଙ୍କ ଆରାଧନା ପାରେ ଆଜି ଦିଆଯାଇଛି ମେଲାଣି । ସବୁ ମଣ୍ଡପର କର୍ମକର୍ତ୍ତାମାନେ ଭସାଣି ଶୋଭାଯାତ୍ରାରେ ମା'ଙ୍କ ମେଢ଼ ଗୁଡିକୁ ବାହାର କରିଛନ୍ତି । 

ଏହା ମଧ୍ୟ ପଢନ୍ତୁ....ଦଶହରାରେ ଦର୍ଶକଙ୍କ ଖଚାଖଚ ଭିଡ଼, ଆଜି ମେଲାଣି ନେବେ ମା'


ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ମେଢ଼ ଗୁଡିକ ନିଜ ନିଜ ମଣ୍ଡପରୁ ଭସାଣି ଶୋଭାଯାତ୍ରାରେରେ ବାହାରି ସହର ପରିକ୍ରମା କରିଛନ୍ତି । ସହରର ସବୁଠାରୁ ପୁରୁଣା ପୂଜା ମଣ୍ଡପ ଅମଳାପଡା ମେଢ଼ ସହର ପରିକ୍ରମା କରି କରି ନିକଟସ୍ଥ ଜଳାଶୟରେ ମା' ଙ୍କୁ ବିସର୍ଜନ କରାଯାଇଛି । ସେଇ ଭଳି ଅନ୍ୟତମ ପୁରୁଣା ମଣ୍ଡପ ଦଶହରା ପଡିଆ ମେଢ଼ ଏକ ବିରାଟ ପଟୁଆରରେ ବାହାରି ସହରର ମୂଖ୍ୟ ବଜାର ପରିକ୍ରମା କରିଛି । ବାଜା ସାଙ୍ଗକୁ ଆଧୁନିକ ବ୍ରାସ ବ୍ୟାଣ୍ଡର ତାଳେ ତାଳେ ମା'ଙ୍କୁ ମେଲାଣି ଦିଆଯାଇଛି ।ସେହିପରି ହେମସୁର ପଡା , ହୁଲୁରି ସିଂହା ଆଦି ମଣ୍ଡପ ଗୁଡିକ ସହର ପରିକ୍ରମା ପରେ ବିଳମ୍ବିତ ରାତିରେ ଏହି ବିସର୍ଜନ କରାଯିବ । ମା'ଙ୍କ ମେଲାଣି ଦେଖିବା ପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା  । 

ଇଟିଭି ଭାରତ, ଅନୁଗୋଳ

Last Updated : Oct 25, 2023, 10:16 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.