ETV Bharat / state

ଭୋଜି ଖାଇ ଫେରୁଥିଲେ, ବାଟରେ ଟ୍ରକ ସହ କାର୍ ଧକ୍କାରେ ଚାଲିଗଲା 6 ଜୀବନ - Kendujhar Accident

author img

By ETV Bharat Odisha Team

Published : May 16, 2024, 7:26 AM IST

Updated : May 16, 2024, 10:09 AM IST

Kendujhar Accident: କେନ୍ଦୁଝରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର । ଗୋଟିଏ ପରିବାରର 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Keonjhar Accident
Keonjhar Accident (ETV BHARAT ODISHA)

ROAD ACCIDENT AT KEONJHAR (ETV BHARAT ODISHA)

କେନ୍ଦୁଝର: କେନ୍ଦୁଝରରେ ଭୟଙ୍କର ସଡକ ଦୁର୍ଘଟଣା । ବିବାହ ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର । ଫଳରେ ଅକାଳରେ ଚାଲିଗଲା 6 ଜଣଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା 520 ନମ୍ବର ଜାତୀୟ ରାଜପଥର ରିମୁଳି ନିକଟରେ । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ଘର ବଡବିଲ ଭଦ୍ରାସାହିରେ । ମୃତକ ହେଉଛନ୍ତି ସଞ୍ଜୟ ମହାକୁଡ, ତାଙ୍କ ପତ୍ନୀ ପ୍ରଣତୀ ପଲେଇ, ଶାଳୀ ଲୁସି ପଲେଇ, ଶଳା ସିପୁନ, ତାଙ୍କ 12 ବର୍ଷର ଝିଅ ଓ ଗାଡି ଡ୍ରାଇଭର । ଗତକାଲି (ବୁଧବାର) ରାତି ପାଖାପାଖି ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ଏହା ମଧ୍ୟ ପଢନ୍ତୁ-ଟ୍ରକ ସହ ମୁହାଁମୁହିଁ ଧକ୍କା ପରେ ଜଳିଗଲା ବସ୍; ୬ ଯାତ୍ରୀ ଜୀବନ୍ତ ଦଗ୍ଧ - Road Accident in Andhra

ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରାସାହି ଅଞ୍ଚଳର ହିରାଲାଲ ପଲେଇଙ୍କ ପରିବାର ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ବଂଶପାଳ ବ୍ଲକ ତରମାକାନ୍ତ ଗ୍ରାମକୁ ଆସିଥିଲେ । ଭୋଜି ଖାଇ ରାତିରେ କାର ଯୋଗେ ଗ୍ରାମକୁ ଫେରୁଥିବା ବେଳେ ରିମୁଳି ବାଇପାସଠାରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କାର । ଠିକ୍ ଏତିକି ବେଳେ ପଛରୁ ଆସୁଥିବା ଆଉ ଏକ ଟ୍ରକ କାରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଦୁଇ ଟ୍ରକ ମଧ୍ୟରେ କାରଟି ଚାପି ହୋଇଯିବାରୁ 6 ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପରେ ସେହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ କାରରୁ ଉଦ୍ଧାର କରିଛି ।

ଏହା ମଧ୍ୟ ପଢନ୍ତୁ-କାଞ୍ଜିପାଣି ଘାଟିରେ ଓଲଟିଲା ଯାତ୍ରୀବାହି ବସ,୧୦ ଗୁରୁତର - BUS ACCIDENT

520 ନମ୍ବର ଜାତୀୟ ରାଜପଥରେ ବାରମ୍ବାର ସଡକ ଦୁର୍ଘଟଣା ଘଟୁଥିବା ବେଳେ ବେଆଇନ୍ ପାର୍କିଂ ଏହାର ମୁଖ୍ୟ କାରଣ ବୋଲି ଜଣାପଡିଛି । ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ପୋଲିସ ଓ ଏନଏଚ୍ ବିଭାଗକୁ ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ଏ ଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି । ନଚେତ ଆଗାମୀ ଦିନରେ କେତେ ଯେ ଜୀବନ ଚାଲିଯିବ ତାହା କାହାକୁ ବି ଜଣାନାହିଁ ।

ଇଟିଭି ଭାରତ, କେନ୍ଦୁଝର

Last Updated :May 16, 2024, 10:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.