ଦଶହରାରେ ଦର୍ଶକଙ୍କ ଖଚାଖଚ ଭିଡ଼, ଆଜି ମେଲାଣି ନେବେ ମା'

By ETV Bharat Odisha Team

Published : Oct 25, 2023, 9:16 AM IST

thumbnail

କଟକ: ବିଜୟାଦଶମୀରେ ଶେଷ ଦିନରେ ସିଲଭର ସିଟିରେ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । କଲେଜ ଛକରେ ପୂଜା ମଣ୍ଡପରେ ମହଣ ମହଣ ଚାନ୍ଦିରେ ଚମକିଥିଲେ ମାଆ ଜଗତଜ୍ଜନନୀ । ସାଢେ 3 କ୍ବିଣ୍ଟାଲ ଚାନ୍ଦି ମେଢରେ ଝଟକି ଥିଲେ ମାଆ । ଶେଷ ଦିନରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭପଭୋଗ କରିଥିଲେ ଭକ୍ତ । କଟକର ହାର୍ଟ ହେଉଛି କଲେଜ ଛକ ତେଣୁ ଏଠି ଦଶହରାର ଶେଷ ଦିନରେ ଦର୍ଶକଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ଆସନ୍ତାବର୍ଷଠୁ କଲେଜ ଛକ ପୂଜା ମଣ୍ଡପରେ ମାଆଙ୍କ ସୁନା ମୁକୁଟ କରିବାକୁ ନିଷ୍ପତ୍ତି ନେଇଛି ପୂଜା କମିଟି । ଭସାଣି ଶୋଭାଯାତ୍ରା ପାଇଁ ନିଶାମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି ପୂଜା କମିଟି । ଅପରାହ୍ନ 12ଟାରୁ ଭସାଣି ଶୋଭାଯାତ୍ରା ଆରମ୍ଭ ହେବ । ସାହି ସାହି ମାଆଙ୍କର ପରିକ୍ରମା ହୋଇଛି । ଆଜି ମେଲାଣି ନେବେ ମା' । କଲେଜ ଛକ ପୂଜା ମଣ୍ଡପରୁ ତମାମ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.