ETV Bharat / sports

ରାଜସ୍ଥାନର କ୍ରମାଗତ ଚତୁର୍ଥ ପରାଜୟ, 5 ଓ୍ବିକେଟରେ ଜିତିଲା ପଞ୍ଜାବ - IPL 2024

author img

By ETV Bharat Odisha Team

Published : May 16, 2024, 7:51 AM IST

IPL 2024: ଆଇପିଏଲର 65 ତମ ମ୍ୟାଚରେ ପଞ୍ଜାବର ବିଜୟ । କ୍ରମାଗତ ଚତୁର୍ଥ ପରାଜୟ ପରେ ମଧ୍ୟ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନ ବଜାୟ ରଖିଛି ଦଳ । ଅଧିକ ପଢନ୍ତୁ

Punjab Kings
Punjab Kings (@PunjabKingsIPL)

ହାଇଦ୍ରାବାଦ: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସର କ୍ରମାଗତ ଚତୁର୍ଥ ପରାଜୟ । 5 ଓ୍ବିକେଟରେ ରାଜସ୍ଥାନକୁ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ । ସାମ କୁରେନଙ୍କ ଅଲରାଉଣ୍ଡର ପ୍ରଦର୍ଶନ । ଅପରାଜିତ 63 ରନ କରିବା ସହ 2 ଓ୍ବିକେଟ ନେଇ ସେ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ପଞ୍ଜାବ କିଙ୍ଗ୍ସର ଘାତକ ବୋଲିଂରେ ରନ ସଂଗ୍ରହ କରିବାରେ ଫେଲ ମାରିଲା ସାମସନ ବାହିନୀର ଟପ ଅର୍ଡର । ତଥାପି 16 ପଏଣ୍ଟ ସହ ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ରାଜସ୍ଥାନ ରୟାଲ୍ସ ।

ଏହା ମଧ୍ୟ ପଢନ୍ତୁ-ଲକ୍ଷ୍ନୌ କ୍ୟାପଟେନ ଓ ମାଲିକ ବିବାଦ ଘଟଣାରେ ମୁହଁ ଖୋଲିଲେ କୋଚ, 'ଛୋଟ କଥାରୁ ବଡ ବିବାଦ' - KL Rahul Sanjiv Goenka controversy

ଆଇପିଏଲର 65 ତମ ମ୍ୟାଚ ଆସାମର ବାରସାପାରା କ୍ରିକେଟ୍ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । 20 ଓଭରରେ ଦଳ 9 ଓ୍ବିକେଟ ହରାଇ 144 ରନ କରିଥିଲା । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ଜୟସ୍ବାଲ ଓ କାଡମୋରେ । କିନ୍ତୁ ବିପକ୍ଷ ଦଳର ଘାତକ ବୋଲିଂ ଆଗରେ ଚାଲିପାରିଥିଲା ରାଜସ୍ଥାନ ବ୍ୟାଟରଙ୍କ ବ୍ୟାଟ । ମାତ୍ର 4 ରନ କରି ଜୟସ୍ବାଲ ପାଭିଲିୟନକୁ ଫେରିଯାଇଥିବା ବେଳେ କାଡମୋର ଓ ସଞ୍ଜୁ ସାମସନ 18 ଲେଖାଏଁ ରନ କରି ଆଉଟ ହୋଇଥିଲେ । ଏହାପରେ ରିୟାନ ପରାଗ 48 ଅଶ୍ବିନୀ 28 ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର 10 ରନ କରିବାକୁ ସମର୍ଥ ହୋଇନଥିଲେ ।

ଏହା ମଧ୍ୟ ପଢନ୍ତୁ-ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁକାବିଲା, ପ୍ଲେ ଅଫ ପାଇଁ ଶେଷ ସୁଯୋଗ - IPL 2024

145 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ । ଗୋଟିଏ ଓଭର ବାକି ଥାଇ ଦଳ 5 ଓ୍ବିକେଟ ହରାଇ 145 ରନ କରି ବିଜୟୀ ହୋଇଥିଲା । ଓପନିଂ ଯୋଡି ରନ କରିବାରେ ବିଫଳ ହୋଇଥିଲେ ମଧ୍ୟ ମିଡିଲ ଅର୍ଡରରେ ଅଧିନାୟକ ସାମ କୁରାନ ବ୍ୟାଟିଂ କରିବାକୁ ଆସି ଏକ ପାଳି ସମ୍ଭାଳିଥିଲେ । ସେ 63 ରନରେ ଅପରାଜିତ ରହି ମ୍ୟାଚକୁ ନିଜ ସପକ୍ଷରେ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋସଓ୍ବେ 22, ଜିତେଶ 22, ଆଶୁତୋଷ ଅପରାଜିତ 17 ରନ କରିଥିଲେ । ଚଳିତ ଆଇପିଏଲରେ ଏହା ପଞ୍ଜାବର ପଞ୍ଚମ ବିଜୟ । କିନ୍ତୁ 13ଟି ମ୍ୟାଚରୁ ମାତ୍ର 10 ପଏଣ୍ଟ ହାସଲ କରିଥିବାରୁ ପ୍ଲେ ଅଫରୁ ବାଦ ପଡିଛି ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.