ETV Bharat / entertainment

ହସ୍ପିଟାଲରେ ଭର୍ତ୍ତି ଡ୍ରାମା କୁଇନ ରାକ୍ଷୀ ସାୱନ୍ତ - Rakhi Sawant Hospitalised

author img

By ETV Bharat Odisha Team

Published : May 15, 2024, 5:30 PM IST

Rakhi Sawant Hospitalised: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବିବାଦୀୟ କୁଇନ ରାକ୍ଷୀ ସାୱନ୍ତ । ହସ୍ପିଟାଲରୁ ଅଭିନେତ୍ରୀଙ୍କ କିଛି ଫଟୋ ଭାଇରାଲ ହେଉଛି । ଯାହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ସୁସ୍ଥତା କାମନା କରିଛନ୍ତି ।

ହସ୍ପିଟାଲରେ ଭର୍ତ୍ତି ଡ୍ରାମା କୁଇନ ରାକ୍ଷୀ ସାୱନ୍ତ
ହସ୍ପିଟାଲରେ ଭର୍ତ୍ତି ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ((ETV Bharat Odisha/ Instagram))

ହାଇଦ୍ରାବାଦ: ବଲିଉଡ ବିବାଦୀୟ କୁଇନ ରାକ୍ଷୀ ସାୱନ୍ତଙ୍କ ବିଗିଡିଲା ସ୍ୱାସ୍ଥ୍ୟବସ୍ଥା । ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ । ହସ୍ପିଟାଲରୁ ଅଭିନେତ୍ରୀଙ୍କ କିଛି ଫଟୋ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବା ବେଳେ ଏହାକୁ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବା ସହ ତାଙ୍କ ସୁସ୍ଥତା କାମନା କରିଛନ୍ତି ।

ରାକ୍ଷୀ ସାୱନ୍ତ ଡାକ୍ତରଖାନାରେ ଭର୍ତ୍ତି

ରାକ୍ଷୀ ସାୱନ୍ତ ଗୁରୁତର ହାର୍ଟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହି କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କର ପ୍ରକୃତରେ କ'ଣ ସମସ୍ୟା ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ରାକ୍ଷୀ ସାୱନ୍ତଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଫଟୋରେ ରାକ୍ଷୀ ହସ୍ପିଟାଲ ବେଡରେ ଶୋଇଥିବା ବେଳେ ତାଙ୍କର ଗୋଟିଏ ଆଙ୍ଗୁଠିରେ ଏକ ଅକ୍ସିମିଟର ଲାଗିଥିବାର ଦେଖିବାକୁ ମିଳିଛି । ତେବେ ଏହି ଫଟୋ ଦେଖିବା ପରେ ରାକ୍ଷୀଙ୍କ ଫ୍ୟାନ୍ସ ଚିନ୍ତିତ ହୋଇପଡିଛନ୍ତି । ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି । ଏଥିସହ ଅନେକ ୟୁଜର୍ସ ଏହା ତାଙ୍କର ଡ୍ରାମା ବୋଲି ସମାଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମଦିନାରେ ରାକ୍ଷୀ ସାୱନ୍ତଙ୍କୁ ଭବ୍ୟ ସ୍ବାଗତ, ଭିଡିଓ ସେୟାର କରି ଭାବୁକ ହେଲେ ଅଭିନେତ୍ରୀ

ରାକ୍ଷୀ ସାୱନ୍ତ କୌଣସି ନା କୌଣସି କାରଣରୁ ଶିରୋନାମାରେ ରହିଥାନ୍ତି । ବିବାଦୀୟ ବୟାନ ଏବଂ ନିଜର ଅଙ୍ଗଭଙ୍ଗୀ ଓ ଡ୍ରାମାଟିକ ଅନ୍ଦାଜ ପାଇଁ ଚର୍ଚ୍ଚାରେ ଥାନ୍ତି । ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ସେ ବ୍ୟକ୍ତିଗତ ଜୀବନ ପାଇଁ ଲାଇମଲାଇଟରେ ରହିଥାନ୍ତି । ସୋସିଆଲ ମିଡିଆରେ ରାକ୍ଷୀଙ୍କ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଯେଉଁଥିରେ ସେ କେତେବେଳେ ଡ୍ୟାନ୍ସ ତ କେତେବେଳେ ନିଜ ଆଉଟଫିଟରେ ଦର୍ଶକଙ୍କୁ ମନୋରଞ୍ଜନ କରାଇଥାନ୍ତି ଏବଂ ବେଳେବେଳେ ଟ୍ରୋଲ ମଧ୍ୟ ହୋଇଥାନ୍ତି । ନିକଟରେ ରାକ୍ଷୀ ସାୱନ୍ତ ଏକ ଟାୱଲ ଆଉଟଫିଟରେ ଏକ ଇଭେଣ୍ଟରେ ପହଞ୍ଚି ଲାଇମଲାଇଟରେ ରହିଥିଲେ । ତାଙ୍କ ଏହି ପୋଷାକ ପ୍ରଶଂସକମାନଙ୍କୁ ହଲିଉଡ ଅଭିନେତ୍ରୀ ଡୋଜା କ୍ୟାଟଙ୍କ ହ୍ୱାଇଟ ଟାୱଲ୍ ଆଉଟଫିଟ କଥା ମନେ ପକାଇଥିଲା, ଯାହା ସେ ମେଟ ଗାଲା ୨୦୨୪ରେ ପିନ୍ଧିଥିଲେ । ତେବେ ରାକ୍ଷୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ପାଇଁ କାନ୍ଦିଲେ ରାକ୍ଷୀ; ଲରେନ୍ସ ବିଷ୍ଣୌଇକୁ ଅନୁରୋଧ କରି କହିଲେ 'ମୋ ଭାଇକୁ...

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.