ETV Bharat / entertainment

ସଲମାନଙ୍କ ପାଇଁ କାନ୍ଦିଲେ ରାକ୍ଷୀ; ଲରେନ୍ସ ବିଷ୍ଣୌଇକୁ ଅନୁରୋଧ କରି କହିଲେ 'ମୋ ଭାଇକୁ..... - Rakhi Pleads To Lawrence Bishnoi

author img

By ETV Bharat Odisha Team

Published : Apr 16, 2024, 12:45 PM IST

Updated : Apr 16, 2024, 12:50 PM IST

Rakhi Sawant Pleads To Lawrence Bishnoi: ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା ଚାରିଆଡେ ହଇଚଇ ସୃଷ୍ଟି କରିଛି । ଏହି ଘଟଣା ପଛରେ ଲରେନ୍ସ ବିଷ୍ଣୌଇର ହାତ ଥିବା କୁହାଯାଉଛି । ଯାହାକୁ ନେଇ ବର୍ତ୍ତମାନ ସଲମାନଙ୍କ ସମକ୍ଷରେ ବାହାରି ରାକ୍ଷୀ ସାୱନ୍ତ ଲରେନ୍ସକୁ ଭାଇଜାନଙ୍କ ଜୀବନ ଭିକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ସଲମାନଙ୍କ ପାଇଁ କାନ୍ଦିଲେ ରାକ୍ଷୀ; ଲରେନ୍ସ ବିଷ୍ଣୌଇଙ୍କୁ କଲେ ଅନୁରୋଧ, କହିଲେ 'ମୋ ଭାଇକୁ.....
ସଲମାନଙ୍କ ପାଇଁ କାନ୍ଦିଲେ ରାକ୍ଷୀ; ଲରେନ୍ସ ବିଷ୍ଣୌଇଙ୍କୁ କଲେ ଅନୁରୋଧ, କହିଲେ 'ମୋ ଭାଇକୁ.....

ହାଇଦ୍ରାବାଦ: ରବିବାର ସକାଳେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ସମୟରେ ସୋସିଆଲ ମିଡିଆରେ ପୋଷ୍ଟ କରି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୌଇର ଭାଇ ଅନମୋଲ ବିଷ୍ଣୌଇ ଘଟଣା ପାଇଁ ନିଜକୁ ଦାୟୀ କରି ସଲମାନଙ୍କୁ ଚେତାବନୀ ଦେଇଛି । ଯାହାପରେ ଏହି ଘଟଣାର ମାଷ୍ଟରମାଇଣ୍ଡ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୌଇ ଥିବା କୁହାଯାଉଛି । ଯାହାକୁ ନେଇ ବର୍ତ୍ତମାନ ଭାଇଜାନଙ୍କ ପାଇଁ ଚିନ୍ତିତ ହୋଇପଡିଛନ୍ତି ବଲିଉଡ ବିବାଦୀୟ କୁଇନ ରାକ୍ଷୀ ସାୱନ୍ତ । ଏହି ଗୁଳିମାଡ଼ ଘଟଣା ପରେ ରାକ୍ଷୀ ସଲମାନଙ୍କ ପାଇଁ ଚିନ୍ତିତ ହୋଇଥିବା ବେଳେ ଲରେନ୍ସକୁ ହାତ ଯୋଡ଼ି ଭାଇଜାନଙ୍କୁ ଛାଡ଼ି ଦେବାକୁ ଅନୁରୋଧ କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡ଼ିଓ ସେୟାର କରି ରାକ୍ଷୀ ଲରେନ୍ସକୁ ଏହି ଅନୁରୋଧ କରିଛନ୍ତି ।

ସଲମାନଙ୍କ ପାଇଁ ଲରେନ୍ସଙ୍କ ଗ୍ୟାଙ୍ଗକୁ ରାକ୍ଷୀଙ୍କ ଅନୁରୋଧ

ସୋସିଆଲ ମିଡିଆରେ ରାକ୍ଷୀ ସାୱନ୍ତଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସଲମାନଙ୍କ ଘର ଆଗରେ ଫାୟାରିଂ ହେବା ଘଟଣାକୁ ନେଇ ଭାବବିହ୍ୱଳ ହୋଇଛନ୍ତି ରାକ୍ଷୀ ସାୱନ୍ତ । ସେ କାନ୍ଦି କାନ୍ଦି କହିଛନ୍ତି, ''ଏମିତି କରନାହିଁ । ମୋ ଭାଇ ସହ ଦୟାକରି ଏମିତି କର ନାହିଁ । ମୁଁ ତୁମ ଆଗରେ ହାତ ଯୋଡ଼ି ବିନୀତ ଅନୁରୋଧ କରୁଛି ଦୟାକରି ମୋ ଭାଇ ସଲମାନଙ୍କୁ ଛାଡ଼ି ଦିଅ । ସେ କାହାର କିଛି କ୍ଷତି କରିନାହାନ୍ତି । ସେ ବହୁତ ଭଲ ଏବଂ ସଚ୍ଚୋଟ ବ୍ୟକ୍ତି । ସେ ବାହା ହୋଇନାହାନ୍ତି କିନ୍ତୁ ଅନେକ ଲୋକଙ୍କୁ ବାସ ଯୋଗାଇଛନ୍ତି ଏବଂ ଅନେକ ଗରୀବ ଲୋକଙ୍କୁ ସାହାଯ୍ୟ କରିଛନ୍ତି । ମୁଁ ହାତ ଯୋଡୁଛି ଦୟାକରି ତାଙ୍କ ସହ ଏମିତି କର ନାହିଁ ।''

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ଘର ଆଗରେ ଗୁଳିମାଡ ଘଟଣା, 2 ଅଭିଯୁକ୍ତ ଗିରଫ

ଗୁଳିମାଡ଼ କରିଥିବା ଦୁଇ ଅଭିଯୁକ୍ତ ଗିରଫ

ସୂଚନା ଥାଉକି, ଗତ ରବିବାର ମୁମ୍ୱାଇ ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ହୋଇଥିଲା । ମୁମ୍ୱାଇ ପୋଲିସ ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା । ପରେ ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା । ଏହି ଫୁଟେଜ ଆଧାରରେ ଆଜି ଅର୍ଥାତ୍ ଘଟଣାର ଦୁଇ ଦିନ ପରେ କ୍ରାଇମବ୍ରାଞ୍ଚ ଘଟଣା ଘଟାଇଥିବା ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗୁଜୁରାଟର ଭୁଜ ଜିଲ୍ଲାରୁ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଉଭୟଙ୍କୁ ବର୍ତ୍ତମାନ ମୁମ୍ୱାଇ ଆଣି ପଚରାଉଚରା କରୁଛି ପୋଲିସ । ସୂଚନାନୁସାରେ, ଉଭୟ ଅଭିଯୁକ୍ତଙ୍କ ନାମ ବିକି ଗୁପ୍ତା ଏବଂ ସୁନୀଲ ପାଲ । ଉଭୟ ଅଭିଯୁକ୍ତ ବିହାରର ଚମ୍ପାରନ୍ ଜିଲ୍ଲାର ବାସିନ୍ଦା । ଫେବୃଆରୀ ମାସରେ ଦୁହେଁ ମୁମ୍ବାଇ ଆସିଥିଲେ ଏବଂ ସେବେଠାରୁ ସେମାନେ ଫାୟାରିଂ କରିବାକୁ ଯୋଜନା କରିଥିଲେ ।

Last Updated : Apr 16, 2024, 12:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.