ETV Bharat / bharat

ହାଇୱେରେ ଛକି ବସିଥିଲା ଯମ; ଘରକୁ ଫେରୁଥିବା ବେଳେ କାର୍ ଦୁର୍ଘଟଣାରେ ୮ ମୃତ - Deadly Road Mishap

author img

By ETV Bharat Odisha Team

Published : May 16, 2024, 7:49 AM IST

Road Mishap: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗୋଟିଏ କାର୍ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେବାରୁ ଚାଲିଗଲା ୮ ଜୀବନ । ଅଧିକ ପଢନ୍ତୁ

ହାଇୱେରେ ଛକି ବସିଥିଲା ଯମ; ଘରକୁ ଫେରୁଥିବା ବେଳେ କାର୍ ଦୁର୍ଘଟଣାରେ ୮ ମୃତ
ହାଇୱେରେ ଛକି ବସିଥିଲା ଯମ; ଘରକୁ ଫେରୁଥିବା ବେଳେ କାର୍ ଦୁର୍ଘଟଣାରେ ୮ ମୃତ (ETV Bharat Odisha)

ଭୋପାଳ: ହାଇୱେ ଉପରେ ଛକି ବସିଥିଲା ଯମ । ରାସ୍ତାକଡରେ ଛିଡା ହୋଇଥିବା ଟ୍ରକ ସହ କାର୍ ଧକ୍କାରେ ଚାଲିଗଲା ୮ ଜୀବନ । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଇନ୍ଦୋର-ଅହମ୍ମଦବାଦ ହାଇୱେରେ ଏଭଳି ଛାତିଥରା ଦୁର୍ଘଟଣା ଘଟିଛି । କାରଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । କାର୍‌ରେ ମୋଟ ୯ ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ କିଛି ମହିଳା ଅଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଛି ।

ସୂଚନା ମୁତାବକ, ମୃତକମାନେ ଗୁନା ଜିଲ୍ଲାର ବାସିନ୍ଦା । ସେମାନେ କୌଣସି କାମରେ ଧାର ଜିଲ୍ଲା ଯାଇଥିବା ବେଳେ ସେଠାରୁ କାର୍ ଯୋଗେ ରାତିରେ ଗୁନାକୁ ଫେରୁଥିଲେ । କାରର ବେଗ ଅଧିକ ଥିବାବେଳେ ଇନ୍ଦୋର-ଅହମ୍ମଦାବାଦ ଜାତୀୟ ରାଜପଥରେ ହଠାତ୍ ଏହାର ଟାୟାର ଫାଟି ଯାଇଥିଲା । ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡରେ ଛିଡା ହୋଇଥିବା ଗୋଟିଏ ଟ୍ରକ ସହ ପଛପଟୁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ କାର୍‌ରେ ବସିଥିବା ୯ ଜଣଙ୍କ ଭିତରୁ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଆଉ ଜଣେ ଗୁରୁତର ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଭୋଜି ଖାଇ ଫେରୁଥିଲେ, ବାଟରେ ଟ୍ରକ ସହ କାର୍ ଧକ୍କାରେ ଚାଲିଗଲା 6 ଜୀବନ - Keonjhar Accident

ଏହା ମଧ୍ୟ ପଢନ୍ତୁ: ଟ୍ରକ ସହ ମୁହାଁମୁହିଁ ଧକ୍କା ପରେ ଜଳିଗଲା ବସ୍; ୬ ଯାତ୍ରୀ ଜୀବନ୍ତ ଦଗ୍ଧ - Road Accident In Andhra

ମୃତକଙ୍କ ମଧ୍ୟରେ କିଛି ମହିଳା ଏବଂ ଜଣେ ପୋଲିସ କନେଷ୍ଟବଳ ଥିବା ମଧ୍ୟ ସୂଚନା ମିଳିଛି । ସମସ୍ତେ ଗୁନା ଜିଲ୍ଲାର ହୋଇଥିବା ବେଳେ ପରିଚୟ ମିଳିପାରିନି । ଏହି ଦୁର୍ଘଟଣା ଖବର ପାଇ ପୋଲିସ ଏବଂ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ମୃତଦେହଗୁଡିକୁ ଉଦ୍ଧାର କରିଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ସେପଟେ ଏହି ଦୁର୍ଘଟଣା ପରେ ଉକ୍ତ ଟ୍ରକ ଡ୍ରାଇଭର ଗାଡି ସହ କୁଆଡେ ଫେରାର୍ ହୋଇଯାଇଛି । ଘଟଣାରେ ପୋଲିସ ଅଧିକ ଛାନଭିନ୍ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.