ବାଲିଯାତ୍ରାର ପଞ୍ଚମ ଦିନରେ ଦର୍ଶକଙ୍କ ଖଚାଖଚ ଭିଡ

By ETV Bharat Odisha Team

Published : Dec 2, 2023, 7:26 AM IST

thumbnail

କଟକ: ଜମୁଛି ଐତିହାସିକ ବାଲିଯାତ୍ରା । ପଞ୍ଚମ ସନ୍ଧ୍ୟାରେ ହେଲା ଖଚାଖଚ ଭିଡ । ରାତି ଯେତେ ବଢୁଥିଲା ଦର୍ଶକଙ୍କ ଭିଡ ସେତେ ଜମୁଥିଲା । ଯାତ୍ରା ସରିସରି ଆସୁଥିବାରୁ ଦର୍ଶକଙ୍କ ଭିଡ ବଢିବାରେ ଲାଗିଛି । ଏହା ଦେଖି ବ୍ୟବସାୟୀ ମାନେ ମଧ୍ୟ ବେଶ ଖୁସି । ଭିଡ଼କୁ ନିୟନ୍ତ୍ରଣ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି । ଉଭୟ ପଡ଼ିଆରେ ଗତ ଦିନ ମାନଙ୍କ ଅପେକ୍ଷା ପଞ୍ଚମ ଦିନରେ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ଯାତ୍ରା ବୁଲିବା ସହ ଓ୍ବାଟର ଟନେଲ ଓ କଟକ ଇନ କଟକର ମଜା ନେଇଥିଲେ ଦର୍ଶକ । ତା ସାଙ୍ଗକୁ ଠୁଙ୍କା ପୁରୀ ଖାଇବା ସହ ରାମ ଦୋଳିରେ ମଧ୍ୟ ଝୁଲିଥିଲେ । ଆଜି (ଶନିବାର) ଓ ଆସନ୍ତାକାଲି ରବିବାର ଥିବାରୁ ଅଧିକ ଭିଡ ହେବା ନେଇ ଆଶା କରାଯାଉଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.