ରେଶମ ସହରରେ ଗଜାନନଙ୍କୁ ମେଲାଣି, ଅସ୍ଥାୟୀ ପୋଖରୀରେ କରାଯାଉଛି ବିସର୍ଜନ

By ETV Bharat Odisha Team

Published : Sep 23, 2023, 11:10 AM IST

thumbnail

ବ୍ରହ୍ମପୁର: ମେଲାଣି ନେଉଛନ୍ତି ବିଘ୍ନବିନାଶକ ଗଜାନନ । ଚଳିତବର୍ଷ ବିଭିନ୍ନ ପୂଜା ମଣ୍ଡପରେ ବଡ ଧୁମଧାମ ସହକାରେ ଗଣେଶ ପୂଜା ଆୟୋଜିତ ହୋଇଥିବା ବେଳେ ବର୍ତ୍ତମାନ ବିଭିନ୍ନ ପୂଜାମଣ୍ଡପରୁ ଦିଆଯାଉଛି ଗଜାନନଙ୍କୁ ମେଲାଣି । ରୀତିନୀତି ଅନୁଯାୟୀ ଅଗ୍ରପୂଜ୍ୟଙ୍କୁ ମେଲାଣି ଦେଉଛନ୍ତି ପୂଜାକମିଟିର ସଦସ୍ୟମାନେ । ଶୋଭାଯାତ୍ରା ସହ ଅଶ୍ରୁଳ ନୟନରେ ଗଜାନନଙ୍କୁ ବିସର୍ଜିତ କରାଯାଉଛି । 

ଏହାମଧ୍ୟ ପଢନ୍ତୁ.. Ganesh Puja 2023: ଏଠି ପୂଜା ପାଉଛନ୍ତି ଜଗନ୍ନାଥ ଗଣେଶ

ତେବେ ଗଣେଶ ପୂଜା ଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ମହାନଗର ନିଗମ ପକ୍ଷରୁ ସହରର ଚତୁଃପାର୍ଶ୍ୱରେ ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀମାନ ନିର୍ମାଣ କରାଯାଇଛି । ସହରର ସମସ୍ତ ମେଢଗୁଡିକ ଏହି ଅସ୍ଥାୟୀ ପୋଖରୀ ଗୁଡିକରେ ବିସର୍ଜନ କରିବା ସହ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜଳାଶୟଗୁଡିକୁ ପ୍ରଦୂଷଣ ମୁକ୍ତ ରଖିବାକୁ ପ୍ରତି ବର୍ଷ ବ୍ରହ୍ମପୁର ଭଳି ପ୍ରମୁଖ ସହରଗୁଡିରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଥାଏ । 

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.