Ganesh Puja 2023: ଏଠି ପୂଜା ପାଉଛନ୍ତି ଜଗନ୍ନାଥ ଗଣେଶ

By ETV Bharat Odisha Team

Published : Sep 22, 2023, 2:39 PM IST

thumbnail

ଭୁବନେଶ୍ବର: ଧରାପୃଷ୍ଠରେ ଅବତରଣ କରିଛନ୍ତି ବିଦ୍ୟା ବୁଦ୍ଧିଦାତା ଭଗବାନ ଶ୍ରୀଗଣେଶ । ଗଜାନନଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ । ଚଳଚଞ୍ଚଳ ହୋଇଛି ପୁରପଲ୍ଲୀ । ରାଜଧାନୀ ଭୁବନେଶ୍ୱରରେ ଅଗ୍ରପୂଜ୍ୟଙ୍କ ପୂଜାକୁ ବେଶ ଧୁମ ଧାମରେ ପାଳନ କରାଯାଉଛି । କେଉଁଠି ୬ ଦିନ ତା କେଉଁଠି ୧୦ ଦିନ ଧରି ବେଶ ଆଡ଼ମ୍ବର ସହ ପୂଜା ପାଉଛନ୍ତି ଗଜାନନ । ଏହାରି ଭିତରେ ଶ୍ରୀରାମ କ୍ଲବରେ ପୂଜା ପାଉଛନ୍ତି ଜଗନ୍ନାଥ ଗଣେଶ । ତେବେ ଗଣେଶ ଅଗ୍ରପୂଜ୍ୟ ହୋଇଥିଲେ ହିଁ କୋଟି ଓ ଓଡ଼ିଆଙ୍କ ଆରାଧ୍ୟ ଦେବତା ଗଜ ବେଶରେ ପୂଜାପାନ୍ତି । ତେଣୁ ଜଗନ୍ନାଥଙ୍କର ଏହି ବେଶର ଦର୍ଶନକୁ ଶୁଭ ମନା ଯାଉଥିବା ବେଳେ କ୍ଲବ ପକ୍ଷରୁ ଜଗନ୍ନାଥ ଗଣେଶ ପୂଜା ପାଉଛନ୍ତି । ସେପଟେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବଦଳରେ ଲୋକମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ପୂଜାର ତୃତୀୟ ଦିନରେ ୧୦୦୦ରୁ ଊର୍ଦ୍ଧ୍ବ ଲୋକ ଏଠାରେ ପାର୍ବତୀ ନନ୍ଦନଙ୍କ ନିଆରା ବେଶର ଦର୍ଶନ ସହ ପ୍ରସାଦ ସେବନ କରି ବେଶ ଖୁସି ହେଉଛନ୍ତି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.