ETV Bharat / state

ଗଣେଶ ପୂଜାରେ ଝଲସୁଛି ପୁରୀ: ବଡଦାଣ୍ଡରେ ତୋରଣ ପ୍ରତିଯୋଗିତା, ପେଣ୍ଠକଟାରେ 25ଫୁଟର ମୂର୍ତ୍ତି

author img

By ETV Bharat Odisha Team

Published : Sep 21, 2023, 7:52 PM IST

Updated : Sep 21, 2023, 10:47 PM IST

ଗଣେଶଙ୍କ ଆଗମନରେ ପୁରୀର ବିଭିନ୍ନ ପୂଜା ମଣ୍ଡପ ଉତ୍ସବ ମୁଖର
ଗଣେଶଙ୍କ ଆଗମନରେ ପୁରୀର ବିଭିନ୍ନ ପୂଜା ମଣ୍ଡପ ଉତ୍ସବ ମୁଖର

ଗଣେଶଙ୍କ ଆଗମନରେ ବିଭିନ୍ନ ପୂଜା ମଣ୍ଡପ ଉତ୍ସବ ମୁଖର ରହିଛି । ଚନ୍ଦ୍ରଯାନ ସହ ବିଭିନ୍ନ ଡିଜାଇନର ତୋରଣରେ ଦର୍ଶନ ଦେଉଛନ୍ତି ପାର୍ବତୀ ନନ୍ଦନ । ଅଧିକ ପଢନ୍ତୁ

ଗଣେଶଙ୍କ ଆଗମନରେ ପୁରୀର ବିଭିନ୍ନ ପୂଜା ମଣ୍ଡପ ଉତ୍ସବ ମୁଖର

ପୁରୀ: ସହରରେ ଗଣେଶ ପୂଜା ବେଶ୍ ଧୁମଧାମରେ ପାଳନ ହେଉଛି । ସହରବାସୀ ଓ ପର୍ଯ୍ୟଟକମାନେ ବିଭିନ୍ନ ପୂଜା ମଣ୍ଡପ ବୁଲି ପ୍ରଭୁ ଗଣେଶଙ୍କ ଆକର୍ଷଣୀୟ ମୂର୍ତ୍ତିର ଦର୍ଶନ କରୁଛନ୍ତି । ସନ୍ଧ୍ୟା ହେଲେ ବଡଦାଣ୍ଡ ରଙ୍ଗୀନ ଆଲୋକମାଳା ସହ ଶ୍ରଦ୍ଧାଳୁ ଭିଡ ବିଭିନ୍ନ ପେଣ୍ଡାଲର ଶୋଭାକୁ ବଢାଉଛି । ମୂର୍ତ୍ତି ଓ ଭଳିକି ଭଳି ଡିଜାଇନର ତୋରଣ ଦେଖି ଏହି ଆଧ୍ୟତ୍ମିକ ପରିବେଶର ବେଶ୍ ମଜା ଉଠାଉଛନ୍ତି ଦର୍ଶକ ।

ଚଳିତ ଗଣେଶ ପୂଜାକୁ ପୁରୀ ସହରର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଯାକ ଜମକରେ ପାଳନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ରଙ୍ଗୀନ ଆଲୋକମାଳା, ବିଭିନ୍ନ ଡିଜାଇନର ତୋରଣକୁ ନେଇ ରଙ୍ଗୀନ ହୋଇ ଉଠିଛି ସହରର ପରିବେଶ । ଚଳିତ ବର୍ଷ ପୂଜାରେ ପୁରୀ ପେଣ୍ଠକଟାର ଶ୍ରୀ ମଙ୍ଗଳମୁଖି ମହାବୀର ଯୁବକ ସଂଘ ପକ୍ଷରୁ ନିର୍ମାଣ ହୋଇଥିବା 25 ଫୁଟର ବିଶାଳ ପ୍ରଭୁ ଗଣେଶଙ୍କ ମୂର୍ତ୍ତି । ଏହି ବିଶାଳ ଗଣେଶଙ୍କ ମୂର୍ତ୍ତି ଦେଖିବାକୁ ପୂଜା ମଣ୍ଡପ ନିକଟରେ ଶତାଧିକ ଭକ୍ତଙ୍କ ଭିଡ ଦେଖିବକୁ ମିଳିଛି।

ଶ୍ରୀ ମଙ୍ଗଳମୁଖି ମହାବୀର ଯୁବକ ସଂଘର କର୍ମକର୍ତ୍ତା ବିସ୍ମୟ ମିଶ୍ର କହିଛନ୍ତି, ‘‘ଗଣେଶ ପୂଜା ଏବେ ପ୍ରତିଯୋଗିତା ପାଲଟିଯାଇଛି । କିଛି ନୂଆ କରିବାର ଇଚ୍ଛାକୁ ନେଇ ସଂଘ ପକ୍ଷରୁ ଚଳିତ ବର୍ଷ ପ୍ରଭୁ ଗଣେଶଙ୍କ 25 ଫୁଟ୍ ବିଶାଳ ମୂର୍ତ୍ତି ନିର୍ମାଣ କରାଯାଇଛି। ଏଥି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।’’

ଏହା ମଧ୍ୟ ପଢନ୍ତୁ..ବୁଢ଼ା-ଟୋକା-ପିଲା ଗଣେଶଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା, ମାସେ ଧରି ପୂଜା ପାଇବେ ଗଜାନନ

ସେପଟେ ବଡଦାଣ୍ଡରେ ଥିବା ଦିନବନ୍ଧୁ ବିନାୟକ ସମିତିର ତୋରଣ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଭାରତର ଚନ୍ଦ୍ରଯାନ-3ର ସଫଳ ମିଶନକୁ ତୋରଣରେ ସ୍ଥାନ ଦିଆଯାଇଛି । PSLV ରାକେଟ ଡିଜାଇନ୍ କରାଯାଇଛି । ଏହାକୁ ଦେଖିବାକୁ ଓ ସେଲ୍ଫି ଉଠାଇବାକୁ ପୂଜା ମଣ୍ଡପ ନିକଟରେ ଭକ୍ତଙ୍କ ବେଶ୍ ଗହଳି ଲାଗି ରହୁଛି । ଏହା ଦର୍ଶକଙ୍କ ମନୋରଞ୍ଜନ ପାଇଁ ସଂଘ ପକ୍ଷରୁ ସୁନ୍ଦରା କାଣ୍ଡ, ଓଡ଼ିଶୀ, ଗୋଟିପୁଅ ଓ ପାଲା ଆଦି ସାଂସ୍କୃତିକ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏକ ସପ୍ତାହ ବ୍ୟାପି ପୁରୀ ସହରରେ ଗଣେଶ ପୂଜା ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତା 25 ତାରିଖରେ ପୁରୀରେ ଭସାଣ ଉତ୍ସବ ଅନୁଷ୍ଠିତ ହେବ । ପୂଜା ଠାରୁ ଭସାଣି ପର୍ଯ୍ୟନ୍ତି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ପୁରୀ

Last Updated :Sep 21, 2023, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.