ଭୋଟ ଦେଉଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ, ଶୁଣନ୍ତୁ କଣ କହୁଛନ୍ତି ଭୋଟର - Malkangiri Voting

By ETV Bharat Odisha Team

Published : May 13, 2024, 10:46 AM IST

thumbnail
Malkangiri Voting (ETV Bharat Odisha)

Malkangiri Voting: ମାଲାକାନଗିରି: ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ଜାରି ରହିଛି ମତଦାନ । ଜିଲ୍ଳାପାଳ ସଚିନ ପାୱାର ମଧ୍ୟ ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି । ଜିଲ୍ଲାର ୭ଟି ଯାକ ବ୍ଲକରେ କଡା ସୁରକ୍ଷା ମଧ୍ୟରେ ଭୋଟ ଦାନ ଚାଲିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଲୋକେ ସକାଳରୁ ହିଁ ଭୋଟ ଦେବା ପାଇଁ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି । ଭୋଟ ଦେବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ତେବେ କିଛି ଭୋଟ ଦାନ କେନ୍ଦ୍ରରେ ଇଭିଏମ ମେସିନ ଖରାପ ହେବାରୁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା।

ଆଜି ସକାଳ ୭ଟା ସମୟରୁ ମାଲକାନଗିରି ଜିଲ୍ଲାର ୧୪୬ ମାଲକାନଗିରି ଓ ୧୪୭ ଚିତ୍ରକୁଣ୍ଡା ନିର୍ବାଚନ ମଣ୍ଡଳୀର ଭୋଟିଂ ଆରମ୍ଭ ହୋଇଯାଇଛି । ମାଲକାନଗିରି ଜିଲ୍ଲାର ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରାୟ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ରହିଛନ୍ତି । ଏହି ଭୋଟରଙ୍କ ନିମନ୍ତେ ୫୪୭ଟି ବୁଥ୍ ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ୩୦ ଟି ସଖୀ ବୁଥ ରହିଛି ଯାହା ସଂପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ବାରା ପରିଚାଳିତ । 

ଏହାମଧ୍ୟ ପଢନ୍ତୁ.. ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ - Lok Sabha Election 2024

ସେହିପରି ଦିବ୍ୟାଙ୍ଗମାନଙ୍କ ନିମନ୍ତେ ୨ଟି ବୁଥ୍ ବ୍ୟବସ୍ଥା କରାଯାଇଛି । ୧୦ ଟି ୟୁଥ୍ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ରୂପେ ୩୦ ବର୍ଷରୁ କମ୍ ଅଧିକାରୀ ତଥା କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ ଆଉମଧ୍ୟ କହିଛନ୍ତି, "ମତଦାନ କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ନିମନ୍ତେ ସ୍ୱତନ୍ତ୍ର ଶୌଚାଳୟ, ଦିବ୍ୟାଙ୍ଗ ତଥା ବାର୍ଦ୍ଧକ୍ୟଙ୍କ ନିମନ୍ତେ ରାମ୍ପ, ଭୀଷଣ ଖରା ଦାଉରୁ ରକ୍ଷା ପାଇଁ ଛାତର ବ୍ୟବସ୍ଥା, ଜଳଛତ୍ର, ପର୍ଯ୍ୟାପ୍ତ ଓଆରଏସ ଓ ଆବଶ୍ୟକୀୟ ଔଷଧ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ବୁଥରେ ନିର୍ବାଚନରେ ନିୟୋଜିତ ଅଧିକାରୀ ତଥା ମତଦାତାଙ୍କୁ ସହାୟତା ନିମନ୍ତେ ଦୁଇ ଜଣ ଲେଖାଏଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ଯ କଡ଼ାକଡ଼ି କରାଯାଇଛି ।"

ଜିଲ୍ଲାରେ ୧୧୪ଟି ସମ୍ବେଦନଶୀଳ ବୁଥ୍ ରହିଥିବା କଥା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଉମଧ୍ୟ ମାଲକାନଗିରି ଜିଲ୍ଲା ଅତ୍ୟଧିକ ଖରା ହେଉଥିବା ହେତୁ ଭୋଟର ମାନଙ୍କୁ ଯଥା ସମ୍ଭବ ପୂର୍ବାହ୍ନ ଅର୍ଥାତ୍ ଖରା କମ୍ ରହୁଥିବା ସମୟରେ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ଅନ୍ୟାନ୍ୟ ଜିଲ୍ଲା ମାନଙ୍କରେ ୭ରୁ ୬ ଟା ପର୍ଯ୍ୟନ୍ତ ମତଦାନ ସମୟ ରହିଥିବା ବେଳେ ମାଲକାନଗିରିରେ ୭ରୁ ୫ ଟା ପର୍ଯ୍ୟନ୍ତ ରଖାଯାଇଛି । ସେହିପରି ସ୍ବାଭିମାନ ଅଂଚଳ ପାଇଁ ମଧ୍ଯ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ପ୍ରଥମ ଥର ପାଇଁ ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ ହେଉଛି । ଏହି ଅଞ୍ଚଳର ଯନ୍ତ୍ରୀ ଓ ସନ୍ୟାସୀଗୁଡା ଠାରେ ମତଦାନ କେନ୍ଦ୍ର କରାଯାଇଛି । 

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.