ETV Bharat / state

ବାଂଲାଦେଶ ମୁୁହାଁ ବାତ୍ୟା,୨୬ରୁ ରାଜ୍ୟରେ ବର୍ଷିବ - LOW PRESSURE IN ODISHA

author img

By ETV Bharat Odisha Team

Published : May 23, 2024, 10:30 PM IST

ODISHA WEATHER UPDATE: ବାତ୍ୟାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ସମ୍ଭାବନା ରହିଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ

ବାଙ୍ଗଲାଦେଶ ମୁୁହାଁ ବାତ୍ୟା ,୨୬ରୁ ରାଜ୍ୟରେ ବର୍ଷା ଆରମ୍ଭ
ବାଙ୍ଗଲାଦେଶ ମୁୁହାଁ ବାତ୍ୟା ,୨୬ରୁ ରାଜ୍ୟରେ ବର୍ଷା ଆରମ୍ଭ (ETV Bharat Odisha)

ଭୁବନେଶ୍ବର: ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି । ପଶ୍ଚିମ କେନ୍ଦ୍ରୀୟ ଓ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେରେ ସଦୃଶ ଲଘୁଚାପରେ ପରିଣତ ହୋଇଛି । ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ଆସନ୍ତାକାଲି ବା ୨୪ ତାରିଖ ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ପରେ ଉତ୍ତର ପୂର୍ବ ଦିଗକୁ ଗତି କରିବା ସହ ତୀବ୍ରତା ବଢିବା ସହ ୨୫ ତାରିଖରେ ସକାଳ ସୁଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ । ପରେ ବାତ୍ୟା ଉତ୍ତର ଦିଗକୁ ଗତି କରିବା ସହ ୨୬ ତାରିଖ ସନ୍ଧ୍ୟା ସୁଧା ଭୀଷଣ ବାତ୍ୟାର ପରିଣତ ହେବ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ । ଭୀଷଣ ଭାବେ ବାଂଲାଦେଶ ପାଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ନିକଟରେ ସମୁଦ୍ର ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି ।

ବାଙ୍ଗଲାଦେଶ ମୁୁହାଁ ବାତ୍ୟା ,୨୬ରୁ ରାଜ୍ୟରେ ବର୍ଷା ଆରମ୍ଭ (ETV Bharat Odisha)

ଏହାର ପ୍ରଭାବରେ ୨୬ରୁ ରାଜ୍ୟରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ଏହାସହ ସମୁଦ୍ର ଆସନ୍ତା ଥିବାରୁ ଆଜି ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି । ରାଜ୍ୟରେ ବିଶେଷ ପ୍ରଭାବ ନ ଥିବାବେଳେ ୨୬ ତାରିଖ ବେଳକୁ ଉତ୍ତର ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ ସହ କାଁଭାଁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବାଲେଶ୍ୱର ଭଦ୍ରକ ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ୨୭ ତାରିଖରେ କିଛି କିଛି ସ୍ଥାନରେ ବର୍ଷା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ବାଲେଶ୍ୱର, ମୟୂରଭଞ୍ଜରେ ଏହାର ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ବର୍ଷା ଜାରି ରହି ଥିବାବେଳେ ରାଜ୍ୟର କିଛି କିଛି ସ୍ଥାନରେ ୨୪ ଓ ୨୫ ତାରିଖରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ଥିବାବେଳେ ଏହି ସମୟରେ ପବନର ବେଗ ୩୦ ରୁ ୪୦ କିଲୋମିଟର କିଛି ସ୍ଥାନରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଥିବା ବିଭାଗ ଆକଳନ କରିଛି ।

ଏହା ମଧ୍ୟ ପଢନ୍ତୁ....ବଙ୍ଗୋପସାଗରରେ ବାତ୍ୟା ! ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ - Cyclone Updates



ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ କିଛି କିଛି ସ୍ଥାନରେ ହୋଇଥିବାବେଳେ ମୟୂରଭଞ୍ଜର ବହଳଦାରେ ସର୍ବାଧିକ ୪୩.୩ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ଖରାର ସହ ଗୁଳୁଗୁଳି ଅନୁଭବ ହେଉଥିବା ବେଳେ କେତେକ ସହରରେ ତାପମାତ୍ରା ୪୦ରୁ ଊର୍ଦ୍ଧ୍ବ ରହୁ ଥିବାବେଳେ ନୂଆପଡା ଓ କୋରେଇରେ ସର୍ବାଧିକ ୪୩.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.