‘ମୁଖ୍ୟମନ୍ତ୍ରୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଉଥିବା ନେତାଙ୍କୁ ଜୁନ 1ରେ ଜନତା ଜବାବ ଦେବେ’ - Pandian Campaign In Jagatsinghpur

By ETV Bharat Odisha Team

Published : May 23, 2024, 10:11 PM IST

thumbnail
VK Pandian Campaign In Jagatsinghpur (ETV Bharat Odisha)

VK Pandian Campaign In Jagatsinghpur: ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲାରେ ମାରାଥନ ପ୍ରଚାର କରିଛନ୍ତି ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଅପରାହ୍ନ ୧.୩୫ ସମୟରେ ବାଲିକୁଦା ସ୍ଥିତ ଆମ୍ବସାଳରେ ବାଲିକୁଦା-ଏରସମାର ବିଧାନସଭା ଆସନର ଦଳୀୟ ପ୍ରାର୍ଥୀ ସାରଦା ଜେନାଙ୍କ ପାଇଁ ପ୍ରଚାର କରିବାରଥିଲା । କିନ୍ତୁ 5ଟି ଅଧ୍ୟକ୍ଷ ଦେଢଘଣ୍ଟା ବିଳମ୍ବରେ ସଭା ସ୍ଥଳରେ ପହଞ୍ଚି ଥିଲେ । ସେ ପହଞ୍ଚିବା ପରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ବାଲିକୁଦା-ଏରସମାର ବିଜେଡି ପ୍ରାର୍ଥୀ ସାରଦା ଜେନା ଓ ଜଗତସିଂହପୁର ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ପ୍ରମୁଖ 5ଟି ଅଧ୍ୟକ୍ଷଙ୍କୁ ସଭାସ୍ଥଳକୁ ପାଛୋଟି ନେଇଥିଲେ । ସଭାରେ ଉପସ୍ଥିତ ଦଳୀୟ କର୍ମୀ ମାନଙ୍କୁ ସମ୍ବୋଧିତ କରି ଭିକେ ପାଣ୍ଡିଆନ କହିଥିଲେ ଯେ ରାଜ୍ୟରେ ବିକାଶ ଧାରା ଆଗକୁ ଆଗକୁ ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଓଡିଶାକୁ 1ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଅହରହ ଉଦ୍ୟମ କରୁଛନ୍ତି ।  

ଏହା ମଧ୍ୟ ପଢନ୍ତୁ ... ନିମାପଡ଼ାରେ ପାଣ୍ଡିଆନଙ୍କ ପ୍ରଚାର, ଦିଲ୍ଲୀପ ଓ ରାଜଶ୍ରୀଙ୍କ ପାଇଁ ମାଗିଲେ ଭୋଟ - Vk Pandian IN Nimapada

ବିଜେପିକୁ ସମାଲୋଚନା କରି ପାଣ୍ଡିଆନ କହିଥିଲେ ଯେ ବାହାର ରାଜ୍ୟର ଗଣ୍ଡା ଗଣ୍ଡା ମୁଖ୍ୟମନ୍ତ୍ରୀ ଆସି ନବୀନ ପଟ୍ଟନାୟକଙ୍କୁ ଅତି କଟୁ ମନ୍ତବ୍ୟ ଦେଉଛନ୍ତି, ଯାହା ସାଧାରଣ ଲୋକେ ଆଗାମୀ 1ତାରିଖରେ ଏହାର ଜବାବ ଦେବେ । ବିଜେପି ନେତାମାନେ ଓଡିଶା ଆସିଲେ କହୁଛନ୍ତି ଓଡିଶା କୁ 1ନମ୍ବର କରିବୁ । ପଶ୍ଚିମବଙ୍ଗକୁ ଗଲେ କହିଛନ୍ତି ପଶ୍ଚିମବଙ୍ଗ କୁ 1 ନମ୍ବର କରିବୁ । ତାମିଲନାଡୁକୁ ଗଲେ କହୁଛନ୍ତି ତାମିଲନାଡୁକୁ 1 ନମ୍ବର କରିବୁ । କାହାକୁ କଣ 1ନମ୍ବର କରିବ ? ଓଡିଶା କିଭଳି ଦେଶରେ 1 ନମ୍ବର ହୋଇଛି ତାହା ନବୀନ ବାବୁଙ୍କ ଠାରୁ ଶିଖନ୍ତୁ ବୋଲି ଆହ୍ବାନ ଦେଇଥିଲେ । ଓଡିଶାକୁ ପ୍ରଚାରରେ ମାଳ ମାଳ ବିଜେପି ନେତା ଆସିଲେ ମଧ୍ୟ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । 

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.