ETV Bharat / state

ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ - lok sabha election 2024

author img

By ETV Bharat Odisha Team

Published : May 13, 2024, 7:08 AM IST

lok sabha election 2024: ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଭୋଟିଂ ଆରମ୍ଭ । 7,303 ମତଦାନ କେନ୍ଦ୍ରରେ ହେଉଛି ଭୋଟିଂ । ସକାଳୁ ମକଭୋଟିଂ ପରେ ଜାରି ରହିଛି ସାଧାରଣ ଭୋଟିଂ । ଅଧିକ ପଢନ୍ତୁ

ପ୍ରଥମ ପର୍ଯ୍ୟାୟ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ
ପ୍ରଥମ ପର୍ଯ୍ୟାୟ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ (PIC-ETV Bharat Odisha)

ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ
ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ (PIC-ETV Bharat Odisha)

ଭୁବନେଶ୍ୱର/ହାଇଦ୍ରାବାଦ: ଆଜି ରାଜ୍ୟରେ ଏକକାଳୀନ ସଂସଦୀୟ ଓ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି । 4 ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ସମେତ ଏହା ଅନ୍ତର୍ଗତ 28 ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି । ମୋଟ 7,303 ମତଦାନ କେନ୍ଦ୍ରରେ ସକାଳୁ ମକଭୋଟିଂ ପରେ ସାଧାରଣ ମତଦାନ ପ୍ରକ୍ରିୟା ହେଉଛି । କଡା ସୁରକ୍ଷା ମଧ୍ୟରେ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି । ମୈଦାନରେ ମୋଟ 12 ରାଜନୈତିକ ଦଳ ଓ ସ୍ବାଧୀନ ଭାବେ 37 ସଂସଦୀୟ ପ୍ରାର୍ଥୀ ରହିଛନ୍ତି । ସଂଧ୍ୟା 6ଟାରେ ଭୋଟିଂ ଶେଷ ହେବା ପରେ ଇଭିଏମ ଓ ଭିଭିପ୍ୟାଟକୁ ଷ୍ଟ୍ରଙ୍ଗରୁମରେ ରଖାଯିବ । ଆସନ୍ତାମାସ 4 ତାରିଖ ଗଣତି ଓ ଜନାଦେଶ ପ୍ରକାଶ ପାଇବ ।

ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ
ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ (PIC-ETV Bharat Odisha)

4 ଲୋକସଭା ଆସନ ମଧ୍ୟରୁ ଦୁଇଟି ଆସନ ବ୍ରହ୍ମପୁର ଓ ନବରଙ୍ଗପୁର ବିଜେଡି ଦଖଲରେ ଥିବାବେଳେ କଳାହାଣ୍ଡି ବିଜେପି ଓ କୋରାପୁଟ କଂଗ୍ରେସ ନିୟନ୍ତ୍ରଣରେ ରହିଛି । ଚଳିତ ଥର ନେତାଙ୍କ ଦଳଡିଆଁ କାରଣରୁ ପ୍ରାୟ ସମସ୍ତ ଆସନରେ ପ୍ରାର୍ଥୀ ଓ ପୂର୍ବ ରାଜନୈତିକ ସମୀକରଣରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଥର 4 ଆସନରେ 7 ମହିଳାଙ୍କ ସହ ମୋଟ 37 ପ୍ରାର୍ଥୀ ରହିଛନ୍ତି । ପ୍ରାର୍ଥୀଙ୍କ ମଧ୍ୟରେ ବର୍ତ୍ତମାନର ସାଂସଦ ଓ ପୂର୍ବତନ ସାଂସଦ ମଧ୍ୟ ରହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ
ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ (PIC-ETV Bharat Odisha)

ବ୍ରହ୍ମପୁର ଆସନ:-

ଗତ 2019 ନିର୍ବାଚନରେ ଥିବା ବ୍ରହ୍ମପୁରର ଲୋକସଭା ଆସନ ରାଜ୍ୟରେ ଶାସନରେ ଥିବା ବିଜୁ ଜନତା ଦଳ (ବିଜେଡି) ଦଖଲରେ ଥିଲା । ଏଥର ଏଠାରେ ବର୍ତ୍ତମାନର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସ୍ଥାନରେ ବିଜେପି ଛାଡି ଶଙ୍ଖ ଧରିଥିବା ଭୃଗୁ ବକ୍ସିପାତ୍ରଙ୍କୁ ଦଳ ଟିକଟ ଦେଇଛି । ଅନ୍ୟପଟେ ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟତମ ଥିବା ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବହିଷ୍କୃତ ହୋଇ ବିଜେପିରେ ସାମିଲ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ପ୍ରାର୍ଥୀ କରିଛି । କଂଗ୍ରେସ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ପ୍ରତିଦ୍ବନ୍ଦ୍ବିତାରେ ଏକାଧିକ ପ୍ରାର୍ଥୀ ଥିବାବେଳେ ଭୃଗୁ-ପ୍ରଦୀପ ଓ ରଶ୍ମୀଙ୍କ ମଧ୍ୟରେ ତ୍ରିକୋଣୀୟ ଲଢେଇ ଦେଖିବାକୁ ଯାଉଛି ବ୍ରହ୍ମପୁର । ମାତ୍ର ପ୍ରଥମ ଧାଡିର ପ୍ରତିଦ୍ବନ୍ଦ୍ବୀ ଭାବେ ଭୃଗୁ-ପ୍ରଦୀପ ରହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ
ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ (PIC-ETV Bharat Odisha)

ନବରଙ୍ଗପୁର ଆସନ:-

ଦକ୍ଷିଣ ଓଡିଶାର ନବରଙ୍ଗପୁର ଆସନ ମଧ୍ୟ 2019 ସାଧାରଣ ନିର୍ବାଚନରେ ବିଜେଡି ଦଖଲରେ ଥିଲା । ଗତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ପ୍ରାୟ 40 ହଜାର ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ପରାସ୍ତ କରିଥିଲେ । ଚଳିତଥର ଦକ୍ଷିଣ ଓଡିଶାରେ କଂଗ୍ରେସର ବଡ ଚେହେରା କୁହାଯାଉଥିବା ଯୁବନେତା ତଥା ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଏବେ ବିଜେଡିରେ ସାମିଲ ହୋଇଛନ୍ତି । ସେ ରମେଶଙ୍କ ସ୍ଥାନରେ ବିଜେଡିର ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ବିଜେପି ଏଥର ବଳଭଦ୍ର ମାଝୀଙ୍କୁ ପ୍ରାର୍ଥୀ କରିଛି । ଏପଟେ କଂଗ୍ରେସ ଭୁଜବଳ ମାଝୀଙ୍କୁ ଲଢେଇ ମୈଦାନକୁ ଓହ୍ଲାଇଛି ।

ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ
ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ (PIC-ETV Bharat Odisha)

କୋରାପୁଟ:-

କୋରାପୁଟର 4 ଆସନ ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ ଓ ପଡୋଶୀ ରାୟଗଡା ଜିଲ୍ଲାର 3 ବିଧାନସଭା ଆସନ, ଗୁଣୁପୁର ବିଷମ-କଟକ, ରାୟଗଡାକୁ ନେଇ ଏହି ଲୋକସଭା ଆସନ ଗଠିତ । ଗତଥର (2019) କଂଗ୍ରେସ ରାଜ୍ୟରେ ମାତ୍ର ଗୋଟିଏ ଆସନ ଭାବେ ଏଠାରେ ହିଁ ଖାତା ଖୋଲିବାରେ ସଫଳ ହୋଇଥିଲା । ସପ୍ତଗିରି ଉଲ୍ଲାକା ଏକମାତ୍ର କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ମାତ୍ର 3 ହଜାର ଭୋଟରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲା ହିକକାଙ୍କୁ ପରାସ୍ତ କରିଥିଲେ । ଏଥର ମଧ୍ୟ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି କଂଗ୍ରେସ । ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକ୍କକାଙ୍କୁ ସାମ୍ନାକୁ କରୁଛନ୍ତି । ବିଜେପି କାଳିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ଏଠାରେ ମଧ୍ୟ ଗତଥର ପରି ସପ୍ତଗିରି ଓ କୌଶଲ୍ୟାଙ୍କ ମଧ୍ୟରେ ହିଁ ଲଢେଇ ଦେଖିବାକୁ ମିଳିବା ନେଇ ଆଶା କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ
ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ (PIC-ETV Bharat Odisha)

କଳାହାଣ୍ଡି:-

ଦକ୍ଷିଣ ଓଡିଶାର ଅନ୍ୟତମ ଚର୍ଚ୍ଚିତ ଆସନ କଳାହାଣ୍ଡିରେ ବିଜୟୀ ହୋଇଥିଲା ବିଜେପି । ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ପରାସ୍ତ କରି ରାଜ୍ୟ ବିଜେପିର ପୂର୍ବତନ ସଭାପତି ବସନ୍ତ ପଣ୍ଡା ସାଂସଦ ହୋଇଥିଲେ । ହେଲେ ଚଳିତଥର ତାଙ୍କୁ ଦଳ ଆଉ ପ୍ରାର୍ଥୀ କରିନି । ବସନ୍ତଙ୍କୁ ବିଶ୍ରାମ ଦେଇ ତାଙ୍କ ସ୍ଥାନରେ ମାଳବିକା ସିଂହଦେଓଙ୍କୁ ପ୍ରାର୍ଥୀ କରିଛି ଭାରତୀୟ ଜନତା ପାର୍ଟି । ବିଜେଡି ମଧ୍ୟ ପୁଷ୍ପେନ୍ଦ୍ରଙ୍କୁ ରିପିଟ୍ କରିବାକୁ ଉଚିତ ଭାବିନି । ତାଙ୍କ ସ୍ଥାନରେ ଲମ୍ବୋଦର ନିଆଲଙ୍କୁ ଶଙ୍ଖ ଟିକଟ ମିଳିଛି । ମହିଳା ଚେହେରା ଦ୍ରୌପଦୀ ମାଝି କଂଗ୍ରେସ ଟିକଟରେ ମଇଦାନରେ ଲଢୁଛନ୍ତି ।

ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ
ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ (PIC-ETV Bharat Odisha)

ମୋଟ ପ୍ରାର୍ଥୀ, ପୁରୁଷ ଓ ମହିଳା:-

4 ଲୋକସଭା ଆସନରେ ମୋଟ 12 ରାଜନୈତିକ ଦଳ ପ୍ରାର୍ଥୀ ଲଢାଉଥିବା ବେଳେ ପ୍ରତିଦ୍ବନ୍ଦୀଙ୍କ ସଂଖ୍ୟା ରହିଛି 37 । ଏଥିମଧ୍ୟରେ 30ଜଣ ପୁରୁଷ ପ୍ରାର୍ଥୀ ଥିବାବେଳେ ଅବଶିଷ୍ଟ 7ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ପୁରୁଷ ଓ ମହିଳା ପ୍ରାର୍ଥୀଙ୍କ ଅନୁପାତ ଦେଖିଲେ 81 ପ୍ରତିଶତ ଓ 19 ପ୍ରତିଶତ ରହିଛି । 3 ଆସନ କଳାହାଣ୍ଡି, ବ୍ରହ୍ମପୁର ଓ କୋରାପୁଟରେ ବିଭିନ୍ନ ଦଳରୁ 11 ଲେଖାଏଁ ପ୍ରାର୍ଥୀ ଥିବାବେଳେ ନବରଙ୍ଗପୁରରେ ମାତ୍ର 4 ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । 3 ପ୍ରମୁଖ ଦଳ ବିଜେଡି କଂଗ୍ରେସ ଓ ବିଜେପିକୁ ଛାଡି ଦେଲେ ବିଏସପି 1, SUCI(C)-3 ପ୍ରାର୍ଥୀ NBNSPର 2 ପ୍ରାର୍ଥୀ, ଓ 11ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ରହିଛନ୍ତି । 4 ଆସନ ମଧ୍ୟରୁ 2 ଆସନ ଅନୁସୂଚିତ ଜନଜାତି ବର୍ଗ ବା(ଏସଟି) ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ତେଣୁ ସେହି ଆଧାରରେ ପ୍ରାର୍ଥୀ ଦେଇଛନ୍ତି ବିଭିନ୍ନ ଦଳ ।

ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବା ପରେ, ଉଭୟ ଦଳ ଏବେ ଏକାକୀ ନିର୍ବାଚନୀ ଲଢୁଛନ୍ତି । ଉଭୟ ଦଳର ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନରେ ରହିଛନ୍ତି । ବିଜେଡି ‘ଯୋଡି ଶଙ୍ଖ’ରେ ଭୋଟ ମାଗୁଥିବା ବେଳେ ମୋଦିଙ୍କ ‘ଡବଲ ଇଞ୍ଜିନ’ ନାରାକୁ ନେଇ ଭାରତୀୟ ଜନତା ପାର୍ଟି ଲୋକଙ୍କ ନିକଟତର ହେଉଛି । ଉଭୟ ଦଳ ଜନାଦେଶ ପାଇ ସରକାର ଗଠନ କରିବେ ବୋଲି ଦମ୍ଭୋକ୍ତି ଦେଖାଇବା ସହ ଶପଥ ଗ୍ରହଣ ତାରିଖ ମଧ୍ୟ ଘୋଷଣା କରିସାରିଲେଣି ।

ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ
ପ୍ରଥମ ପର୍ଯ୍ୟାୟରେ 4 ଲୋକସଭା ଆସନରେ ଆରମ୍ଭ ହେଲା ଭୋଟିଂ (PIC-ETV Bharat Odisha)

ଉଭୟ ଦଳ ଘୋଷଣା କରିଛନ୍ତି ଶପଥ ଗ୍ରହଣ ତାରିଖ:-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର ସଭାରେ 10 ତାରିଖରେ ରାଜ୍ୟରେ ବିଜେପି ସରକାର ଶପଥ ବିଧି ହେବା ନେଇ ଖୋଲା ଘୋଷଣା କରିଛନ୍ତି । ଦୀର୍ଘ 24 ବର୍ଷ ଧରି କ୍ଷମତାରେ ଥିବା ନବୀନ ସରକାରର ଏକ୍ସପାଏରୀ ଡେଟ ମଧ୍ୟ ଘୋଷଣା କରିଛନ୍ତି । ଅନ୍ୟପଟେ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ 9 ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ 6ଷ୍ଠ ଥର ପାଇଁ ଶପଥ ନେବେ ବୋଲି କହିଛନ୍ତି । ଉଭୟ ଦଳର ପ୍ରାଣମୂର୍ଚ୍ଚା ଉଦ୍ୟମ ଏଥର ଲଢେଇକୁ ରୋଚକ କରିବାକୁ ଯାଉଛି । ତଥାପି ଉଭୟ ଦଳଙ୍କ ବିଜୟ ଦମ୍ଭୋକ୍ତି ମଧ୍ୟରେ ଜନତା ଜନାର୍ଦ୍ଦନଙ୍କ ନିର୍ଦ୍ଦେଶ ପାଇଁ ଜୁନ 4 ତାରିଖ ଜନାଦେଶକୁ ଅପେକ୍ଷା କରିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.