ETV Bharat / politics

କେନ୍ଦୁଝରରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର, ପାଣ୍ଡିଆନ ଓ ସନାତନଙ୍କୁ କଲେ ଟାର୍ଗେଟ - Assam CM Slam VK Pandian

author img

By ETV Bharat Odisha Team

Published : May 23, 2024, 10:36 PM IST

Assam CM Slams VK Pandian: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା କେନ୍ଦୁଝରରେ ଏକ ଦଳୀୟ ସଭାରେ ଯୋଗ ଦେଇ ଭିକେ ପାଣ୍ଡିଆନ ଓ ସନାତନ ମହାକୁଡ଼ ଉପରେ ବର୍ଷିଛନ୍ତି । ରାଜ୍ୟରେ କ୍ଷମତାକୁ ଆସିଲେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରାଯିବ ବୋଲି କହିଲେ ହିମନ୍ତ । ଅଧିକ ପଢନ୍ତୁ

Assam CM Slams VK Pandian
Assam CM Slams VK Pandian (ETV Bharat Odisha)

କେନ୍ଦୁଝର: ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ତଥା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଶେଷ ହୋଇଛି । ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ଘନ ଘନ ଗସ୍ତ ବିଜେପି ନେତା ଓ କର୍ମୀଙ୍କ ଶିବିରରେ ଉତ୍ସାହ ଆଣିଛି । ଆଜି ଶେଷ ପର୍ଯ୍ୟାୟରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ପହଞ୍ଚିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା । ହିମନ୍ତ ଚମ୍ପୁଆ ବିଧାୟକ ପ୍ରାର୍ଥୀ ମୁରଲୀ ମନୋହର ଶର୍ମାଙ୍କ ପାଇଁ ପ୍ରଚାର ପାଇଁ ଆସି ରାଜ୍ୟରେ ଦ୍ବିତୀୟ ମୁଖ୍ୟମନ୍ତ୍ରୀଙ୍କ କ୍ଷମତା ଉପଯୋଗ କରୁଥିବା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ । ରାଜ୍ୟରେ ନିଜ ତାମିଲ ଶାସନ ଚଳାଉଥିବା ପାଣ୍ଡିଆନକୁ ଆସନ୍ତା ୪ରେ ଫଳାଫଳ ବାହାରିଲେ ତାମିଲନାଡୁ ପଠାଯିବ ବୋଲି କହିଥିଲେ ହିମନ୍ତ ।

Assam CM Slams VK Pandian (ETV Bharat Odisha)

ଏହା ସହ କେନ୍ଦୁଝର ଜିଲ୍ଲାରେ ନିଜ କଳା ସାମ୍ରାଜ୍ୟ ଚଳାଇଥିବା ସନାତନ ମହାକୁଡ଼କୁ ଟାର୍ଗେଟ କରି ସରକାର ଆସିଲେ ତାଙ୍କୁ ଜେଲ ପଠାଯିବ ବୋଲି କହିଥିଲେ ହିମନ୍ତ । ଦେଶର ସମୃଦ୍ଧଶାଳୀ କେନ୍ଦୁଝର ଜିଲ୍ଲାରେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ହୋଇ ପାରିନଥିବା ବେଳେ ରାଜ୍ୟରେ ସରକାର ଆସିଲେ ପ୍ରଥମେ ଏକ ମେଗା ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ପ୍ରତିଶ୍ରୁତି ଦେଇଥିଲେ । ସନାତନ ମହାକୁଡ଼ ଚଲାଇଥିବା ଅର୍ଥବଳ ରାଜନୀତି ବନ୍ଦ କରିବାକୁ ହେଲେ ବିଜେପି ଶାସନ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ହିମନ୍ତ । ଏହା ସହ ଲୋକଙ୍କୁ ସନାତନଙ୍କ ବଣ୍ଟା ଯାଉଥିବା କଳାଟଙ୍କାକୁ ନେଲେ ମଧ୍ୟ ବିଜେପିକୁ ଭୋଟ ଦେବାକୁ ଅପିଲ କରିଥିଲେ ହିମନ୍ତ ବିଶ୍ଵଶର୍ମା ।

ଏହା ମଧ୍ୟ ପଢନ୍ତୁ .....ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କ୍ୟାପଚର କରି ରଖିଛନ୍ତି: ହିମନ୍ତ ବିଶ୍ୱଶର୍ମା - Himanta Sarma Targets VK Pandian

ଦେଶରେ ପୁଣି ମୋଦି ସରକାର ଓ ରାଜ୍ୟରେ ସରକାର ଗଢିଲେ ଜିଲ୍ଲାର ତିନି ଲକ୍ଷ ଲୋକଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ବୋଲି ହିମନ୍ତ କର୍ମୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସନାତନ ମହାକୁଡ଼ ଚଲାଇଥିବା ଅର୍ଥବଳ ରାଜନୀତି ବନ୍ଦ କରିବାକୁ ହେଲେ ବିଜେପି ଶାସନ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ହିମନ୍ତ । ଏହା ସହ ଲୋକଙ୍କୁ ସନାତନଙ୍କ ବଣ୍ଟା ଯାଉଥିବା କଳାଟଙ୍କାକୁ ନେଲେ ମଧ୍ୟ ବିଜେପିକୁ ଭୋଟ ଦେବାକୁ ଅପିଲ କରିଥିଲେ ହିମନ୍ତ ବିଶ୍ଵଶର୍ମା ।

କେନ୍ଦ୍ର ମନ୍ତ୍ରୀ ଫଗନ ସିଂ କୁଲସ୍ତେ କହିଛନ୍ତି, "କେନ୍ଦୁଝର ଲୋକସଭା ଓ ବିଧାନସଭା କ୍ଷେତ୍ରରେ ବିଜେପିକୁ ଲୋକଙ୍କ ସମର୍ଥନ ରହିଛି । ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଓଡିଆ ଲୋକଙ୍କ ବିଶ୍ବାସ ଜାଗିଛି । ଓଡିଶାରେ ତଥା କେନ୍ଦୁଝରରେ ଖଣିଜ ଭଣ୍ଡାର ରହିଛି । କିନ୍ତୁ ଠିକ ଭାବରେ ପ୍ରକ୍ରିୟା କରଣ ହୋଇ ପାରିନି । ବିଜେପି ଏଠାରେ ଶାସନକୁ ଆସିଲେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ସହ ସ୍ଥାନୀୟ ଲୋକଙ୍କୁ ରୋଜଗାରର ଅବସର ପ୍ରଦାନ କରାଯିବ ।" ଆଜିର ଶେଷ ନିର୍ବାଚନୀ ସମାବେଶରେ ବିଜେପିର ବହୁ ଜିଲ୍ଲା ସ୍ତରୀୟ ନେତାଙ୍କ ସହ ଶତାଧିକ କର୍ମୀ ସାମିଲ ହୋଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.