ମାନୁନି ମନ, ରାୟଗଡାରେ ଷ୍ଟ୍ରଙ୍ଗରୁମ ଜଗିଛନ୍ତି କଂଗ୍ରେସ କର୍ମୀ - Security Of Strong Room

By ETV Bharat Odisha Team

Published : May 23, 2024, 10:57 PM IST

thumbnail
Security Of EVM (ETV Bharat Odisha)


Congress Workers Outside Strong room: ରାୟଗଡ଼ା:  ଦ୍ବିତୀୟ ପର୍ଯ୍ୟାୟ ମତଦାନ ପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ ରୁମରେ ରହିଛି ଇଭିଏମ । ହେଲେ ସମସ୍ତ ସୁରକ୍ଷା ସତ୍ତ୍ବେ ସନ୍ଦେହରେ ରାୟଗଡ଼ା ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମୀ। ଏନେଇ ଗତ ୧୪ ତାରିଖରୁ ସିସିଟିଭି ମାଧ୍ୟମରେ ଇଭିଏମର ସୁରକ୍ଷା ଉପରେ ନଜର ରଖିଛନ୍ତି କଂଗ୍ରେସ କର୍ମୀ । ଭୋଟ ଗଣତି କେନ୍ଦ୍ରର ଷ୍ଟ୍ରଙ୍ଗ ରୁମରେ ରହିଛି ରାୟଗଡ଼ା, ବିଷମକଟକ ଓ ଗୁଣୁପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଇଭିଏମ । ଗୁଣପୁର ନିର୍ବାଚନ ମଣ୍ଡଳୀର ଉପଜିଲ୍ଲାପାଳ କାର୍ଯ୍ୟାଳୟ , ରାୟଗଡା ନିର୍ବାଚନ ମଣ୍ଡଳୀର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଜିସିଡି ହାଇସ୍କୁଲଠାରେ ବିଷମକଟକ ନିର୍ବାଚନ ମଣ୍ଡଳୀର ଇଭିଏମ ଗୁଡିକୁ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ୮୮୪ ବୁଥର ସମସ୍ତ ଲୋକସଭା ଏବଂ ବିଧାନସଭାର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ଏହି EVM  ।

ଏହା ବି ପଢନ୍ତୁ...ରାଜ୍ୟରେ ଦିନକ ପରେ 3ୟ ପର୍ଯ୍ୟାୟ ମତଦାନ, ଥମିଲା ପ୍ରଚାର - ODISHA ELECTION 3RD PHASE

ଇଭିଏମ ରଖାଯାଇଥିବା ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଦାୟିତ୍ଵ କେନ୍ଦ୍ରୀୟ ସୁରକ୍ଷା ବାହିନୀ ବିଏସଏଫ ଏବଂ ସିଆରପିଏଫକୁ ଦିଆଯାଇଛି । ଏହାସହ ବାହାର ସୁରକ୍ଷା ଦାୟିତ୍ଵ ସ୍ଥାନୀୟ ପୋଲିସ ହାତରେ ରହିଛି । ଏହି ସବୁ କେନ୍ଦ୍ରକୁ ସିସିଟିଭି ମାଧ୍ୟମରେ ସିଧାସଳଖ ଜିଲ୍ଲା କଣ୍ଟ୍ରୋଲ ରୁମ ସହିତ ରାଜ୍ୟ ନିର୍ବାଚନ ଅଧିକାରୀ ଓ ଜାତୀୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟକୁ ସଂଯୋଗ କରାଯାଇଛି । ଆସନ୍ତା ୪ ତାରିଖରେ ଭୋଟ ଗଣତି ରହିଛି ।
ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.