ETV Bharat / state

ଏରସମାରେ ଜେପି ନଡ୍ଡାଙ୍କ ପ୍ରଚାର, ପାଣ୍ଡିଆନଙ୍କ ଉପରେ ବର୍ଷିଲେ - JP Nadda In Jagatsinghpur

author img

By ETV Bharat Odisha Team

Published : May 23, 2024, 11:08 PM IST

JP Nadda Jagatsinghpur Visit: ଜଗତସିଂହପୁରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ । ଅଧିକ ପଢନ୍ତୁ

JP Nadda Jagatsinghpur Visit
JP Nadda Jagatsinghpur Visit (ETV Bharat Odisha)

ଏରସମାରେ ଜେପି ନଡ୍ଡାଙ୍କ ପ୍ରଚାର, ପାଣ୍ଡିଆନଙ୍କ ଉପରେ ବର୍ଷିଲେ (ETV Bharat Odisha)

ଜଗତସିଂହପୁର: ଜୁନ 1 ତାରିଖରେ ଜିଲ୍ଲାରେ ପଡ଼ିବ ଭୋଟ‌୍‌ । ମତଦାନକୁ ଆଉ କିଛି ଦିନ ଥିବା ବେଳେ 5T ସଚିବ ଭି.କେ ପାଣ୍ଡିଆନଙ୍କ ମାରାଥନ ଗସ୍ତ ଓ ଦଳୀୟ ସଭାକୁ କାଉଣ୍ଟର କରିଛି ବିଜେପି । ଆଜି (ଗୁରୁବାର) ଜିଲ୍ଲା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଜି ସନ୍ଧ୍ୟାରେ ସେ ଏରସମାରେ ପହଞ୍ଚିଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଏହାସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜଗତସିଂହପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଓ ବାଲିକୁଦା-ଏରସମା ପ୍ରାର୍ଥୀ ସତ୍ୟ ସାରଥୀ ମହାନ୍ତିଙ୍କୁ ଭୋଟ ଦେବା ପାଇଁ ଜନତାଙ୍କୁ ନିବେଦନ କରିଛନ୍ତି ।

ବିଜେପି ପକ୍ଷରୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଚାର କରିଛନ୍ତି । ଆଜି ଅପରାହ୍ନ 3ଟା 20 ମିନିଟରେ ଜେପି ନଡ୍ଡା ଏରସମାର ମିନି ଷ୍ଟାଡିୟମଠାରେ ପ୍ରଚାର କରାଯିବାର ସମୟ ଧାର୍ଯ୍ୟ ହୋଇଥିବା ବେଳେ ନଡ୍ଡା ସନ୍ଧ୍ୟା 5ଟା ସମୟରେ ଏରସମାଠାରେ ପହଞ୍ଚିଥିଲେ । ଏରସମା ବଜାର ପରିକ୍ରମା କରିବା ପରେ ମିନି ଷ୍ଟାଡିୟମଠାରେ ଆୟୋଜିତ ସଭା ସ୍ଥଳକୁ ବିଜେପି ନେତାମାନେ ପାଛୋଟି ନେଇଥିଲେ ।

ଏହା ବି ପଢନ୍ତୁ- ମୟୂରଭଞ୍ଜ ମାଟିରେ ଜେପି ନଡ୍ଡା, ବଖାଣିଲେ ମୋଦିଙ୍କ ଆଦିବାସୀ ବିକାଶର ଉପଲବ୍ଧି ତାଲିକା

ଜନସଭାରେ ଜନତାଙ୍କୁ ସମ୍ବୋଧିତ କରି ନଡ୍ଡା କହିଥିଲେ ରାଜ୍ୟରେ ଏବେ ଅରାଜକତା ଚାଲିଛି । ଓଡ଼ିଶାରେ କଣ କେଉଁ ମା'ର ପିଲା ମୁଖ୍ୟମନ୍ତ୍ରୀ ହେବା ପାଇଁ ଯୋଗ୍ୟ ନୁହେଁ ବୋଲି ପ୍ରଶ୍ନ କରିଥିଲେ । ଓଡ଼ିଶାର ଲୋକେ ଯେଉଁମାନଙ୍କୁ ଭୋଟ ଦେଇ ବିଧାନସଭା ଓ ଲୋକସଭାକୁ ନିର୍ବାଚିତ କରି ପଠାଇଥିଲେ ସେମାନେ ତଳେ ବସିବେ ଓ ଜଣେ ବାବୁ ସେମାନଙ୍କ ଉପରେ ହକିମାତି କରିବେ । ଏହାକୁ ଜଣେ ସ୍ବାଭିମାନି ଓଡ଼ିଆ କେବେ ସହ୍ୟ କରି ପାରିବ ନାହିଁ ବୋଲି କହିଥିଲେ ।

ରାଜ୍ୟ ସରକାରଙ୍କୁ ଆହୁରି ସମାଲୋଚନା କରି କହିଥିଲେ ଯେ ରାଜ୍ୟରେ ପିଲାଙ୍କ ସାଇକେଲଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ସବୁ ବାହାରୁ ଅଣାଯାଉଛି । ରାସ୍ତା କାମଠାରୁ ଆରମ୍ଭ କରି ଗୃହ ନିର୍ମାଣ ପର୍ଯ୍ୟନ୍ତ ଅଣ ଓଡିଆ ଠିକାଦାରଙ୍କୁ କାମ ଦିଆଯାଉଛି । ଏହା ଦେଖି କେବେ ଜଣେ ସ୍ବାଭିମାନି ଓଡ଼ିଆ ଏହାକୁ ବରଦାସ୍ତ କରି ପାରିବ ନାହିଁ । ତେବେ ଜଣେ ଓଡ଼ିଆକୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା ପାଇଁ ବିଜେପିକୁ ଭୋଟ ଦେବାକୁ ନିବେଦନ କରିଥିଲେ। ବିଜେପିର ଡବଲ ଇଞ୍ଜିନ ସରକାର ଆସିଲେ ମାଗଣା ବିଜୁଳି, ସୁଭଦ୍ରା ଯୋଜନା ଓ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଆୟୁଷ୍ମାନ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.