ETV Bharat / politics

ମୟୂରଭଞ୍ଜ ମାଟିରେ ଜେପି ନଡ୍ଡା, ବଖାଣିଲେ ମୋଦିଙ୍କ ଆଦିବାସୀ ବିକାଶର ଉପଲବ୍ଧି ତାଲିକା - JP NADDA KARANJIA CAMPAIGN

author img

By ETV Bharat Odisha Team

Published : May 23, 2024, 6:24 PM IST

JP Nadda Campaign In Karanjia: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପ୍ରଚାର । ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସର ନାରା ଦେଲେ ନଡ୍ଡା । ଅଧିକ ପଢନ୍ତୁ

J P Nadda Campaign In Karanjia
J P Nadda Campaign In Karanjia (ETV Bharat Odisha)

ରାଇରଙ୍ଗପୁର: ଚତୁର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନକୁ ଆଉ କେତୋଟି ଦିନ ବାକି ରହିଥିବା ବେଳେ ଭୋଟ ହାତେଇବା ପାଇଁ ବିଜେପି ଷ୍ଟାର ପ୍ରଚାରକଙ୍କ ଘନ ଘନ ଓଡ଼ିଶା ଗସ୍ତ ଦେଖିବାକୁ ମିଳୁଛି । ବିଜେଡ଼ି ସରକାରକୁ ଯେପରି ଓଡ଼ିଶାରୁ ହଟାଇବା ପାଇଁ ସମସ୍ତ ନିର୍ବାଚନୀ କୌଶଳ ଅବଲମ୍ବନ କରୁଛି ବିଜେପି । ଚଳିତ ଥର ଓଡ଼ିଶାରେ ବିଜେପି ଡବଲ ଇଞ୍ଜିନ ସରକାର ଗଢ଼ିବାକୁ ଅଣ୍ଟା ଭିଡିଛି । ଯାହାକି ବିଜେପି ଷ୍ଟାର ପ୍ରଚାରକ ତଥା କେନ୍ଦ୍ରୀୟ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତରୁ ସହଜେ ଅନୁମାନ କରାଯାଉଛି । ଓଡ଼ିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲା ତଥା କେନ୍ଦୁଝର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଯାହା ଦ୍ବାରା କରଞ୍ଜିଆ ନିର୍ବାଚନ ମଣ୍ଡଳୀର ପ୍ରଚାର ମଇଦାନ ସରଗରମ ହୋଇ ଉଠିଛି ।

ହେଲିକପ୍ଟର ଯୋଗେ ଭୁବନେଶ୍ବରରୁ କରଞ୍ଜିଆ ପହଞ୍ଚିବା ପରେ ନଡ୍ଡାଙ୍କୁ ଆଦିବାସୀ ନୃତ୍ୟ ପରିବେଷଣ ଦ୍ବାରା ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ବିଜେପି ଦଳର ବରିଷ୍ଠ ନେତା ଓ କର୍ମୀ । ପରେ କରଞ୍ଜିଆ ଗୋଲେଇ ପଡିଆ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ଜେପି ନଡ୍ଡା । ତାଙ୍କ ସହ କେନ୍ଦୁଝର ଲୋକସଭା ସାଂସଦ ପ୍ରାର୍ଥୀ ଅନନ୍ତ ଚରଣ ନାଏକ, କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ ଓ ଦଳର ବରିଷ୍ଠ ନେତା, କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ । ଶତାଧିକ ସଂଖ୍ୟାରେ ପଞ୍ଚାୟତ ଓ ଏନଏସି ସ୍ତରର ବିଭିନ୍ନ ରାଜନୈତିକ ଦଳର କର୍ମୀ ଓ ନେତା ମାନେ ଏହି ଅବସରରେ ବିଜେପିରେ ମିଶିଥିଲେ । ଚଳିତ ଥର ଓଡ଼ିଶା ବାସୀ ପରିବର୍ତ୍ତନ ଚାହୁଁଥିବା କହି ଓଡ଼ିଶାରେ ବିକାଶ ଧାରାକୁ ଆହୁରି ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ଗଢିବାକୁ ଉପସ୍ଥିତ ହଜାର ହଜାର ଲୋକଙ୍କୁ ଆହ୍ବାନ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଏହା ମଧ୍ୟ ପଢନ୍ତୁ .... ପାଟପଟୁଆରରେ ଆସି ନାମାଙ୍କନ ଭରିଲେ ବିଜେପି, ବିଜେଡ଼ି ଓ ଭଞ୍ଜସେନା ପ୍ରାର୍ଥୀ - Mayurbhanj Lok Sabha Constituency

ଏଥି ସହିତ ଓଡ଼ିଶାର ଲୋକ ଓଡ଼ିଶାରେ ଶାସନ କରୁ ନଥିବା କହି ପରୋକ୍ଷରେ ପାଣ୍ଡିଆନ ଓ ଓଡ଼ିଶାରେ ଭ୍ରଷ୍ଟାଚାର ବଢୁଥିବା ନେଇ ବିଜେଡ଼ି ସରକାରଙ୍କ ଉପରେ ବର୍ଷିଥିଲେ ନଡ୍ଡା । ଆଜି ମୋଦିଙ୍କ ପାଇଁ ଭାରତ ଦେଶ ଅର୍ଥନୈତିକ ସାରା ବିଶ୍ବରେ ପାଞ୍ଚ ନମ୍ବର ସ୍ଥାନ ଅଧିକାର କରି ପାରିଛି । ମୋଦି ଆଦିବାସୀ ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି, ଯାହା ପାଇଁ ଆଜି ଜଣେ ଆଦିବାସୀ ମହିଳା ଭାରତର ରାଷ୍ଟ୍ରପତି ହୋଇ ପାରିଛନ୍ତି । ତେବେ ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସବୁ ବଖାଣିବା ସହିତ ମୋଦିଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶା ସ୍ବପ୍ନକୁ ସାକାର କରିବା ପାଇଁ ଉଭୟ କେନ୍ଦୁଝର ଲୋକସଭା ଆସନ ପାଇଁ ଅନନ୍ତ ଚରଣ ନାଏକ ଓ କରଞ୍ଜିଆ ବିଧାନସଭା ଆସନ ପାଇଁ ପଦ୍ମଚରଣ ହାଇବୁରୁଙ୍କୁ ଜିତେଇବା ପାଇଁ ପଦ୍ମ ଚିହ୍ନରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.