ଥମିଲା କ୍ୟାମ୍ପେନିଂ ଅଭିଯାନ, ବିଜେପିକୁ ସଫଳତା ମିଳିବା ନେଇ ଭର୍ତ୍ତୃହରିଙ୍କ ଦୃଢୋକ୍ତି - BJP CAMPAIGN IN CUTTACK

By ETV Bharat Odisha Team

Published : May 23, 2024, 10:57 PM IST

thumbnail
BJP CAMPAIGN IN CUTTACK (ETV Bharat Odisha)

BJP CAMPAIGN IN CUTTACK : କଟକ: ଆଜି ସରିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । କଟକ ସଂସଦୀୟ କ୍ଷେତ୍ରରେ ଆସନ୍ତା ୨୫ ତାରିଖରେ ଭୋଟଦାନ ହେବ । ଏହି କ୍ରମରେ ବିଜେପିର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ଚୌଦ୍ୱାର ବିଜେପି ବିଧାୟକ ପ୍ରାର୍ଥୀ ନୟନ ମହାନ୍ତି ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ। ଏଥର ସହରରେ ତାତି କମିଥିବାରୁ ଓ ପାଗ ଭଲ ଥିବାରୁ ଆସନ୍ତା ୨୫ ତାରିଖରେ ଭଲ ଭୋଟିଂ ହେବ ଏବଂ ବିଜେପିକୁ ଭଲ ସଫଳତା ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି ଭର୍ତ୍ତୃହରି ମହତାବ । 

ଏହା ମଧ୍ୟ ପଢନ୍ତୁ .... କଟକରେ ନିଆରା ରାଲି, ନାହାନ୍ତି ପ୍ରାର୍ଥୀ ହେଲେ ପ୍ରଚାର କଲେ ବରିଷ୍ଠ ସ୍ୱାସ୍ଥ୍ୟକର୍ମୀ - Bjp Campaign In Cuttack

ସେହିଭଳି ଚୌଦ୍ବାର ବିଧାୟକ ପ୍ରାର୍ଥୀ  ନୟନ ମହାନ୍ତି କହିଛନ୍ତି ଯେ ଏଥର ବେରୋଜଗାରୀ ପ୍ରମୁଖ ମୁଦ୍ଦା ଅଟେ । ଚୌଦ୍ବାରରେ ପୁନଃ ଶିଳ୍ପ ସମୃଦ୍ଧ ହେବ, ଶିଳ୍ପାୟନ ପ୍ରତିଷ୍ଠା କରାଯିବ । ବିସ୍ଥାପନମାନଙ୍କୁ ଥଇଥାନ କରାଯିବ ବୋଲି ନୟନ କହିଛନ୍ତି । ଓଡିଶା ଏବେ ପରିବର୍ତ୍ତନ ଆଡକୁ ମୁହାଁଇଛି ବୋଲି କହିଛନ୍ତି ନୟନ ମହାନ୍ତି । ଗତ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭା କରିବା ସହ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରୋଡ ସୋ କରିଥିଲେ ।    

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.