ବଡମ୍ବାରେ ବିଜେଡି ଓ ସ୍ୱାଧୀନ ମଧ୍ୟରେ ହେବ କଡା ଟକ୍କର - Baramba Assembly Constituency

By ETV Bharat Odisha Team

Published : May 23, 2024, 11:03 PM IST

thumbnail
Baramba Assembly Constituency (ETV Bharat Odisha)

Baramba Assembly Constituency: କଟକ:ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ପ୍ରଚାର କାର୍ଯ୍ୟ । ଏଥର କଟକ ଜିଲ୍ଲାର ବଡମ୍ବା ନିର୍ବାଚନ ମଣ୍ଡଳୀରେ ହେଭିୱେଟ ଦେବୀ ପ୍ରସାଦ ମିଶ୍ର ଓ ସ୍ବାଧୀନ ପ୍ରାର୍ଥୀ ବିଜୟ ଦଲବେହେରାଙ୍କ ମଧ୍ୟରେ ମୁଖ୍ୟ ଲଢେ଼ଇ ହେବ । ବିଜୟ ଗତ ନିର୍ବାଚନରେ ବିଜେପିରୁ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ ଏବଂ ନିକଟତମ ପ୍ରତିଦ୍ବନ୍ଦ୍ବୀ ଦେବୀ ମିଶ୍ରଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ମାତ୍ର ବିଜୟଙ୍କୁ ଏଥର ବିଜେପି ଟିକେଟ ନଦେବାରୁ ସେ ସ୍ବାଧୀନ ଭାବରେ ନିର୍ବାଚନ ଲଢ଼ୁଛନ୍ତି । 

ଏହା ମଧ୍ୟ ପଢନ୍ତୁ ... କଟକରେ ନିଆରା ରାଲି, ନାହାନ୍ତି ପ୍ରାର୍ଥୀ ହେଲେ ପ୍ରଚାର କଲେ ବରିଷ୍ଠ ସ୍ୱାସ୍ଥ୍ୟକର୍ମୀ - Bjp Campaign In Cuttack

ଯଦିଓ ସମ୍ବିତ ତ୍ରିପାଠୀଙ୍କୁ ଦଳ ଟିକେଟ ଦେଇଛି, ମାତ୍ର ବିଜୟଙ୍କ ଭଲ ସଙ୍ଗଠନ ରହିଛି । ଦେବୀ ମିଶ୍ର କହିଛନ୍ତି ଯେ ଚାଷୀଙ୍କ ପାଇଁ ସବୁବେଳେ ବିଜେଡି କାମ କରି ଆସିଛି ଖାସ କରି ଜଳସେଚନ ବ୍ୟବସ୍ଥା କରିବା ହେଉ କି ଧାନ ଉତ୍ପାଦନ ବୃଦ୍ଧି କରିବା ହେଉ । ସେହିଭଳି ବିଜୟ ପିସି ମୁକ୍ତ ବଡମ୍ବା ନରସିଂହପୁର ବନାଇବାକୁ ଲକ୍ଷ୍ୟ ରଖିଛନ୍ତି । ୩୦ ବର୍ଷର ଅଧା ଥିବା କାମ ୫ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ବିଜୟ ।

ଇଟିଭି ଭାରତ, କଟକ  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.