ପୁରୀରେ ପ୍ରଚାର କଲେ କଣ୍ଠଶିଳ୍ପୀ କୈଳାଶ ଖେର, ସର୍ବସାଧାରଣରେ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ସମ୍ବିତ - bjp campaign in puri

By ETV Bharat Odisha Team

Published : May 23, 2024, 10:56 PM IST

thumbnail
ସରିଲା ପ୍ରଚାର , ସର୍ବସାଧାରଣରେ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ସମ୍ବିତ (ETV Bharat Odisha)

ପୁରୀ: ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରଚାରର ଶେଷ ଦିନରେ ସର୍ବସାଧାରଣରେ ମହାପ୍ରଭୁଙ୍କୁ କ୍ଷମା ମାଗିଲେ ସମ୍ବିତ ପାତ୍ର । ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମହାପ୍ରଭୁଙ୍କ ପ୍ରତି ଅପମାନ ଜନକ ମନ୍ତବ୍ୟ ଦେବାକୁ ନେଇ ସବୁ ମହଲରେ ସମାଲୋଚନା ହେବା ପରେ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିଛନ୍ତି । ନିର୍ବାଚନ ପ୍ରଚାରର ଶେଷ ଦିନରେ ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭା କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି ସମ୍ବିତ । ସେ କହିଛନ୍ତି,"ହେ ମହାପ୍ରଭୁ ମୋର ଯଦି ଅଜାଣତରେ କିଛି ଭୁଲ୍ ହୋଇଯାଇଥାଏ ତେବେ ମତେ କ୍ଷମା କରିଦେବେ । ମତେ ଆପଣ ରଖିଲେ ରଖନ୍ତୁ, ମାରିଲେ ମାରନ୍ତୁ ପଛେ ମତେ କ୍ଷମା କରିଦିଅନ୍ତୁ ।" ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଭୁଲ୍ ମଧ୍ୟ ମାଗିଥିଲେ । 

ତେବେ ଆଜି ପୁରୀ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରଚାରର‌ ଶେଷ ଦିବସ ଥିବାବେଳେ ସମ୍ବିତ ପାତ୍ର ବଲିଉଡର କଣ୍ଠଶିଳ୍ପୀ କୈଳାଶ ଖେରଙ୍କ ସହ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଥିଲେ । ପୁରୀ ବଡ଼ଦାଣ୍ଡର ମରଚିକୋଟ ଛକରୁ ଏକ ବିଶାଳ ବାଇକ ରାଲି କରି ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚ‌ ଠାରେ ପହଞ୍ଚିଥିଲେ । ସେଠାରେ ମହାପ୍ରଭୁଙ୍କ ଭଜନ ଓ ମହାଦେବଙ୍କ ଭଜନ ଗାଇ କୈଳାଶ ଖେରଙ୍କ ସହ ପ୍ରଚାର କାର୍ଯ୍ୟକ୍ରମ ଶେଷ କରିଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.