thumbnail

ନବରଙ୍ଗପୁର ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ - Nityananda Gond visits Nabarangpur

By ETV Bharat Odisha Team

Published : Jun 16, 2024, 3:30 PM IST

ନବରଙ୍ଗପୁର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ନବରଙ୍ଗପୁର ଗସ୍ତ । ମନ୍ତ୍ରୀ ପଦ ପାଇବା ପରେ ସେ ପ୍ରଥମ ଥର ପାଇଁ ନିଜ ଜିଲ୍ଲାକୁ ଗସ୍ତ କରିଛନ୍ତି । ଶନିବାର ଇନ୍ଦ୍ରାବତୀ ନଦୀ ନିକଟରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଧାୟକ ଗୌରୀ ଶଙ୍କର ମାଝୀ ପହଞ୍ଚିବା ପରେ ବିଜେପି କର୍ମୀଙ୍କ ତରଫରୁ ଉଭୟଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ଚାଉଁରିଆଗୁଡାସ୍ଥିତ ବିଜେପି କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା କରାଯିବା ସହ ଏକ ବାଇକ ରାଲିରେ ସହର ପରିକ୍ରମା କରିଥିଲେ ନିତ୍ୟାନନ୍ଦ ଗଣ୍ଡ । ପରବର୍ତ୍ତୀ ସମୟରେ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ବିଭିନ୍ନ ସଙ୍ଗଠନ ତରଫରୁ ମନ୍ତ୍ରୀ ଓ ବିଧାୟକଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଥିଲା । ସ୍ଥାନୀୟ ସର୍କିଟ ହାଉସଠାରେ ପ୍ରଶାସନ ପକ୍ଷରୁ ଜିଲ୍ଲପାଳ କମଳ ଲୋଚନ ମିଶ୍ର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସ୍ୱାଗତ କରିଥିଲେ । ପରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହିତ ଏକ ବୈଠକରେ ଯୋଗ ଦେଇ ଆଲୋଚନା କରିଥିଲେ । ଏହାପରେ ସାମ୍ବାଦିକ ସମିଳନୀରେ ଯୋଗ ଦେଇଥିଲେ ମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ-ନୂଆ ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ, କାହାକୁ ମିଳିଲା କେଉଁ ବିଭାଗ ? - ODISHA CABINET PORTFOLIOS

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.