ETV Bharat / politics

ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖାଯାଇଛି, ମୁକ୍ତ କରାଯାଉ: ବିଜେପି - BJP Targets BJD

author img

By ETV Bharat Odisha Team

Published : May 23, 2024, 10:47 PM IST

BJP Targets BJD: ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ କରି ରଖାଯାଇଛି ବୋଲି ଅଭିଯୋଗ ଆଣିବା ସହ ମୁକ୍ତ କରିବାକୁ ଦାବି କରିଛି ଦଳ । ଜାଣନ୍ତୁ ଏପରି କାହିଁକି କହିଲା ବିଜେପି ।

BJP Targets BJD
BJP Targets BJD (ETV Bharat Odisha)

ଭୁବନେଶ୍ବର: ସମ୍ବାଦିକ ସମ୍ମିଳନୀରେ ବିଜେପିର ସାଂଘାତିକ ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ କରି ରଖାଯାଇଛି ବୋଲି କହିଲେ ରାଜ୍ୟ ବିଜେପି ପୂର୍ବତନ ସଭାପତି ସମୀର ମହାନ୍ତି । ସେ କହିଛନ୍ତି, "ରାଜ୍ୟବାସୀଙ୍କ ତରଫରୁ ଆମେ କହୁଛୁ ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ମୁକ୍ତ କରାଯାଉ । ରାଜ୍ୟର ମୁଖ୍ୟ ଶାସନ ଓ ପୋଲିସ ଡିଜି ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ମୁକ୍ତ କରାନ୍ତୁ । ଆଜିକାଲି ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ଛଡାଯାଇଥିବା କିଛି ଭିଡିଓରୁ ସ୍ପଷ୍ଟ ଜଣା ପଡୁଛି ମୁଖ୍ୟମନ୍ତ୍ରୀ ବନ୍ଧକ ଅଛନ୍ତି । କାରଣ ଯୋଡ଼ି ଶଙ୍ଖକୁ ଭୋଟ ଦେବା ଲୁଙ୍ଗି ପିନ୍ଧି ଯେଉଁ ଭଳି ପ୍ରଚାର କଲେ କିନ୍ତୁ ପାଣ୍ଡିଆନ ପ୍ୟାଣ୍ଟ ସାର୍ଟ ପିନ୍ଧି ଭୋଟ ମାଗିଲେ । ତାଙ୍କ ଦଳ ପାଇଁ ପ୍ରଚାର କଲେ କିଛି ଅସୁବିଧା ନାହିଁ, ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଭଳି ଉପସ୍ଥାପିତ କରାଗଲା ତାହା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ।"

BJP Targets BJD (ETV Bharat Odisha)

"ନବୀନ ବାବୁଙ୍କୁ ସମସ୍ତେ ଜାଣିଛନ୍ତି କେବେ ବି ସେ କାହାକୁ ଚୋର ଚଣ୍ଡାଳ କୁହନ୍ତି ନାହିଁ । କିନ୍ତୁ ତାମିଲ ବାବୁ ନବୀନ ପଟ୍ଟନାୟକଙ୍କ ମୁହଁରେ ସେଭଳି ଶବ୍ଦ ପ୍ରୟୋଗ କରାଇଲେ । ନବୀନ ପଟ୍ଟନାୟକ ବିରୋଧୀଙ୍କୁ କାଉଣ୍ଟର କଲା ବେଳେ ଭିଡିଓରେ ଫନ ମ୍ୟୁଜିକ ଲଗାଯାଉଛି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭିଡିଓକୁ ଏଭଳି କରାଯିବ ଏହା ଓଡ଼ିଆଙ୍କ ପ୍ରତି ଅପମାନ । ତାମିଲ ବାବୁ ରାଜ୍ୟର ଶାସନ ଭାର ହାଇଜ୍ୟାକ କରି ନେଇଛନ୍ତି । ରାଜ୍ୟର ଅନେକ ବଡ଼ ବଡ଼ ଫାଇଲ କେମିତି କାମ ହେଉଛି କାହା ଦ୍ୱାରା ତାହା କାମ ହେଉଛି ତାକୁ ନେଇ ବି ସନ୍ଦେହ ହେଉଛି । ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ରାଜ୍ୟର ଜଣେ ନ୍ୟାୟଧୀଶଙ୍କୁ ସାଙ୍ଗରେ ନେଇ ନବୀନ ନିବାସରେ ବାର୍ତ୍ତାଳାପ କରନ୍ତୁ ଏବଂ ରାଜ୍ୟବାସୀଙ୍କ ମନରୁ ସନ୍ଦେହ ଦୂର କରନ୍ତୁ ଯେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସକ୍ଷମ ଅଛନ୍ତି କି ନାହାନ୍ତି" ବୋଲି କହିଛନ୍ତି ସମୀର ।

ଏହା ବି ପଢନ୍ତୁ...ରାଜ୍ୟ ସରକାରଙ୍କୁ ପୁଣି ଅପରାଜିତାଙ୍କ ଟାର୍ଗେଟ୍, ମୁଖ୍ୟମନ୍ତ୍ରୀଙ୍କୁ କଲେ ଚ୍ୟାଲେଞ୍ଜ - Aparajita On Report Card

ସେ ଆହୁରି କହିଛନ୍ତି, "ରାଜ୍ୟବାସୀ ଚିନ୍ତାରେ ଅଛନ୍ତି । ତାଙ୍କ ନେତା ଓ ମନ୍ତ୍ରୀମାନେ ବି ଦ୍ୱନ୍ଦରେ ଅଛନ୍ତି । ସେଥିପାଇଁ ଆମେ ରାଜ୍ୟବାସୀଙ୍କ ତରଫରୁ ଅନୁରୋଧ କରୁଛୁ ଯେ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ମୁଖମନ୍ତ୍ରୀଙ୍କୁ ଦେଖା କରନ୍ତୁ । ପାଣ୍ଡିଆନ ଅନୁପସ୍ଥିତରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ।" ବିଜେପି ଏନେଇ ପୋଲିସ ଡିଜିଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.