ବାଣ ବିକ୍ରିକୁ ନେଇ ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ତନାଘନା

By ETV Bharat Odisha Team

Published : Nov 10, 2023, 9:52 PM IST

thumbnail

କଟକ: ଆଉ ଦିନକ ପରେ ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ବାଣ ଫୁଟାଇବାର ପରମ୍ପରାର ଥିବାରୁ ବାଣ କିଣିବା ଏବଂ ଫୁଟାଇବା ଲୋକଙ୍କ ଭିତରେ କୌତୁହଳ ସୃଷ୍ଟି କରିଥାଏ । ଲୋକଙ୍କ କୌତୁହଳକୁ ଦୃଷ୍ଟିରେ ରଖି ଚଳିତବର୍ଷ କଟକ ସହରର 31 ଟି ସ୍ଥାନରେ ଖୋଲିଛି ଅସ୍ଥାୟୀ ବାଣ ବଜାର । ସେପଟେ ବାଣକୁ ନେଇ ସୁପ୍ରିମକୋର୍ଟ  କରିଥିବା ନିର୍ଦ୍ଦେଶନାମା ଜାରିକୁ ନେଇ ଆଜି କଟକରେ ବାଣ ଦେକାନ ଗୁଡିକର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ଅଗ୍ନିଶମ ବିଭାଗ । ଏହାସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅକ୍ଷରଅକ୍ଷେରେ ପାଳନ କରାଯିବ ବୋଲି କହିଛନ୍ତି କଟକ ଡିସିପି ।

କଟକ ସହରରେ ଖୋଲିଥିବା ଅସ୍ଥାୟୀ ବାଣ ବଜାର  ସ୍ଥାନଗୁଡ଼ିକରେ ବ୍ୟବସାୟ କରିବା ପାଇଁ ଶୁକ୍ରବାର ଅପରାହ୍ନ ସୁଦ୍ଧା ପ୍ରାୟ ୨୫୦ ଜଣ ବ୍ୟବସାୟୀ ପୋଲିସ ଠାରୁ ଲାଇସେନ୍ସ ପାଇ ସାରିଛନ୍ତି । ସେପଟେ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ବାଣ ବଜାର ଗୁଡ଼ିକୁ ଜାଞ୍ଚ କାର୍ଯ୍ୟ ଆରମ୍ଭ ହୋଇଛି । ବାଣ ଦେକାନ ପାଖରେ ଆତସବାଜି ନକରିବା ଏବଂ ନିଆଁ ଇତ୍ୟାଦି ନଲଗାଇବା, ଯଦି କୌଣସି ଅଘଟଣ ଘଟେ ତେବେ ଏହାକୁ କିପରି ପ୍ରତିହତ କରାଯିବ ସେ ନେଇ ବ୍ୟବସାୟୀଙ୍କୁ ସଚେତନ କରିଛି ଅଗ୍ନିଶମ ବିଭାଗ । ବାଣକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶନାମା ପରେ କେଉଁ ବାଣ ବିକ୍ରି ହେବ ଏବଂ କେଉଁ ଟି ନୁହେଁ ତାକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଛି । ସବୁଜ ବାଣ ବିକ୍ରିକୁ ଅନୁମତି ଥିବା ବେଳେ ଦୋକାନ ଗୁଡିକରେ ବିକ୍ରି ହେଉ ଥିବା ବାଣ ଗୁଡିକ ସବୁଜ ବାଣ ବର୍ଗର ନା ନୁହେଁ ତାହା ଯାଞ୍ଚ କରିବା ପରେ ଜଣାପଡିବ । ତେବେ ଏହି ଗାଇଡ଼ ଲାଇନକୁ ଗ୍ରହଣ କରିଛନ୍ତି ବାଣ ବ୍ୟବସାୟୀ । ଅନ୍ୟପଟେ ବଜାରରେ ବାଣ କିଣି ବେଶ ଆନନ୍ଦିତ ଅଛନ୍ତି ଗ୍ରାହକ ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.