ବଣାଇ ସହର ମଧ୍ୟରେ ଦନ୍ତା, ଲୋକେ ଭୟଭୀତ

By ETV Bharat Odisha Team

Published : Nov 11, 2023, 7:47 AM IST

thumbnail

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବଣାଇ ଅଞ୍ଚଳରେ ବାରମ୍ବାର ହାତୀ ମଣିଷ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳୁଛି । ବଣାଇ ସହର ମଧ୍ୟରେ ଏକ ଦନ୍ତା ହାତୀ ପଶି ଆସିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ନିଆଁ ହୁଳା ଦେଖାଇ ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ ଲୋକେ । ବନ ବିଭାଗ ମଧ୍ୟ ବଣାଇ ଟାଉନ ଭିତରୁ ହାତୀକୁ ଘଉଡାଇବକୁ ଚେଷ୍ଟା କରିଥିଲା । ତେବେ ହାତୀଟି ବଣାଇ ଅଞ୍ଚଳ ଛାଡି ଚାଲିଯିବା ବଦଳରେ ନିଆଁ ଭୟରେ ଅଧିକ ଜନବସତି ମୁହାଁ ହୋଇଥିବା ଦେଖିବାକୁ ମିଳିଥିଲା । 
 

 ଏହାମଧ୍ୟ ପଢନ୍ତୁ: ମଞ୍ଚାରେ ବିତୁଛି ଜୀବନ, ଫସଲ ସୁରକ୍ଷା ପାଇଁ ଚିନ୍ତାରେ ଚାଷୀ

ବଣାଇ ଅଞ୍ଚଳରେ ବର୍ତ୍ତମାନ ହାତୀର ଭୟ ଦେଖିବାକୁ ମିଳିଛି । ହାତୀ ପଶିବା ମାତ୍ରେ ଲାଇନ କଟି ଯାଉଥିବାରୁ ଲୋକମାନେ ଅଧିକ ଭୟଭୀତ ହେଉଛନ୍ତି । ହାତୀଟି ବ୍ଲକ ଛକରୁ ମୁଖ୍ୟ ରାସ୍ତା ଦେଇ ଆରଡିଡ଼ି ଛକରୁ ସୁଣ୍ଢିକୋଣ ଦେଇ ଯାଉଥିବା ଦେଖିବାକୁ ମିଳିଥିଲା । ଏହି ହାତୀ ବଣାଇ, ତଳିତା, ଜକେଇକେଲା, ବଡପୋଷ, ନୂଆପାଲି, କେଲ, ଧରଣୀଧର ପାଲି, ଗୋଗୁଆ ଗ୍ରାମରେ ପଶି ଏକର ଏକର ଧାନ ଫସଲ ନଷ୍ଟ କରୁଥିବା ବେଳେ ବନ ବିଭାଗ ହାତୀକୁ ଘଉଡାଇ ନପାରିବା ନେଇ ଜନଅସନ୍ତୋଷ ପ୍ରକାଶ ପାଉଛି । ତେବେ ଲୋକେ ନିଆଁ ହୁଳା ଧରି ହାତୀକୁ ଘଉଡାଇବାକୁ ଚେଷ୍ଟା କରୁଛନ୍ତି । ହାତୀ ଯୋଗୁଁ ବଣାଇ ଅଞ୍ଚଳର କିଛି ଦୋକାନ ବଜାରରେ କ୍ଷୟକ୍ଷତି ହୋଇଛି । 
 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.