ମଞ୍ଚାରେ ବିତୁଛି ଜୀବନ, ଫସଲ ସୁରକ୍ଷା ପାଇଁ ଚିନ୍ତାରେ ଚାଷୀ

By ETV Bharat Odisha Team

Published : Oct 31, 2023, 6:01 PM IST

thumbnail

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଏମିତି କିଛି ବ୍ଲକ ରହିଛି ଯାହାକି ପାହାଡ଼ର ପାଦଦେଶରେ ଅବସ୍ଥିତ । ପାହାଡ଼ି ଅଞ୍ଚଳରେ ଅନେକ ସମୟରେ ବନ୍ୟଜନ୍ତୁଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଥାଏ । କେତେବେଳେ ଚାଷୀଙ୍କ ଫସଲ ହାତୀ ଉଜାଡ଼ି ଦେଉଛି ତ ପୁଣି କେତେବେଳେ ବନ୍ୟଜନ୍ତୁଙ୍କ ଭୟରେ ଚାଷୀଟିଏ ଫସଲ ଉପରେ ନଜର ରଖି ପାରୁନି। ଏମିତି ସବୁ ଅସୁବିଧା ପାଇଁ ଚାଷୀମାନେ ଗଛ ଉପରେ ମଞ୍ଚା ତିଆରି କରି ସେଇଠି ରହି ଫସଲ ଉପରେ ନଜର ରଖୁଥିବା ଦେଖିବାକୁ ମିଳିଛି । ଏମିତି ଦୃଶ୍ୟ ଔପଦା ବ୍ଲକ ଗଡ଼ସାହି ଗ୍ରାମର ଚାଷୀମାନେ ଫସଲକୁ ସୁରକ୍ଷା ଦେବା ପାଇଁ ଗଛ ଉପରେ ସାହାରା ନେଇଛନ୍ତି । ଯାହାକି ପାହାଡ଼ ପାଦ ଦେଶରେ ଅବସ୍ଥିତ ଏହି ଧାନ କ୍ଷେତକୁ ଜଙ୍ଗଲ ଜନ୍ତୁଙ୍କ ପାଦୁର୍ଭାଵ ଚାଷୀଙ୍କୁ ଅତିଷ୍ଠ କରିଛି । ସେଥିପାଇଁ ଚାଷୀମାନେ ଫସଲକୁ ରକ୍ଷା କରିବା ପାଇଁ ଦିନ ରାତି ଏକ କରି ଗଛ ଉପରେ ଜଗି ରହୁଛନ୍ତି । ସନ୍ଧ୍ୟା ହେଲେ ହାତୀ, ବାରାହା, ମଇଁଷି ମାନେ ଆସି ଧାନ ଖାଇ ଚାଷୀଙ୍କର ବିଭିନ୍ନ ଫସଲ ନଷ୍ଟ କରି ଦେଉଛନ୍ତି । ଏଥିପାଇଁ ଚାଷୀମାନେ ଚାଷ ସମୟରେ ଘର ପରିବାର ଭୁଲି କିଭଳି ଚାଷକୁ ସୁରକ୍ଷା ଦେବେ ସେ ନେଇ ଗଛ ଉପରେ ଏକ ମଞ୍ଜା କରି ରହି ଆସୁଛନ୍ତି । ରାତିରେ ହାତୀ କି ଅନ୍ୟ ବନ୍ୟଜନ୍ତୁ ଆସିଲେ ଚାଷୀମାନେ ଗଛ ଉପରୁ ଡକାଡାକି ହୋଇ ବନ୍ୟଜନ୍ତୁଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିଥାନ୍ତି । ତେବେ ଏମିତି ଦୃଶ୍ୟ ଆଜି କି କାଲିର ନୁହେଁ ବରଂ ପ୍ରତିବର୍ଷ ଏମିତି ହିଁ ଚାଷୀମାନେ ଫସଲ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ି ଜୀବନକୁ ବିପଦ ଆଡକୁ ଠେଲି ଦେଉଛନ୍ତି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.