ETV Bharat / state

ଘରେ ରହି ଭୋଟ ଦେଲେ ବରିଷ୍ଠ ଓ ଦିବ୍ୟାଙ୍ଗ - Odisha Election 2024

author img

By ETV Bharat Odisha Team

Published : May 16, 2024, 3:45 PM IST

Home Voting Facility: ବର୍ତ୍ତମାନ ରାଜ୍ୟରେ ନିର୍ବାଚନୀ ମୋହଲ ରହିଛି । ନିକଟରେ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ସରିଛି ।ତେବେ ଚଳିତ ନିର୍ବାଚନରେ ଯେଭଳି ସବୁ ବର୍ଗ ନିଜ ମତାଧିକାର ସାବ୍ୟସ୍ତ କରବେ ସେଥିପାଇଁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏବେ ବୁଥକୁ ଆସି ପାରୁନଥିବା ଭିନ୍ନକ୍ଷମ ଓ ବୟସ୍କଙ୍କ ପାଇଁ 'ହୋମ ଭୋଟିଂ'ର ବ୍ୟବସ୍ଥା କରାଯାଇଥିଲା । ଏଥିରେ ଏବେ ଉପକୃତ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅନେକ ବୟସ୍କ ଏବଂ ଭିନ୍ନକ୍ଷମ । ଘରେ ରହି ସେମାନେ ମତଦାନ କରିଛନ୍ତି । ଅଧିକ ପଢନ୍ତୁ,

ଘରେ ରହି ଭୋଟ ଦେଉଛନ୍ତି ବରିଷ୍ଠ ଓ ଦିବ୍ୟାଙ୍ଗ
ଘରେ ରହି ଭୋଟ ଦେଉଛନ୍ତି ବରିଷ୍ଠ ଓ ଦିବ୍ୟାଙ୍ଗ (ETV Bharat Odisha)

ଘରେ ରହି ଭୋଟ ଦେଉଛନ୍ତି ବରିଷ୍ଠ ଓ ଦିବ୍ୟାଙ୍ଗ (ETV Bharat Odisha)


ଖୋର୍ଦ୍ଧା: ନିର୍ବାଚନକୁ ସ୍ୱଚ୍ଛ, ଅବାଧ, ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନର ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସେହିଭଳି ଚଳିତ ନିର୍ବାଚନରେ ଯେଭଳି ସବୁ ବର୍ଗ ନିଜ ମତାଧିକାର ସାବ୍ୟସ୍ତ କରବେ ସେଥିପାଇଁ ଗୁରୁତ୍ୱ ଦେଉଛନ୍ତି ନିର୍ବାଚନ ଆୟୋଗ । ବିଶେଷକରି ୮୫ ବର୍ଷରୁ ଉର୍ଦ୍ଧ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଘରେ ରହି ମତଦାନ କରୁଛନ୍ତି ବରିଷ୍ଠ ଓ ଦିବ୍ୟାଙ୍ଗ ଲୋକମାନେ । ଏପରି ଭାବେ ସେମାନେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇଥିବାରୁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଆସନ୍ତା ୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲାରେ ମତଦାନ ହେବ । ଏଥି ନିମନ୍ତେ ସମସ୍ତ ପ୍ରକ୍ରିୟା ଜାରି ରହିଛି । ଜିଲ୍ଲାରେ ଥ‌ିବା ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ନିମନ୍ତେ ଘରେ ରହି ଭୋଟ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାରେ ମୋଟ ୧୭୦୪ ଭୋଟର ନିଜ ଘରେ ରହି ମତଦାନ କରିବେ । ସେମାନଙ୍କ ମଧ୍ୟରେ ୧୨୧୮ ଜଣ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ଵ ଏବଂ ୪୮୬ ଜଣ ଦିବ୍ୟାଙ୍ଗ ଭୋଟର ଥ‌ିବା ଜଣାପଡ଼ିଛି । ପୋଲିଂ ଅଧିକାରୀମାନେ ସେମାନଙ୍କ ଘରକୁ ଯାଇ ଭୋଟିଂ କରାଉଛନ୍ତି । ପୂର୍ବରୁ ଘରେ ରହି ଭୋଟ ଦେବା ପାଇଁ ସେମାନଙ୍କଠାରୁ ସ୍ବୀକୃତି ଗ୍ରହଣ କରାଯାଇଥିଲା ।

ସେହିପରି ଜିଲ୍ଲାର ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ ୮୫ ବର୍ଷ ବୟସରୁ ଅଧିକ ୧୯୮ ଏବଂ ୬୯ ଦିବ୍ୟାଙ୍ଗ ଭୋଟର ରହିଥିବା ବେଳେ , ଭୁବନେଶ୍ବର ମଧ୍ୟରେ ୯୩ଜଣ ବୟସ୍କ ଏବଂ ୨୫ ଜଣ ଦିବ୍ୟାଙ୍ଗ ,ଭୁବନେଶ୍ବର ଉତ୍ତର ରେ ୧୫୫ଜଣ ବରିଷ୍ଠ ଏବଂ ୪୭ଦିବ୍ୟାଙ୍ଗ,ଏକାମ୍ରରେ ୧୮୫ ଜଣ ବରିଷ୍ଠ ଏବଂ ୨୩ ଦିବ୍ୟାଙ୍ଗ ଭୋଟର, ଜଟଣୀରେ ୪୩ଜଣ ବରିଷ୍ଠ ଏବଂ ୩୧ ଜଣ ଦିବ୍ୟାଙ୍ଗ ଭୋଟର ସେମାନଙ୍କ ଘରେ ରହି ମତାଧିକାର ସାବ୍ୟସ୍ତ କରିବେ । ସେହିଭଳି ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୮୪ ଜଣ ୮୫ବର୍ଷ ବୟସରୁ ଉର୍ଦ୍ଧ ଏବଂ ୪୯ ଦିବ୍ୟାଙ୍ଗ ଭୋଟର, ଖୋର୍ଦ୍ଧାରେ ୧୬୪ଜଣ ୮୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଏବଂ ୧୧୭ ଜଣ ଦିବ୍ୟାଙ୍ଗ ଘରେ ରହି ଭୋଟ ଦେଉଥ‌ିବା ବେଳେ ଚିଲିକା ନିର୍ବାଚନ ମଣ୍ଡଳୀରେ ୧୯୬ ଜଣ ବରିଷ୍ଠ ଏବଂ ୧୨୫ ଦିବ୍ୟାଙ୍ଗ ଭୋଟର ମତାଧିକାର ସାବ୍ୟସ୍ତ କରିବେ ।

ତେବେ ଗତକାଲି ଠାରୁ ଏହି ପକ୍ରିୟା ଜିଲାରେ ଆରମ୍ଭ ହୋଇଥିବା ବେଳେ ଏଭଳି ମତଦାନ ପକ୍ରିୟାକୁ ସ୍ୱାଗତ କରିଛନ୍ତି ଭୋଟର ମାନେ । ସେହିଭଳି ପ୍ରତି ଟିମରେ ଜଣେ ମାଇକ୍ରୋ ଅବଜର୍ଭରଙ୍କ ସହ ଦୁଇଜଣ ପୋଲିଂ ଅଧିକାରୀ, ଜଣେ ଲେଖାଏଁ ସୁରକ୍ଷା କର୍ମୀ, ଭିଡିଓ ଗ୍ରାଫର ଓ ଡ୍ରାଇଭର ରହିଛନ୍ତି । ମତଦାନ ପକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ରହୁଥିବା ବେଳେ ସମସ୍ତ ଘଟଣାକୁ ଭିଡିଓଗ୍ରାଫି କରାଯାଉଥିବା ଦେଖିବାକୁ ମିଳୁଛି । ସେହିଭଳି ଯେଉଁ ବରିଷ୍ଠ ମାନେ ଚାହିଁବେ ତାଙ୍କ ପାଇଁ ପରିବାରର ଅନ୍ୟ ସଦସ୍ୟ ମତଦାନ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ଏବଂ ଏହି ମତଦାନ ପକ୍ରିୟାକୁ ଗୁପ୍ତ ରଖାଯାଉଛି ।

ଏହା ମଧ୍ୟ ପଢନ୍ତୁ: ଭୋଟ ଦେଉଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ, ଶୁଣନ୍ତୁ କଣ କହୁଛନ୍ତି ଭୋଟର


ଖୋର୍ଦ୍ଧା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.