ଆଇନ୍‌ର ଆଶ୍ରୟ ନେବି, ଅଭ୍ୟାସ ଜାରି ରଖିବି: ଦୂତି

By

Published : Aug 20, 2023, 9:35 PM IST

thumbnail

ଭୁବନେଶ୍ବର: ଡୋପ୍‌ ଟେଷ୍ଟରେ ବିଫଳ ହୋଇ କ୍ରୀଡ଼ା ଜଗତରୁ ୪ ବର୍ଷ ବ୍ୟାନ ହୋଇଛନ୍ତି ଅଲିମ୍ପିକ୍‌ ଧାବିକା ଦୂତୀ ଚାନ୍ଦ । ଚଳିତ ବର୍ଷ ଜାନୁଆରୀ ୩ରୁ ଏହି ବ୍ୟାନ୍‌ ପିଛିଲା ଭାବେ ଲାଗୁ କରିଛି ନାଡା (National Anti-Doping Agency) । ଫଳରେ ଜାତୀୟ ବା ଅନ୍ତର୍ଜାତୀୟ କୌଣସି କ୍ରୀଡାରେ ଭାଗ ନେଇ ପାରିବେ ନାହିଁ ଦୂତୀ । ତେବେ ନାଡା ଦ୍ବାରା ବାସନ୍ଦ ହେବା ପରେ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ଦୂତି ଚାନ୍ଦ । ଆମ ସହ ଆଲୋଚନା ବେଳେ ଏହି ବ୍ୟାନ୍‌ ନିର୍ଦ୍ଦେଶ ନିଶ୍ଚିତ ହୋଇନାହିଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ମୋତେ ଏହାକୁ ଚ୍ୟାଲେଞ୍ଜ୍‌ କରିବା ପାଇଁ ସମୟ ଦିଆଯାଇଛି । ତେଣୁ ମୋ ଓକିଲଙ୍କ ସହାୟତାରେ ଏହାକୁ ଚ୍ୟାଲେଞ୍ଜ କରିବି । ସେମିତି କୌଣସି ଔଷଧ ସେବନ କରିନାହିଁ ।" ତେଣୁ ଅଭ୍ୟାସ ମଧ୍ୟ ଜାରି ରଖିବେ ବୋଲି ସେ କହିଛନ୍ତି । ଶୁଣନ୍ତୁ ଆମ ସହ ଆଲୋଚନା ବେଳେ ଆଉ କଣ କହିଛନ୍ତି ଦୌଡ଼ରାଣୀ.. 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.