ତୃତୀୟ ପର୍ଯ୍ୟାୟ ମତଦାନ, ଭୋଟ ଦେଲେ ହେଭିୱେଟ ନେତା ସୁଶାନ୍ତ-ଅନନ୍ତ - bhubaneswar LOK SABHA CONSTITUENCY

By ETV Bharat Odisha Team

Published : May 25, 2024, 10:46 PM IST

thumbnail
LOK SABHA ELECTION 2024 (ETV Bharat Odisha)

BHUBANESWAR LOK SABHA CONSTITUENCY: ଭୁବନେଶ୍ବର: ରାଜ୍ୟରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଏହି ଅବସରରେ ଭୋଟ ଦେଇଛନ୍ତି ରାଜଧାନୀର ଦୁଇ ହେଭିୱେଟ ନେତା ତଥା ବିଧାୟକ ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା । ରାଜଭବନରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆସି ନିଜର ମତ ସାବ୍ୟସ୍ତ କରିଛନ୍ତି ମଧ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା । ସେପଟେ ମମତାଜ ଅଲ୍ଲୀ ହାଇସ୍କୁଲରେ ମତ ସାବ୍ୟସ୍ତ କରିଛନ୍ତି ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ । ଉଭୟ ଭୋଟ ଦେବା ପରେ କହିଛନ୍ତ ଯେ, ଗଣତନ୍ତ୍ରର ଏହି ମହାନ ପର୍ବରେ ଭୋଟ ଦେବା ଏକ ଅଧିକାର । ଯାହା ସୁନିଶ୍ଚିତ କରେ ନିଜର ଯୋଗ୍ୟ ପ୍ରାର୍ଥୀର ବିଜୟୀକୁ ତେଣୁ ଆମେ ସାମିଲ ହୋଇ ଖୁସି ଓ ଗର୍ବିତ ଅନୁଭବ କରୁଛୁ । ଏହି କ୍ରମରେ ସମସ୍ତଙ୍କୁ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ମତଦାନ କରିବାକୁ ସେମାନେ ସମସ୍ତଙ୍କୁ ଆହ୍ବାନ କରିଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.