ଡୋପ ଟେଷ୍ଟରେ ବିଫଳ ପରେ ମୁହଁ ଖୋଲିଲେ ଦୂତୀ, କହିଲେ କ୍ୟାନସରରେ ପୀଡିତ ଥିବାରୁ ଔଷଧ ସେବନ କରୁଥିଲି

By

Published : Aug 19, 2023, 10:22 AM IST

thumbnail

ଭୁବନେଶ୍ବର: ଡୋପ ଟେଷ୍ଟରେ ବିଫଳ ହୋଇ 4 ବର୍ଷ ବ୍ୟାନ ହୋଇଛନ୍ତି ଆଥଲେଟ ଦୂତୀ ଚାନ୍ଦ । ଚଳିତ ବର୍ଷ ଜାନୁଆରୀ 3ରୁ ଏହି ଦଣ୍ଡାଦେଶ ଲାଗୁ ହୋଇଛି । ଫଳରେ ଜାତୀୟ, ଅନ୍ତର୍ଜାତୀୟ କୌଣସି କ୍ରୀଡାରେ ଭାଗ ନେଇ ପାରିବେ ନାହିଁ ଦୂତୀ । ବାସନ୍ଦ ହେବା ପରେ ସାମ୍ନାକୁ ଆସିଛି ଦୂତିଚାନ୍ଦଙ୍କ ପ୍ରତିକ୍ରିୟା । ପ୍ରଦର୍ଶନ ଭଲ ପାଇଁ ଜାଣିଶୁଣି ମୁଁ କୌଣସି ଔଷଧ ସେବନ କରିନଥିଲି । କର୍କଟ ରୋଗର ଲେବଲ 1 ମୁଁ ଆକ୍ରାନ୍ତ ହୋଇଥିଲି । କିମ୍ସ ଡାକ୍ତର ସୁଦିପ ଶତପଥୀ ମୋତେ ଏହା କହିଥିଲେ ଯେ, ମୁଁ କର୍କଟରେ ପୀଡିତ ଅଛି । ଏହାପରେ ମୁଁ ମେଡିସିନ ଖାଇଥିଲି । କିନ୍ତୁ ଏଥିରେ ଡୋପିଂ ଥିଲା ମୋତେ ଜଣାନଥିଲା ବୋଲି କହିଛନ୍ତି ଦୂତୀ ।  

ଏହା ମଧ୍ୟ ପଢନ୍ତୁ-ଡୋପ ଟେଷ୍ଟରେ ଫେଲ ଆଥଲେଟ ଦୂତୀ ଚାନ୍ଦ, 4 ବର୍ଷ ବାସନ୍ଦ କଲା NADA

ସେ କହିଛନ୍ତି ଯେ, ଶୁକ୍ରବାର ସକାଳେ ମୁଁ ଏକ ଖବର ପାଇଥିଲି ଯେ ମୁଁ ଚାରି ବର୍ଷ ପାଇଁ ବ୍ୟାନ ହୋଇଛି । ଏହି ଖବର ଶୁଣିବା ପରେ ମୋତେ ବହୁତ ଦୁଃଖ ଲାଗିଥିଲା । ଏହା ପୂର୍ବରୁ ଅନେକ ଡୋପିଂ ପରୀକ୍ଷା ଦେଇଛି, କିନ୍ତୁ ଏପରି ରିପୋର୍ଟ କେବେ ଆସିନଥିଲା । ମୁଁ କେବେ ବି ଭଲ ପ୍ରଦର୍ଶନ ପାଇଁ କୌଣସି ଔଷଧ ସେବନ କରିନଥିଲି । ଯନ୍ତ୍ରଣା ଯୋଗୁଁ ମେଡିସିନ ନେଉଥିଲି । ମୁଁ ଲେବଲ 1 କ୍ୟାନସରରେ ପୀଡିତ ଥିଲି । କିମ୍ସ ହସ୍ପିଟାଲରେ ଟେଷ୍ଟ କରିଥିଲି । ଡାକ୍ତର ସୁଦିପ ଶତପଥୀ ଲେବଲ 1କ୍ୟାନସରରେ ପୀଡିତ ଥିବା ସେ ମୋତେ କହିଥିଲେ । ଖେଳ ଛାଡିବାକୁ ନଚେତ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ । ପରାମର୍ଶ ଅନୁଯାୟୀ ଔଷଧ ସେବନ କରିଥିଲି, କିନ୍ତୁ ସେଥିରେ ଡୋପିଂ ଥିବା ମୋତେ ଜଣାନଥିଲା । ତେଣୁ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ NADAକୁ ଅନୁରୋଧ କରୁଛି ଯେ, ମୋତେ ଦଣ୍ଡାଦେଶରୁ ସାମାନ୍ୟ ଆଶ୍ବସ୍ତି ଦେଇ ଖେଳିବାକୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି ଦୂତୀ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.