ଟ୍ରେନ ଧକ୍କାରେ ଚାଲିଗଲା ଦମ୍ପତିଙ୍କ ଜୀବନ

By ETV Bharat Odisha Team

Published : Oct 20, 2023, 10:46 PM IST

thumbnail

ଯାଜପୁର: ବୈତରଣୀ ରୋଡ ରେଳ ଷ୍ଟେସନରେ ଅଘଟଣ । ଟ୍ରେନ ଧକ୍କାରେ ଚାଲିଗଲା ସ୍ବାମୀ ସ୍ତ୍ରୀଙ୍କ ଜୀବନ । ମୃତକ ହେଲେ  କୋରେଇ ବ୍ଲକ ବରୁଣ୍ଡେଇ ଗାଁର ଆଶୁତୋଷ ସିହ୍ନା ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରିୟା ସିହ୍ନା । କୋରେଇ ଥାନା ବୈତରଣୀ ରୋଡ ରେଳ ଷ୍ଟେସନରେ ଏଭଳି ଅଘଟଣ ଘଟିଛି l ସୂଚନା ମୁତାବକ, ଆଶୁତୋଷ ଏବଂ ତାଙ୍କ ସ୍ତ୍ରୀ ବାରିପଦାରେ ରହୁଥିବାବେଳେ ଦୁର୍ଗାପୂଜା ପାଇଁ ନିଜ ଘର ବାଲେଶ୍ୱରକୁ ଆସୁଥିବା ବାଟରେ ଉଭୟଙ୍କ ଜୀବନ ଯାଇଛି ।

ଏହା ବି ପଢନ୍ତୁ...ବସ୍‌-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଗର୍ଭବତୀଙ୍କ ସମେତ 10ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର

ସେମାନେ ଇଷ୍ଟକୋଷ୍ଟ ଏକ୍ସପ୍ରେସ ଯୋଗେ ଆସି ବୈତରଣୀରୋଡ ରେଳଷ୍ଟେସନ ଓହ୍ଲାଇଥିଲେ । ସେଠାରେ ସେମାନେ ପ୍ଲଟ ଫର୍ମ ଉପରକୁ ଚଢୁଥିବାବେଳେ ବେଳେ ଡାଉନ ଲାଇନରେ ଆସୁଥିବା ମୁଜାଫରପୁର ଏକ୍ସପ୍ରେସ ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ସେପଟେ ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି l

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.