ଆଇପିଏଲ୍‌ ୨୦୨୪: ଫାଇନାଲ୍‌ରେ ହେବ କଡା ଟକ୍କର, ଏମିତି ଆକଳନ କଲେ ପୂର୍ବତନ କ୍ରିକେଟର - IPL 2024 Final

By ETV Bharat Odisha Team

Published : May 26, 2024, 5:48 PM IST

thumbnail
IPL 2024 Final (ETV Bharat Odisha)

IPL 2024 Final: କଟକ: ବିଗ୍‌ ସନ୍‌ ଡେ'ରେ ବିଗ୍‌ ଫାଇଟ । ଚଳିତ ଆଇପିଏଲ୍‌ ସଂସ୍କରଣ ଫାଇନାଲ ମୁକାବିଲା ପାଇଁ ସବୁ ପ୍ରସ୍ତୁତି ଶେଷ । ମୁହାଁମୁହିଁ ହେବେ କୋଲକାତା ଓ ହାଇଦ୍ରାବାଦ । ଚେନ୍ନାଇରେ ଖେଳାଯିବ ଏହି ଫାଇନଲ ଫାଇଟ୍‌ । ଉଭୟ ଟିମ୍‌ ଲିଗ୍‌ ପର୍ଯ୍ୟାୟରେ ଭାଙ୍ଗିଥିଲେ ଅନେକ ରେକର୍ଡ । ଅନ୍ୟ ୮ଟି ଦଳକୁ ଧୂଳି ଚଟେଇ ଫାଇନଲରେ ଖେଳୁଛନ୍ତି ଏହି ଦୁଇ ଦଳ । ତେବେ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏହି ମୁକାବିଲା ବେଶ ରୋମାଞ୍ଚକର ରହିବ ବୋଲି ଆକଳନ କରିଛନ୍ତି ପୂର୍ବତନ କ୍ରିକେଟର ପ୍ରଭଞ୍ଜନ ମଲ୍ଲିକ ।  

ପ୍ରଭଞ୍ଜନଙ୍କ ମତରେ ଉଭୟ ଟିମ ପ୍ରଥମ କ୍ଵାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ । ସେଠାରେ କୋଲକାତା ଏକ ସହଜ ବିଜୟ ହାସଲ କରି ଫାଇନଲରେ ପ୍ରବେଶ କରିଥିଲା । ସେହିପରି ହାଇଦ୍ରାବାଦ ମଧ୍ୟ ଦ୍ବିତୀୟ କ୍ଵାଲିଫାୟରରେ ରାଜସ୍ଥାନକୁ ହରାଇ ଫାଇନଲ ଟିକେଟ୍‌ ହାତେଇଛି । ଗୋଟିଏ ପଟେ ଗୌତମ ଗମ୍ଭୀରଙ୍କ ରଣନୀତି, ଅନ୍ୟପଟେ ଅଷ୍ଟ୍ରେଲୀୟ କ୍ୟାପଟେନ ପ୍ୟାଟ୍‌ କମିନ୍ସଙ୍କ ଦକ୍ଷ ଗେମ୍‌ ପ୍ଲାନ ଏହି ମ୍ୟାଚ୍‌କୁ ଅଧିକ ରୋମାଞ୍ଚକର କରିବ । ତେବେ ଫାଇନାଲ୍‌ ମ୍ୟାଚ୍‌ ବହୁ ରୋମାଞ୍ଚକର ହେବ ବୋଲି ଅନୁମାନ କରିଛନ୍ତି ପୂର୍ବତନ କ୍ରିକେଟର ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.