ଯାଜପୁର ଜିଣିବାକୁ ବିଜେପିର ବ୍ଲୁପ୍ରିଣ୍ଟ, ବିଜୟ ନେଇ ଦୃଢୋକ୍ତି ବାଢିଲେ ବିଜୟ ପାଲ ସିଂ ତୋମାର - Interview With Vijaypal

By ETV Bharat Odisha Team

Published : May 26, 2024, 5:35 PM IST

thumbnail
BJP Party Meeting In Jajpur (ETV Bharat Odisha)

BJP Party Meeting In Jajpur: ଯାଜପୁର: ଆସନ୍ତା ଜୁନ ୧ ତାରିଖରେ ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ଭୋଟଦାନ । ୬ଟି ଲୋକସଭା ଆସନରେ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଦଳୀୟ ରଣନୀତି ସ୍ଥିର କରିବା ପାଇଁ ଯାଜପୁର ଗସ୍ତରେ ଆସିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ଯାଜପୁର ଜିଲ୍ଲାର ଲୋକସଭା ଓ ବିଧାନସଭାର ସମସ୍ତ ଆସନକୁ କିଭଳି ଦଖଲ କରିବ ବିଜେପି ଏଥିପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି l ଆଜି ଏହି ପରିପ୍ରେକ୍ଷୀରେ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ମାନଙ୍କୁ ଗୁରୁମନ୍ତ୍ର ଦେବାକୁ ରାଜ୍ୟ ବିଜେପି ପ୍ରଭାରୀ ବ୍ୟାସନଗର ସ୍ଥିତ ହୋଟେଲରେ ପହଞ୍ଚିଛନ୍ତି  । 

ଏହା ମଧ୍ୟ ପଢନ୍ତୁ ...  ଯାଜପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ଯୋଡି଼ ଖଙ୍ଖରେ ଭୋଟ ଦେବାକୁ କଲେ ନିବେଦନ - VK Pandian Election Campaign

ସେ ହୋଟେଲରେ ପହଞ୍ଚିବା ପରେ ସମସ୍ତ ଦଳୀୟ ପ୍ରାର୍ଥୀ ଓ କାର୍ଯ୍ୟକର୍ତ୍ତାଙ୍କ ସହିତ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି । ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ଆସନରୁ ୨୫ରୁ ଅଧିକ ଆସନ ବିଜେପି ଜିତିବ ବୋଲି କହିଛନ୍ତି ବିଜୟ ପାଲ । ଯାଜପୁରରେ ବିଜେଡିର ଦୁର୍ଗ ଭାଙ୍ଗିଯିବା ସହ ବିଜେପିର ଗଡ ଭାବେ ଉଦ୍ଭା ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ତେବେ ଚଳିତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଓ ଜିଲ୍ଲାରେ କିଭଳି ବିଜେପିର ସ୍ଥିତି ରହିବ ଇଟିଭି ଭାରତର ପ୍ରତିନିଧିଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି । 

ଇଟିଭି ଭାରତ, ଯାଜପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.