ଯାଜପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ଯୋଡି଼ ଖଙ୍ଖରେ ଭୋଟ ଦେବାକୁ କଲେ ନିବେଦନ - VK Pandian Election Campaign

By ETV Bharat Odisha Team

Published : May 25, 2024, 8:48 PM IST

thumbnail
ଯାଜପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର (ETV Bharat Odisha)

VK Pandian Election Campaign: ଯାଜପୁର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟରେ ଯାଜପୁରରେ ହେବ ମତଦାନ । ଆଜି 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଯାଜପୁର ଗସ୍ତ କରି ମାରାଥନ ପ୍ରଚାର କରିଛନ୍ତି । ପ୍ରଥମେ ସେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଗସ୍ତ କରି ହରିପୁର କଲେଜ ପଡିଆରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଏହି ନିର୍ବାଚନୀ ସଭାରେ ଉପସ୍ଥିତ ଥିଲେ ବିଜେଡିର ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରିତିରଞ୍ଜନ ଘଡାଇ ଓ ଯାଜପୁର ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ । ଏହି ସଭାରେ 30 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା । ଉଭୟ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀଙ୍କୁ ଯୋଡ଼ି ଶଙ୍ଖରେ ବିପୁଳ ସଂଖ୍ୟାରେ ଭୋଟଦେଇ ନିର୍ବାଚିତ କରିବାକୁ ପାଣ୍ଡିଆନ ନିବେଦନ କରିଛନ୍ତି । 

ଏହା ମଧ୍ୟ ପଢ଼ନ୍ତୁ...କୋରେଇରେ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ, ଯୋଡ଼ି ଶଙ୍ଖକୁ ଭୋଟ ଦେବାକୁ କଲେ ନିବେଦନ

ତେବେ ପ୍ରଚାର ସମୟରେ ପାଣ୍ଡିଆନ ବିଜେପି ଉପରେ ବର୍ଷିଛନ୍ତି । ପାଣ୍ଡିଆନ କହିଛନ୍ତି, "ବିଜେପି ମିଛ ପ୍ରତିଶ୍ରୁତି ଦେଉଛି । ଲୋକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି । ବିଜେଡି ଠାରୁ ଶୁଣି ରାଜ୍ୟବାସୀଙ୍କୁ ସୋଲାର ପ୍ୟାନେଲ ଜରିଆରେ ମାଗଣା ବିଜୁଳି ଦେବା କଥା କହୁଛି । ମୁଖ୍ୟମନ୍ତ୍ରୀ ଅନେକ କିଛି ବିକାଶ କରିଛନ୍ତି । ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଆଗକୁ ଆହୁରି ଅନେକ କିଛି କାର୍ଯ୍ୟ କରିବେ ।" ଏହାସହ ଉଭୟ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କୁ ଭଲ ଭୋଟ ବ୍ୟବଧାନରେ ଜିତାଇବା ପାଇଁ ନିବେଦନ କରିଛନ୍ତି ପାଣ୍ଡିଆନ । ଲୋକଙ୍କ ଆଶୀର୍ବାଦ ଓ ଭଲପାଇବା ନେଇ 6ଷ୍ଠ ଥର ପାଇଁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପାଣ୍ଡିଆନ ଆହ୍ବାନ କରିଛନ୍ତି । ସେହିପରି ପାଣ୍ଡିଆନ ବିଞ୍ଝାରପୁର, ବରୀ, ଯାଜପୁର, ଧର୍ମଶାଳା ଓ ବଡ଼ଚଣା ନିର୍ବାଚନ ମଣ୍ଡଳୀ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । 

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.