ଆସିଲା ମାଟ୍ରିକ ପରୀକ୍ଷା ଫଳ, ରାଉରକେଲାରେ ଉତ୍ସାହିତ ଛାତ୍ରଛାତ୍ରୀ - BSE ODISHA CLASS 10TH RESULT

By ETV Bharat Odisha Team

Published : May 26, 2024, 4:57 PM IST

thumbnail
BSE Odisha class 1oth results Declared (ETV Bharat Odisha)

BSE Odisha class 10th results Declared: ରାଉରକେଲା: ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ଫଳକୁ ନେଇ ଖୁସି ଏବଂ ଉନ୍ମାଦନା ଦେଖିବାକୁ ମିଳିଛି । ଚଳିତ ବର୍ଷ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସହାର ଏହି ବର୍ଷ ମଧ୍ୟ ଅଧିକ ରହିଛି । ତେବେ ରାଉରକେଲା ସହରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ପରେ ଛାତ୍ର ଛାତ୍ରୀଙ୍କ ମନରେ ଖୁସି ଭରି ଯାଇଥିଲା । ଏହି ସ୍କୁଲର ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ଆସି ନିଜ ରେଜଲ୍ଟ ଦେଖିଥିଲେ । ତେବେ ରେଜଲ୍ଟ ବାହାରିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀ ମାନେ ଟିକେ ନର୍ଭସ ଥିଲେ କିନ୍ତୁ ରେଜଲ୍ଟ ଦେଖି ସମସ୍ତେ ବହୁ ଖୁସି ଥିବା ଦେଖିବାକୁ ମିଳିଛି।  

ଏହା ମଧ୍ୟ ପଢ଼ନ୍ତୁ.. ପ୍ରକାଶ ପାଇଲା +2 ପରୀକ୍ଷା ଫଳ: ଏଥର ବି ପୁଅଙ୍କୁ ଟପିଲେ ଝିଅ - Plus Two Result Declared

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସେକ୍ଟର 6 ରାଉରକେଲାରେ ହର୍ଷିତା ପଣ୍ଡା 552 ମାର୍କ ଆଣିଥିବା ବେଳେ ପ୍ରଗତି ମିଶ୍ର 552 ମାର୍କ, ନିବେଦିତା ନାୟକ ମଧ୍ୟ 552 ମାର୍କ ଏବଂ ଶୁଭଶ୍ରୀ ଦାଶ ମଧ୍ୟ 552 ମାର୍କ ରଖିଛନ୍ତି । ସେହିଭଳି ସ୍ୱୟଂ କୁମାର ନନ୍ଦି ଏବଂ ଚର୍ଚ୍ଚିତା ନାୟକ ଦୁହେଁ 549 ମାର୍କ ରଖିଛନ୍ତି ଏବଂ ସ୍ୱସ୍ତି ସୁମନ ରାଉତ 540 ମାର୍କ ରଖିଛନ୍ତି । ଚଳିତ ମାଟ୍ରିକ ପରୀକ୍ଷାରେ ପ୍ରଥମ କରି ବୋର୍ଡ ପକ୍ଷରୁ ଫଳ ପ୍ରକାଶ ପରେ ଛାତ୍ର ଛାତ୍ରୀ ମାନଙ୍କୁ ଡିଜିଟାଲ ବୋର୍ଡ ସାର୍ଟିଫିକେଟ ପ୍ରଦାନ ବ୍ୟବସ୍ଥା କରାଯାଇଛି । ଆଜି ଅପରାହ୍ନ ୪ଟାରୁ ଅନ ଲାଇନରେ ମାଟ୍ରିକ୍‌ ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷାର ଡିଜିଟାଇଜ୍‌ ବୋର୍ଡ ସାର୍ଟିଫିକେଟ୍‌ ପାଇ ପାରିବେ ଏହା ଦ୍ୱାରା ଛାତ୍ରଛାତ୍ରୀ ଉପକୃତ ହେବେ।  

ଇଟିଭି ଭାରତ, ରାଉରକେଲା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.