ETV Bharat / state

ପ୍ରକାଶ ପାଇଲା +2 ପରୀକ୍ଷା ଫଳ: ଏଥର ବି ପୁଅଙ୍କୁ ଟପିଲେ ଝିଅ - Plus Two Result Declared

author img

By ETV Bharat Odisha Team

Published : May 26, 2024, 3:15 PM IST

Updated : May 26, 2024, 7:11 PM IST

+2 Result Announced: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳ । ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ଘୋଷଣା ହୋଇଛି । ବିଜ୍ଞାନରେ ୮୬.୯୩ ପ୍ରତିଶତ ପାସ୍ ହାର ରହିଥିବାବେଳେ କଳାରେ ୮୦.୯୫ ପ୍ରତିଶତ ଓ ବାଣିଜ୍ୟ ପାସ ହାର ରହିଛି ୮୨.୨୭ ପ୍ରତିଶତ ରହିଛି ।

+2 Result
+2 Result (ETV Bharat Odisha)

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଫଳ । ଗୋଟିଏ ଦିନରେ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ବିଷୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ଘୋଷଣା ହୋଇଛି । ବିଜ୍ଞାନରେ ୮୬.୯୩ ପ୍ରତିଶତ ପାସ୍ ହାର ରହିଥିବାବେଳେ କଳାରେ ୮୦.୯୫ ପ୍ରତିଶତ ଓ ବାଣିଜ୍ୟ ପାସ ହାର ରହିଛି ୮୨.୨୭ ପ୍ରତିଶତ ରହିଛି । www.orissaresults.nic.in ୱେବସାଇଟରେ ନିଜର ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । କଳାରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ଅଧିକ ରହିଛି । ବିଜ୍ଞାନରେ ମଧ୍ୟ ଛାତ୍ରୀ ଆଗରେ ରହିଛନ୍ତି ।

+2 Result (ETV Bharat Odisha)

କଳାରେ ୧ ଲକ୍ଷ ୯୦ ହଜାର ୪୨୯ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ବିଜ୍ଞାନରେ ୧ ଲକ୍ଷ ୨୫୭, ବାଣିଜ୍ୟରେ ୨୧ ହଜାର ୩୦୮ ଓ ଧନ୍ଦାମୂଳକ ଶିକ୍ଷାରେ ୩ହଜାର ୮୩୪ ପିଲା ପାସ୍ କରିଛନ୍ତି । ସେହିପରି ଧନ୍ଦାମୂଳକରେ ୬୮.୦୨ ରହିଛି । ଚଳିତ ଥର ମଧ୍ୟ ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି । ରେଗୁଲାର ଓ ଏକ୍ସ ରେଗୁଲାରେ ସର୍ବମୋଟ ୧ ଲକ୍ଷ ହଜାର ୪୪୭ଜଣ ପୁଅ ପରୀକ୍ଷା ଦେଇଥିବାବେଳେ ୧ ଲକ୍ଷ ୩୦ହଜାର ୭୭୧ ଜଣ ଝିଅ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପୁଅଙ୍କ ପାସ୍ ହାର ୭୨.୬୮ ପ୍ରତିଶତ ରହିଥିବାବେଳେ ଝିଅଙ୍କ ପାସ୍ ହାର ରହିଛି ୮୭.୫୬ ପ୍ରତିଶତ ରହିଛି । ତେବେ ୭୫, ୯୧୩ ଜଣ ପୁଅ ପାସ୍ ହୋଇଥିବାବେଳେ ପାସ୍ ଲିଷ୍ଟରେ ଝିଅଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୧୪ ହଜାର ୫୧୬ ଜଣ ଝିଅ ପାସ୍ କରିଛନ୍ତି । ଗତ ଥର ଭଳି ଚଳିତ ଥର ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କ ଠାରୁ ଆଗରେ ରହିଛନ୍ତି ।

+2 Result
+2 Result (ETV Bharat Odisha)

ଏହା ବି ପଢନ୍ତୁ...ବାହାରିଲା ମାଟ୍ରିକ ରେଜଲ୍ଟ: ପାସ୍‌ହାର 96.07%, ଛାତ୍ରଙ୍କୁ ଟପିଲେ ଛାତ୍ରୀ - BSE Matric Result 2024

ଚଳିତ ବର୍ଷ ମୋଟ ୨ ଲକ୍ଷ ୩୭ ହଜାର ୭୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଆବେଦନ କରିଥିଲେ । ସେଥିରୁ ରେଗୁଲାର ୨ ଲକ୍ଷ ୨୦ ହଜାର ୦୮୦ ଜଣ ଏବଂ ଏକ୍ସ ରେଗୁଲାର ୧୪ହଜାର ୯୦୮ ଛାତ୍ରଛାତ୍ରୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ପରୀକ୍ଷା ଦେଇଥିଲେ ୨ଲକ୍ଷ ୩୫ ହଜାର ୨୧୮ ଜଣ । ୨ ଲକ୍ଷ ୧୮ ହଜାର ୬୨୯ଜଣ ରେଗୁଲାର ପିଲା ପରୀକ୍ଷା ଦେଇଥିବାବେଳେ ୧୩ ହଜାର ୯୩୮ ଏକ୍ସ ରେଗୁଲାର ପିଲା ପରୀକ୍ଷା ଦେଇଥିଲେ ।

+2 Result
+2 Result (ETV Bharat Odisha)

ବାଣିଜ୍ୟରେ ୨୬ ହଜାର ୮୯ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ । ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୪୨୧୧ ଜଣ ରହିଥିବା ବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୮୩୩ ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୫୮୯୭ ଜଣ ପରୀକ୍ଷା ଦେଇଥିଲେ । ତେବେ ଏମାନଙ୍କ ମଧ୍ୟରୁ ପାସ କରିଛନ୍ତି ୨୧୩୦୮ ଜଣ ପରୀକ୍ଷାର୍ଥୀ । ସାମଗ୍ରିକ ପାସ ହାର ରହିଛି ୮୨.୨୭ ପ୍ରତିଶତ । ଚଳିତ ଥର ବାଣିଜ୍ୟରେ ୧୬ ହଜାର ୪୬୬ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧୩ ହଜାର ୨୩୯ ହୋଇଛନ୍ତି । ଛାତ୍ରଙ୍କ ପାସ ହାର ରହିଛି ୮୦.୪୦ ପ୍ରତିଶତ । ସେହିପରି ଭାବରେ ୯ ହଜାର ୪୩୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ପାସ କରିଛନ୍ତି ୮୦୬୯ ଜଣ । ଛାତ୍ରୀଙ୍କ ପାସ ହାର ୮୫.୫୫ ପ୍ରତିଶତ । ଅନ୍ୟପଟେ ୯୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି।

ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୩୦ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ । ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୦୮୫୩୯ ଜଣ ରହିଥିବା ବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୮୦୯୧ ଜଣ ପରୀକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ । ଏମାନଙ୍କ ମଧ୍ୟରୁ ୧୧୫୮୯୫ ଜଣ ପରୀକ୍ଷା ଦେଇଥିଲେ । ତେବେ ଏମାନଙ୍କ ମଧ୍ୟରୁ ପାସ କରିଛନ୍ତି ୧୦୦୭୫୭ ଜଣ ପରୀକ୍ଷାର୍ଥୀ । ସାମଗ୍ରିକ ପାସ ହାର ରହିଛି ୮୬.୯୩ ପ୍ରତିଶତ । ଚଳିତ ଥର ବିଜ୍ଞାନରେ ୬୦ ହଜାର ୯୭୩ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୫୨୫୬୭ ପାସ ହୋଇଛନ୍ତି । ଛାତ୍ରଙ୍କ ପାସ ହାର ରହିଛି ୮୬.୨୧ ପ୍ରତିଶତ । ସେହିପରି ଭାବରେ ୫୪ ହଜାର ୯୨୨ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ପାସ କରିଛନ୍ତି ୪୮୧୯୦ ଜଣ । ଛାତ୍ରୀଙ୍କ ପାସ ହାର ୮୭.୭୪ ପ୍ରତିଶତ । ଅନ୍ୟପଟେ ୨୯୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତପ୍ରତିଶତ ରେଜଲ୍ଟ ହୋଇଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁସାରେ, ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୭୯୧ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ । ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୪ ହଜାର ୯୯୫ ଜଣ ରହିଥିବା ବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୭୯୬ । ଏମାନଙ୍କ ମଧ୍ୟରୁ ୫ହଜାର ୬୩୬ ଜଣ ପରୀକ୍ଷା ଦେଇଥିଲେ । ତେବେ ଏମାନଙ୍କ ମଧ୍ୟରୁ ପାସ କରିଛନ୍ତି ୩ହଜାର ୮୩୪ ଜଣ ପରୀକ୍ଷାର୍ଥୀ । ସାମଗ୍ରୀକ ପାସ ହାର ରହିଛି ୬୮.୦୩ ପ୍ରତିଶତ । ଚଳିତ ଥର ଧନ୍ଦାମୂଳକ ଶିକ୍ଷାରେ ୨ହଜାର ୮୩୧ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ୧ହଜାର ୮୩୧ ପାସ ହୋଇଛନ୍ତି । ଛାତ୍ରଙ୍କ ପାସ ହାର ରହିଛି ୬୪.୬୭ ପ୍ରତିଶତ । ସେହିପରି ଭାବରେ ୨ହଜାର ୮୦୫ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ପାସ କରିଛନ୍ତି ୨ହଜାର ୪ ଜଣ । ଛାତ୍ରୀଙ୍କ ପାସ ହାର ୭୧.୪୦ ପ୍ରତିଶତ । ବିଜ୍ଞାନରେ ୩୯୪ ଜଣ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ରଖିଥିବାବେଳେ କଳାରେ ୫୭ଜଣ ୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଛନ୍ତି । ସେହିପରି ବାଣିଜ୍ୟରେ ୧୩୫ ଜଣ ଓ ଧନ୍ଦାମୂଳର ଶିକ୍ଷାରେ ଜଣେ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ରଖିଛନ୍ତି ।


ଅନ୍ୟପଟେ ମାର୍କ ଗୁଡ଼ିକର ପୁନଃ ଯୋଗ ଏବଂ ପୁନଃ ଯାଞ୍ଚ ପକ୍ରିୟା ପାଇଁ ୧ ଜୁନ୍ ସୁଦ୍ଧା ଦିଆଯିବ ବିଜ୍ଞପ୍ତି । ତେବେ ଡିଜିଲକର ମାଧ୍ୟମରେ ମାର୍କସିଟ୍ ଏବଂ ସାର୍ଟିଫିକେଟ୍ ପରି ଡିଜିଟାଲ ଏକାଡେମିକ୍ ଡକ୍ୟୁମେଣ୍ଟ ପ୍ରଦାନ କରାଯିବ । ଛାତ୍ରଛାତ୍ରୀମାନେ ନିଜ ନିଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରୁ CHSE ଦ୍ବାରା ପ୍ରଦାନ କରାଯାଇଥିବା ମାର୍କସିଟ୍ ଏବଂ ସାର୍ଟିଫିକେଟର ହାର୍ଟ କପି ମଧ୍ୟ ଯୋଗାଇ ଦିଆଯିବ। ତେବେ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ବାର୍ଷିକ INSTANT ଉଚ୍ଚ ମାଧ୍ୟମିକ ପରୀକ୍ଷା - ୨୦୨୪ ଜୁନ୍ ମାସର ଶେଷ ସପ୍ତାହରେ ଅନୁଷ୍ଠିତ ହେବ। ଏନେଇ ହେଲପ୍ ଲାଇନ ନମ୍ବର ୯୯୩୭୯୪୧୧୪୮, ୯୭୭୬୨୧୬୬୨୪ ଜାରି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 26, 2024, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.