ETV Bharat / state

ବସ୍‌-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଗର୍ଭବତୀଙ୍କ ସମେତ 10ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର

author img

By ETV Bharat Odisha Team

Published : Oct 19, 2023, 5:19 PM IST

ଯାତ୍ରୀବାହୀ ବସ ଏବଂ 102 ଆମ୍ବୁଲାନ୍ସ ମଧ୍ୟରେ ମୁହଁମୁହିଁ ଧକ୍କା । ଭଦ୍ରକରେ ଘଟିଛି ଏହି ସଡକ ଦୁର୍ଘଟଣା । ଅଧିକ ପଢ଼ନ୍ତୁ

ଯାତ୍ରୀବାହୀ ବସ ଏବଂ 102 ଆମ୍ବୁଲାନ୍ସ ମଧ୍ୟରେ ମୁହଁମୁହିଁ ଧକ୍କା
ଯାତ୍ରୀବାହୀ ବସ ଏବଂ 102 ଆମ୍ବୁଲାନ୍ସ ମଧ୍ୟରେ ମୁହଁମୁହିଁ ଧକ୍କା

ଯାତ୍ରୀବାହୀ ବସ ଏବଂ 102 ଆମ୍ବୁଲାନ୍ସ ମଧ୍ୟରେ ମୁହଁମୁହିଁ ଧକ୍କା

ଭଦ୍ରକ: ଘରୋଇ ଯାତ୍ରୀବାହୀ ବସ ଏବଂ 102 ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା । ଆମ୍ବୁଲାନ୍ସରେ ଥିବା ଗର୍ଭବତୀଙ୍କ ସମେତ 10 ଜଣରୁ ଊର୍ଦ୍ଧ୍ବ ଗୁରୁତର ହୋଇଥିବା ସୂଚନା । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆଗରପଡା ଠାରେ । ଖବର ଅନୁଯାୟୀ ଭଦ୍ରକରୁ ଏକ ଯାତ୍ରୀବାହୀ ବସ ଆଗରପଡା ଅଭିମୁଖେ ଯାଉଥିଲା । ଏହି ସମୟରେ ଜଣେ ଗର୍ଭବତୀଙ୍କ ନେଇ ବିପରୀତ ଦିଗରୁ 102 ଆମ୍ବୁଲାନ୍ସ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଭିମୁଖେ ଆସୁଥିଲା । ତେବେ ଭଦ୍ରକ ଆଗରପଡା ରାସ୍ତାର ବରପଦା ସ୍ଥିତ ରାଇମଣୀ ଛକ ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଉଭୟ ଯାତ୍ରୀବାହୀ ବସ ଏବଂ 102 ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଧକ୍କା ଫଳରେ ଉଭୟ ବସ ଏବଂ ଆମ୍ବୁଲାନ୍ସ ରାସ୍ତା କଡକୁ ଓଲଟି ପଡିଥିଲେ । ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ବସରେ ଥିବା ଯାତ୍ରୀମାନେ ଗୁରୁତର ଭାବେ ଆହତ ହୋଇଛନ୍ତି । ଏନେଇ ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ବସ ମଧ୍ୟରେ ଥିବା ଯାତ୍ରୀ, ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଆମ୍ବୁଲାନ୍ସରେ ଥିବା ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସମସ୍ତ ଗୁରୁତର ଏବଂ ଆହତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ଏନେଇ ସୂଚନା ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ଅଧିକ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ... ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା, ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ 2 ମୃତ

ତେବେ ନିକଟରେ ବଲାଙ୍ଗୀରରେ ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର ହୋଇଥିଲେ । ବଙ୍ଗୋମୁଣ୍ଡା-ଖଡ଼ିଆଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ବୋଲେରୋ ଗାଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଦୁଇ ଗୁରୁତରଙ୍କୁ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବଲାଙ୍ଗୀର ବଙ୍ଗୋମୁଣ୍ଡା ଖଡ଼ିଆଳ ରାସ୍ତା ଫୁଗୁଡା ଛକ ନିକଟ ବୁଲାଣିରେ ଏହି ଦୁର୍ଘଟଣା ଘଟିଥିଲା । ବୋଲେରୋଟି ବଲାଙ୍ଗୀର ପଟୁ ଯାଉଥିବା ବେଳେ ଖଡ଼ିଆଳ ପଟୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବୋଲେରୋ ମଧ୍ୟରେ ଥିବା 2ଜଣଙ୍କର ମୃତ୍ୟୁ ହୋଇଥିଲା ଓ 2 ଆହତ ହୋଇଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.