ETV Bharat / state

ବଲାଙ୍ଗୀରରେ ସଡ଼କ ଦୁର୍ଘଟଣା, ଟ୍ରକ-ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ 2 ମୃତ

author img

By ETV Bharat Odisha Team

Published : Oct 16, 2023, 12:49 PM IST

ଟ୍ରକ୍‌ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ମୃତ । ବଲାଙ୍ଗୀରରେ ଘଟିଛି ଏହି ସଡକ ଦୁର୍ଘଟଣା । ଅଧିକ ପଢ଼ନ୍ତୁ

Accident in balangir
Accident in balangir

Accident in balangir

ବଲାଙ୍ଗୀର: ବଲାଙ୍ଗୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଗୁରୁତର । ବଙ୍ଗୋମୁଣ୍ଡା-ଖଡ଼ିଆଳ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ବୋଲେରୋ ଗାଡ଼ି ସମ୍ପୂର୍ଣ ନଷ୍ଟ ହୋଇଯାଇଛି । ଦୁଇ ଗୁରୁତରଙ୍କୁ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରା ଯାଇଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ବଲାଙ୍ଗୀର ବଙ୍ଗୋମୁଣ୍ଡା ଖଡ଼ିଆଳ ରାସ୍ତା ଫୁଗୁଡା ଛକ ନିକଟ ବୁଲାଣିରେ ଏହି ଦୁର୍ଘଟଣା ଘଟିଥିଲା । ବୋଲେରୋଟି ବଲାଙ୍ଗୀର ପଟୁ ଯାଉଥିବା ବେଳେ ଖଡ଼ିଆଳ ପଟୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ବୋଲେରୋ ମଧ୍ୟରେ ଥିବା 2ଜଣଙ୍କର ମୃତ୍ୟୁ ହୋଇଥିଲା ଓ 2 ଆହତ ହୋଇଥିଲେ । ଏନେଇ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ବଙ୍ଗୋମୁଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସେପଟେ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ତାକୁ ଧରିବାକୁ ପୋଲିସ ତନାଘନା ଜାରି ରଖିଛି ।

ମୃତକ ଓ ଆହତ ମାନଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ସ୍ଥାନୀୟ ଲୋକେ ବଙ୍ଗୋମୁଣ୍ଡା ଖଡ଼ିଆଳ ରାସ୍ତାକୁ ଅବରୋଧ କରିଛନ୍ତି । ମୃତକଙ୍କ ପରିବାରକୁ ଶୀଘ୍ର ଆର୍ଥିକ ସହାୟତା ଘୋଷଣା କରାଯାଉ ବୋଲି ଦାବି କରିଛନ୍ତି। ସ୍ଥାନୀୟ ସରପଞ୍ଚ ଅଜିତ ମିଶ୍ର କହିଛନ୍ତି ଯେ, ଦୁର୍ଘଟଣାର ଖବର ପାଇବା ପରେ ମୁଁ ଘଟଣା ସ୍ଥଳକୁ ଆସିଥିଲି । ଅଗ୍ନିଶମ ବିଭାଗର ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ପରିବାରକୁ ଶୀଘ୍ର ଆର୍ଥିକ ସହାୟତା ଯୋଗାଇ ଦିଆଯିବାକୁ ମୁଁ ଦାବି କରୁଛି ।

ଏହା ମଧ୍ୟ ପଢନ୍ତୁ-ଦୁର୍ଘଟଣାରେ ପ୍ରାଣ ହରାଇଲେ ଛାତ୍ର, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥରେ ଉତ୍ତେଜନା

ଶନିବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟୀକାତାଳ ଗ୍ରାମରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଦଶମ ଶ୍ରେଣୀର ଛାତ୍ର ବିଶ୍ଵନାଥ ବରାଡ଼ ନିଜର ଜଣେ ସମ୍ପର୍କୀୟଙ୍କ ସହ କୌଣସି କାମରେ ଖୋର୍ଦ୍ଧା ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ ବିଶ୍ୱନାଥ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏମ୍ସ ମେଡିକାଲ ଭର୍ତ୍ତି ହୋଇଥିଲେ କିନ୍ତୁ ସେଠାରେ ଚିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.