କାର୍ତ୍ତିକେଶ୍ବର ଭସାଣୀରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ମହିଳା କାଉନସିଲରଙ୍କୁ ଆକ୍ରମଣ !

By ETV Bharat Odisha Team

Published : Dec 4, 2023, 10:53 PM IST

thumbnail

ଢେଙ୍କାନାଳ: କାର୍ତ୍ତିକେଶ୍ବର ଭସାଣୀ ସମୟରେ ଡିଜେ ଶବ୍ଦକୁ ବନ୍ଦ କରିବା ପାଇଁ କାହିବାରୁ କାଉନସିଲରଙ୍କୁ ଆକ୍ରମଣ ଅଭିଯୋଗ । ଏପରି ଏକ ଘଟଣା ଦେଖିବାକୁ ମିଳୁଛି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ ୧୨ ରେ । ଗତକାଲି ରାତିରେ ଭୁବନ NAC ଲକ୍ଷ୍ମୀ ଛକର କାର୍ତ୍ତିକେଶ୍ବର ଭଷାଣୀ ଚାଲିଥିଲା । ଓ୍ବାର୍ଡ ନଂ ୧୨ ର କାଉଁନସିଲର କବିତା ସେନାପତୀଙ୍କ ଘର ନିକଟରେ ଡିଜେ ବଜାଇ ଯୁବକମାନେ ନାଚ ଗୀତରେ ମସଗୁଲ ଥିଲେ । ତେବେ କବିତା ସେନାପତୀ ଡିଜେର ଭାଇବ୍ରେଟ ଧ୍ବନୀକୁ ବନ୍ଦ କରିବାକୁ କହିଥିଲେ । ଏଥିରେ ଯୁବକମାନେ ରାଗିଯାଇ କାଉନସିଲଙ୍କ ସମେତ ପରିବାରର ସମସ୍ତଙ୍କୁ ଆକ୍ରମଣ କରିବା ସହିତ ଭଙ୍ଗାରୁଜା କରିଥିଲେ । 

ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଯୁବକମାନେ ଓ ଡିଜେ ଗାଡି ଫେରାର ହେବାରେ ସକ୍ଷମ ହୋଇଥିଲେ । ତେବେ ଭୁବନ ପୋଲିସ ଡିଜେ ଗାଡିକୁ ଗଁନ୍ଦିଆ ଥାନା ଅନ୍ତର୍ଗତ ଶଡିଙ୍ଗ ଗ୍ରାମ ନିକଟରୁ ଜବତ କରି ଥାନାକୁ ଆଣିଥିଲେ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ....ଝାଡଖଣ୍ଡ ପୋଲିସର ନିଦ ହଜାଇ ଥିଲେ ଓଡିଶାର 4 ଚୋର, ବାନ୍ଧିଲା ପୋଲିସ

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.