ETV Bharat / bharat

ଝାଡଖଣ୍ଡ ପୋଲିସର ନିଦ ହଜାଇ ଥିଲେ ଓଡିଶାର 4 ଚୋର, ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Dec 4, 2023, 6:27 AM IST

Updated : Dec 4, 2023, 7:01 AM IST

robbery arrested
robbery arrested

Four criminals of Odisha arrested in Dumka: ଗତ ୨ ମାସ ଧରି ଜିଲ୍ଲାର ବିଭିନ୍ନ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟୁଥିବା ଛିନତାଇ ଘଟଣାରେ ଝାଡଖଣ୍ଡ ପୋଲିସକୁ ମିଳିଛି ସଫଳତା । ଏହି ୪ ଜଣ ଲୁଟେରା ଓଡିଶାର ନିବାସୀ । ଅଧିକ ପଢନ୍ତୁ

ରାଞ୍ଚି: ଗତ ୨ ମାସ ଧରି ଜିଲ୍ଲାର ବିଭିନ୍ନ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟୁଥିବା ଛିନତାଇ ଘଟଣାରେ ଝାଡଖଣ୍ଡ ପୋଲିସକୁ ମିଳିଛି ସଫଳତା । ବାହାରକୁ ଟଙ୍କାପଇସା ଓ ସୁନା ଧରି ଯାଉଥିବା ଲୋକ ମାନଙ୍କୁ ଟାର୍ଗେଟ କରୁଥିଲେ ଏହି ଲୁଟେରା ଦଳ । ଯାହାକୁ ନେଇ ସାଧାରଣଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଶେଷରେ ପୋଲିସ ଏହି ଚାରି ଲୁଟେରାଙ୍କୁ ଗିରଫ କରିଛି । ଏହି ୪ ଜଣ ଲୁଟେରା ଓଡିଶାର ନିବାସୀ ହୋଇଥିବା ବେଳେ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ରହି ସାଧାରଣଲୋକଙ୍କୁ ଲୁଟ କରୁଥିଲେ । ନିକଟରେ ଏହି ଗ୍ୟାଙ୍ଗ ଗିରିଡିହର ଦେବିରି ଥାନାର ଚତୋର ବଜାରରେ ସ୍ଥିତ ରାଧାକୃଷ୍ଣ ଜୁଏଲାରୀରେ ବହୁମୂଲ୍ୟ ଗହଣା ଲୁଟ କରିଥିଲେ । ଏହି ଗ୍ୟାଙ୍ଗକୁ ପୋଲିସ ଜସିଡିହ ଷ୍ଟେସନ ପାଖରେ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ... ଡମ୍ପିଂ ୟାର୍ଡ଼ରେ ଅର୍ଦ୍ଧଦଗ୍ଧ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ସନ୍ଦେହ ଆଣିଲେ ପରିବାର ଲୋକ

ଗତ ୧୯ ଅକ୍ଟୋବରରେ ହଂସିଦିହା ଥାନାର ମୁଖ୍ୟ ବଜାର ନିକଟରୁ ରାଧେଶାୟାମ ମଣ୍ଡଳ ନିଜ ସ୍ତ୍ରୀ ବୀଣା ଦେବୀଙ୍କ ସହ ବ୍ୟାଙ୍କରୁ ୧ ଲକ୍ଷ ୧୩ ହଜାର ଟଙ୍କା ଉଠାଇ ଘରକୁ ଯାଉଥିବା ବେଳେ ରାସ୍ତାରେ ବାଇକରେ ଲୁଟେରା ମାନେ ବ୍ୟାଗକୁ ଛଡାଇ ନେଇଥିଲେ । ଏମିତି ଘଟଣା ଜରମଣ୍ଡି ଥାନା ଏବଂ ରାମଗଡ ଥାନା କ୍ଷେତ୍ରରେ ମଧ୍ୟ ଘଟିଥିଲା । ଏହା ପରେ ପୋଲିସ ଏହାର ଯାଞ୍ଚ ଆରମ୍ଭ କରିଥିଲା । ମିଳିଥିବା ସିସିଟିଭି ଫୁଟେଜର ଗୋଟିଏ ସମାନତା ଥିଲା ଅପରାଧୀଙ୍କ ଲୁଟ ବେଳେ ପଲସର ଏବଂ ହୋଣ୍ଡା ବାଇକର ବ୍ୟବହାର । ଜସିଡିହ ଷ୍ଟେସନ ନିକଟସ୍ଥ ଏକ ତିନି ମହଲା କୋଠା ଘରେ ଲୁଚିଥିଲେ । ପୋଲିସକୁ ଦେଖି ସେମାନେ ଫେରାର ହେବାର ପ୍ରୟାସ କରୁଥିବା ବେଳେ ପୋଲିସ କାବୁ କରିଥିଲା । ଦୁମକା ଏସପି ପିତାମ୍ବର ସିଂ ଖେରବାରଙ୍କ ସୂଚନା ଅନୁସାରେ, ସେମାନଙ୍କ ନାମ ଇନ୍ଦ୍ର ରାଓ, ଅନ୍ତେଶ ରାଓ, ଚନ୍ଦନ ରାଓ ଏବଂ ଶ୍ୟାନଳ କୁମାର ବୈରାଗୀ ଅଟେ ଏବଂ ସେମାନଙ୍କ ଘର ଓଡିଶାର ଗଞ୍ଜାମ ଏବଂ ଯାଜପୁର ଜିଲ୍ଲାରେ । ଝାଡଖଣ୍ଡ ପୋଲିସ ପାଇଁ ଏହା ନିଶ୍ଚିତ ଭାବେ ଏକ ବଡ ସଫଳତା । ଏହା ଦ୍ବାରା ସଡକ ଉପରେ ହେଉଥିବା ଲୁଟ ଉପରେ ରୋକ ଲାଗିବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 4, 2023, 7:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.