୧୯୯୯ ମହାବାତ୍ୟାକୁ ୨୪ ବର୍ଷ, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସର୍ଵଦା ପ୍ରସ୍ତୁତ କଟକ

By ETV Bharat Odisha Team

Published : Oct 29, 2023, 5:12 PM IST

thumbnail

କଟକ: ୧୯୯୯ ମହାବାତ୍ୟାକୁ ପୁରିଲା ୨୪ ବର୍ଷ । ଆଜି(ରବିବାର) ଜାତୀୟ ବିପର୍ଯ୍ୟୟ ପ୍ରସମନ ଦିବସ ସହ ବିପର୍ଯ୍ୟୟ ପ୍ରସ୍ତୁତି ପାଳନ କରାଯାଇଛି । ଏହି ଅବସରରେ କଟକ ନେତାଜୀ ବସ ଟର୍ମିନାଲ ପରିସରରେ ବିପର୍ଯ୍ୟୟ ମୁକାବିଲା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଗ୍ନିଶମ ବାହିନୀ ପକ୍ଷରୁ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର କିଭଳି ମୁକାବିଲା କରାଯାଇ ପାରିବ ସେ ସମ୍ପର୍କରେ ବସ ଟର୍ମିନାଲର କର୍ମଚାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ମଧ୍ୟ ସଚେତନତା କରାଯାଇଥିଲା । ଅଗ୍ନି ନିର୍ବାପନ, ରୋପ୍‌ ରେସ୍କ୍ୟୁ, ଲାଡର ରେସ୍କ୍ୟୁ, ଇମ୍ପ୍ରୁଭାଇଜ ଫ୍ଲୋଟିଂ ଡିଭାଇସକୁ କିପରି ଭାବରେ ବ୍ୟବହାର କରି ଅନ୍ୟର ଜୀବନ ବଞ୍ଚାଯାଇ ପାରିବ ତାହାର ଏକ ମକ ଡ୍ରିଲ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କ ପକ୍ଷରୁ ଦେଖାଯାଇଥିଲା ।  

ଏହା ବି ପଢନ୍ତୁ- ମହାବାତ୍ୟାକୁ ୨୩ ବର୍ଷ: ଏବେବି ମିଳିନି ସରକାରୀ ସହାୟତା, ବିପର୍ଯ୍ୟୟ ଦିବସ ପାଳୁଛି ପ୍ରଶାସନ

ସାଧାରଣ ଲୋକଙ୍କୁ ବୁଝାଇବା ସହ ସଚେତନତା କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ, ଫାୟାର ଅଫିସର ସଞ୍ଜୀବ କୁମାର ବେହେରାଙ୍କ ସମେତ ଅଗ୍ନିଶମ କର୍ମଚାରୀ ଓ ସାଧାରଣ ଲୋକ ଉପସ୍ଥିତ ରହିଥିଲେ । ସେହି ୨୪ ବର୍ଷ ପୂର୍ବେ ଓଡ଼ିଶାକୁ ଲାଗିଥିଲା ଶକ୍ତ ଧକ୍କା । ସେହି ସମୟରେ ପ୍ରସ୍ତୁତି ଦିଗରେ ଏତେ ତତ୍ପର ନଥିଲା କୌଣସି ବିଭାଗ । ତେଣୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ଏରସମାରେ କେତେ ଯେ ପ୍ରାଣ ଯାଇଥିଲା ତାହା ଭାବିଲେ ଦେହରେ ଶିହରଣ ଖେଳିଯାଏ । ହେଲେ ବର୍ତ୍ତମାନ ଏହି ବାତ୍ୟାବନ୍ୟା ପାଇଁ ଅଗ୍ନିଶମ, ଓଡ୍ରାଫ, NDRF ସବୁବେଳେ ସଜାଗ ରହିଛି । ଲୋକମାନେ ମଧ୍ୟ ଏଥିପାଇଁ ସଚେତନତା ଅବଲମ୍ବନ କଲେ ହୁଏତ ଭବିଷ୍ୟତରେ ଏଭଳି ବଡ଼ ପ୍ରାକୃତିକ ବିପର୍ଯ୍ୟୟର ସଠିକ ମୁକାବିଲା କରାଯାଇପାରିବ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.