ରଜ ପାଇଁ ଉତ୍ସବମୁଖର ରାଜ୍ୟ, ମଉଜ କରି ରଜ ପାଳୁଛନ୍ତି କୁମାରୀ

By

Published : Jun 14, 2023, 9:58 PM IST

thumbnail

ଢେଙ୍କାନାଳ: ଓଡ଼ିଶାର ଗଣପର୍ବ ହେଉଛି ରଜ । ଏହାକୁ ମଧ୍ୟ ଏକ କୃଷି ଭିତ୍ତିକ ପର୍ବ ବୋଲି କୁହାଯାଏ । ଗାଁଠାରୁ ସହର ସବୁଠି ରଜ ପାଇ ଚଳାଚଞ୍ଚଳ। ଘରେ ଘରେ ପିଠାପଣର ଆସର । ଢେଙ୍କାନାଳ ଗୋବିନ୍ଦପୁର ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ ମିଶନର ଅନ୍ତେବାସୀମାନେ ଧୂମଧାମରେ ପାଳିଛନ୍ତି ରଜପର୍ବ । ମୁଖ୍ୟ ଅତିଥି ଭାବେ ହାସ୍ୟକବି କୁଳାଙ୍ଗାର ଯୋଗ ଦେଇ ପୋଡପିଠା କାଟି ଏହାକୁ ଉଦଘାଟନ କରିଥିଲେ । ପ୍ରତ୍ୟେକ ବର୍ଷ ଏହି ଅନୁଷ୍ଠାନରେ ଖୁବ ଧୂମଧାମରେ ପାଳିତ ହୋଇଥାଏ ରଜ । ଏଠାରେ ଥିବା ଜରାଶ୍ରମ ଓ ଶିଶୁ ଗୃହର ଅନ୍ତେବାସୀମାନେ ମିଳିତଭାବେ ଆଜି ପହିଲି ରଜରେ ନୂଆ ଡ୍ରେସ ପିନ୍ଧି, ରଜ ପାନ ଖାଇ ଦୋଳି ଖେଳି ଖୁବ ମଜା ଉଠାଇ ଥାନ୍ତି । ଏଠିକାର ଅନ୍ତେବାସୀମାନେ ନିଜର ପରିବାରଠୁ ବହୁ ଦୂରରେ ରହିଥାଆନ୍ତି । ସେମାନଙ୍କ ମନରେ ଖୁସି ଭରିବା ପାଇ ଏହି ଅନୁଷ୍ଠାନ ପକ୍ଷରୁ ଖୁବ ଧୁମଧାମରେ ପାଳନ କରାଯାଏ ରଜ ପର୍ବ ।  

ଇଟିଭି ଭାରତ, ଢେଙ୍କାନାଳ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.