ETV Bharat / state

ରାଜନୈତିକ ହିଂସା ଘଟଣା; 8 ଗିରଫ, 144 ଧାରା ଜାରି, ରାଜନୀତିରେ ହିଂସାର ସ୍ଥାନ ନାହିଁ କହିଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ - Violence In Khallikote

author img

By ETV Bharat Odisha Team

Published : May 16, 2024, 2:54 PM IST

Violence In Khallikote: ଖଲ୍ଲିକୋଟରେ ରାଜନୈତିକ ହିଂସା ଘଟଣାରେ ଆଠ ଜଣଙ୍କୁ ଗିରଫ କଲା । ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିବା ବେଳେ 7ଗୁରୁତର ଆହତ ହୋଇଥିଲେ । ଅଧିକ ପଢନ୍ତୁ

Violence In Khallikote
Violence In Khallikote (ETV Bharat Odisha)

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅଞ୍ଚଳରେ ହିଂସା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ବୁଧବାର ରାତିରେ ବିଜେଡି ବିଜେପି ଦଳର କର୍ମୀଙ୍କ ମଧ୍ୟରେ ହୋଇଥିବା ରାଜନୈତିକ ହିଂସା ଘଟଣାରେ ପୋଲିସ ପକ୍ଷରୁ ମାମଲା ରୁଜୁ କରିବା ସହ ଏହି ଘଟଣାରେ ଆଠ ଜଣଙ୍କୁ ଗିରଫ କରାଯାଇଛି । ପ୍ରକାଶଥାଉକି, ପ୍ରାକ ହିଂସାରେ ବିଜେପି ନେତା ରାମ ପାହାନଙ୍କ ପୁତ୍ର ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିବା ବେଳେ 7ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଖଲ୍ଲିକୋଟ ଥାନାରେ ଏହି ଘଟଣାକୁ ନେଇ 414/24 କେସ୍ ନମ୍ବର u/s 147/ 148/ 341/ 323/ 37/ 324/ 326/302/149 r/w 25(1)(a)/27(1) ଆର୍ମ୍ସ ଆକ୍ଟରେ ସମସ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଏହି ଘଟଣାକୁ ନିନ୍ଦା କରି ଟ୍ବିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ମୃତକଙ୍କ ପରିବାରକୁ ଶୋକ ବ୍ୟକ୍ତ କରିବା ସହିତ ଗଣତନ୍ତ୍ରରେ ହିଂସାର ସ୍ଥାନ ନଥିବା କହିବା ସହିତ ସେ ଏଭଳି ଘଟଣାକୁ ଦୃଢ଼ ବିରୋଧ କରୁଛନ୍ତି । ଅନ୍ୟପଟେ ଯେଉଁମାନେ ଗୁରୁତର ହୋଇଥିବା ଅନ୍ୟ ଜଣେ ସଦସ୍ୟଙ୍କ ଆରୋଗ୍ୟ କାମନା ସହିତ ପୋଲିସ ପକ୍ଷରୁ ଏଭଳି ଏକ ଅଭାବନୀୟ ଅପରାଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଆକ୍ରମଣରେ ଜଣେ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ - Violence In Khallikote

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଟ୍ବିଟର ମାଧ୍ୟମରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଅଭାବନୀୟ ପ୍ରାକ୍ ନିର୍ବାଚନୀ ହିଂସାରେ ନିଜ ଦଳର କାର୍ଯ୍ୟକର୍ତ୍ତା ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ସେ ଦୁଃଖଦ ଓ ମର୍ମାହତ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି, "ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନୃପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୌର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।"


ସେହିପରି ଗଣତନ୍ତ୍ରରେ ହିଂସା ଓ ଅନ୍ୟାୟର କୌଣସି ସ୍ଥାନ ନାହିଁ । ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବିଜେଡି କର୍ମୀଙ୍କ ଦ୍ବାରା ହୋଇଥ‌ିବା ଆକ୍ରମଣକୁ ସେ କଠୋରରୁ କଠୋର ଶବ୍ଦରେ ନିନ୍ଦା କରିବା ସହିତ ଶାସକ ଦଳ ହାରିବା ଭୟରେ ହିଂସାକୁ ଅବଲମ୍ବନ କରିଛନ୍ତି । ଦଳର କାର୍ଯ୍ୟକର୍ତ୍ତାଙ୍କ ବଳିଦାନ ବ୍ୟର୍ଥ ଯିବନାହି । ଏହାର ଉଚିତ ଜବାବ ଲୋକ ମାନେ ବାଲଟ୍ ମାଧ୍ୟମରେ ଦେବେ । ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ତୁରନ୍ତ ଏହି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.