ETV Bharat / state

ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ହେବେ ଧର୍ମେନ୍ଦ୍ର ପ୍ରଧାନ, ନିର୍ବାଚନ ଆଗରୁ ଘୋଷଣା କରିବ ଦଳ !

author img

By

Published : Dec 22, 2022, 6:22 PM IST

Union Minister Dharmendra Pradhan
Union Minister Dharmendra Pradhan

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan ) ହେବେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା । ନିର୍ବାଚନ ପାଖାପାଖି ଘୋଷଣା ହେବ ଧର୍ମେନ୍ଦ୍ରଙ୍କ ନାଁ । ବିଜେଡିକୁ କ୍ଷମତାଚ୍ୟୁତ ପାଇଁ ବିଜେପି ପୁରା ଶକ୍ତି ସାମର୍ଥ୍ୟ ସହ ଲଢିବ । ଅପରାଜୟେ ନବୀନଙ୍କୁ ପରାଜିତ କରିବାକୁ ହେଲେ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବାକୁ ହେବ । ଏଥିପାଇଁ ମାନସିକ ଭାବେ ପ୍ରସ୍ତୁତ ହେଉଛି ଗୈରିକ ଦଳ । କେନ୍ଦ୍ରୀୟ ବିଜେପି ନେତା ଆଗାମୀ ଦିନରେ ନନଷ୍ଟପ ରାଜ୍ୟ ଗସ୍ତ କରିବେ । ରାଜ୍ୟରେ ନିର୍ବାଚନ ମାହୋଲ ସୃଷ୍ଟି କରିବେ । ଆଉ ଧର୍ମେନ୍ଦ୍ରଙ୍କ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଉଦ୍ୟମ କରିବେ । ଅଧିକ ପଢନ୍ତୁ

ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ହେବେ ଧର୍ମେନ୍ଦ୍ର ପ୍ରଧାନ, ନିର୍ବାଚନ ଆଗରୁ ଘୋଷଣା କରିବ ଦଳ !

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan ) ହେବେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା । ନିର୍ବାଚନ ପାଖାପାଖି ଘୋଷଣା ହେବ ଧର୍ମେନ୍ଦ୍ରଙ୍କ ନାଁ । ବିଜେଡିକୁ କ୍ଷମତାଚ୍ୟୁତ ପାଇଁ ବିଜେପି ପୁରା ଶକ୍ତି ସାମର୍ଥ୍ୟ ସହ ଲଢିବ । ଅପରାଜୟେ ନବୀନଙ୍କୁ ପରାଜିତ କରିବାକୁ ହେଲେ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବାକୁ ହେବ । ଏଥିପାଇଁ ମାନସିକ ଭାବେ ପ୍ରସ୍ତୁତ ହେଉଛି ଗୈରିକ ଦଳ । କେନ୍ଦ୍ରୀୟ ବିଜେପି ନେତା ଆଗାମୀ ଦିନରେ ନନ୍‌ଷ୍ଟପ ରାଜ୍ୟ ଗସ୍ତ କରିବେ । ରାଜ୍ୟରେ ନିର୍ବାଚନ ମାହୋଲ ସୃଷ୍ଟି କରିବେ । ଆଉ ଧର୍ମେନ୍ଦ୍ରଙ୍କ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଉଦ୍ୟମ କରିବେ । ଆବଶ୍ୟକ ହେଲେ କେନ୍ଦ୍ରୀୟ ବିଜେପି ଶେଷ ପର୍ଯ୍ୟାୟରେ କୌଣସି ଟ୍ରମ୍ପକାର୍ଡ ଖେଳିପାରନ୍ତି । ଯାହାର ସଂକେତ ଆଜି ରାଜ୍ୟ ବିଜେପି ନେତାଙ୍କ ପକ୍ଷରୁ ଆସିଛି ।

ଏହାବି ପଢନ୍ତୁ- କୋରୋନା ନୂଆ ଭାରିଏଣ୍ଟକୁ ନେଇ ଚିନ୍ତା, ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ମୋଦି

ସାଧାରଣ ନିର୍ବାଚନ(General Election2024)କୁ ଆଉ ଏକ ବର୍ଷ ରହିଲା । ଆସନ୍ତାବର୍ଷ ଏହି ସମୟ ବେଳକୁ ସାରା ଦେଶରେ ସାଧାରଣ ନିର୍ବାଚନର ପବନ ବୋହି ସାରିଥିବ । ନିର୍ବାଚନକୁ ନେଇ ଗାଁରୁ ସହର ସଡକରୁ ସଂସଦ ଯାଏଁ ଚର୍ଚ୍ଚା ଆଲୋଚନା ବିତର୍କ ଜାରି ରହିଥିବ । ସାଧାରଣ ନିର୍ବାଚନ ସହିତ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ ଓଡ଼ିଶାରେ ଆହୁରି ରାଜନୀତି ସରଗରମ ହେବ । ବିଜେଡି ଷଷ୍ଠ ଥର କ୍ଷମତା ବଜାୟ ପାଇଁ ପୁରା ଦମ ଲଗାଇବ । ବିଜେପି କ୍ଷମତା ଦଖଲ ପାଇଁ କୌଣସି ସୁଯୋଗ ଛାଡ଼ିବ ନାହିଁ । କଂଗ୍ରେସ ମଧ୍ୟ ବନବାସରୁ ଫେରି ରାଜ୍ୟ ଶାସନ କରିବାକୁ ଉଦ୍ୟମ କରୁଛି । ଏନେଇ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଏହାବି ପଢନ୍ତୁ- ରାମୋଜୀ ଫିଲ୍ମ ସିଟିକୁ ମିଳିଲା Eat Right Campus ମାନ୍ୟତା

ଆଜି ବିଜେପି ମୁଖପାତ୍ର ତଥା ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି ‘‘ଦଳରେ ମୁଖ୍ୟମନ୍ତ୍ରୀ ଫେସ୍‌ ହେବା ପାଇଁ ଅନେକ ଚେହେରା ଅଛନ୍ତି । ସୁରଥ ଇସାରା ଇସାରାରେ କହିଛନ୍ତି ଯିଏ କି କେନ୍ଦ୍ରରେ ନେତୃତ୍ବ ନେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତର ହୋଇପାରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ବିଶ୍ବେଶ୍ବର ଟୁଡୁ ଆମ ନେତା । ଫେସ୍‌ ହେଉଛନ୍ତି ସେହି ନେତା ଯାହାକୁ ରାଜ୍ୟବାସୀ ଜାଣିଛନ୍ତି, 2014ରୁ ଏଯାଏଁ ଯିଏ ରାଜ୍ୟବାସୀଙ୍କର ନିରବଚ୍ଛିନ୍ନ ଭାବେ ସେବା କରିଆସୁଛନ୍ତି ।’’ ତେବେ କିଏ ହେବେ ଚେହେରା କଣ ହେବ ଦଳର ଆଭିମୁଖ୍ୟ ସେ ନିଷ୍ପତ୍ତି କେନ୍ଦ୍ରୀୟ ନେତୃବୃନ୍ଦ ନେବେ ବୋଲି କହିଛନ୍ତି ସୁରଥ । ସେହି ନେତା ଧର୍ମେନ୍ଦ୍ର ପ୍ରଧାନ କି ବୋଲି ପ୍ରଶ୍ନର ଉତ୍ତରରେ ସୁରଥ ବିଶ୍ବାଳଙ୍କ ଉତ୍ତର ଥିଲା 'ହୋଇପାରେ...'

ଏହାବି ପଢନ୍ତୁ- ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀ, ଶୋଭାରାମପୁର ରେଳ ଓଭର ବ୍ରିଜର କଲେ ଉଦଘାଟନ

ସେପଟେ ରାଜନୀତି ସମୀକ୍ଷକଙ୍କ ମତରେ ରାଜ୍ୟ ବିଜେପି ଫେସ୍‌ କିଏ ହେବ ସେନେଇ ତୁରନ୍ତ ଘୋଷଣା କରିବା ଦରକାର । ନଚେତ 2019 ପରି ପରିସ୍ଥିତିର ସାମ୍ନା କରିବାକୁ ପଡିବ । ରାଜନୀତି ସମୀକ୍ଷକ ଅକ୍ଷୟ ସାହୁ କହିଛନ୍ତି , ‘‘2024 ନିର୍ବାଚନରେ ବିଜେପିକୁ ସେତେବେଳେ ସଫଳତା ମିଳିବ ଯେତେବେଳେ ଦଳ ଗୋଟିଏ ଚେହେରାକୁ ସାମ୍ନାକୁ ଆଣିବ । କାରଣ ଅପରାଜେୟ ନବୀନଙ୍କୁ ଟକ୍କର ଦେବାକୁ ହେଲେ ରାଜ୍ୟବାସୀଙ୍କ ଆଗରେ ଗୋଟିଏ ଚେହେରା ରହିବା ଜରୁରୀ । 2024 ବିଜେପି ପାଇଁ ଗୋଟିଏ ସୁଯୋଗ ଆଣିବ । ଏହାକୁ ବିଜେପି ହାତଛଡା କଲେ ପୁଣି ଲମ୍ବା ସମୟ ଅପେକ୍ଷା କରିବାକୁ ପଡିବ । ଏହାକୁ ନେଇ ବିଜେପି ନେତୃତ୍ବ ଚିନ୍ତା କରିବା ଆବଶ୍ୟକ ବୋଲି କହିଛନ୍ତି । ପଞ୍ଚାୟତ ନିର୍ବାଚନ ଏବଂ ଅର୍ବାନ ନିର୍ବାଚନରେ ବିଜେପି ବିଫଳତା ପଛର କାରଣକୁ ଦଳ ତର୍ଜମା କରିବା ଆବଶ୍ୟକ ବୋଲି କହିଛନ୍ତି ।

ଏହାବି ପଢନ୍ତୁ- ପାଟି ସ୍ବାସ୍ଥ୍ୟ ବଜାୟ ରଖେ Oil Pulling, ଜାଣନ୍ତୁ ଉପକାରିତା ଓ ବ୍ୟବହାର ପ୍ରଣାଳୀ

ସୂଚନାଯୋଗ୍ଯ ଯେ, ରାଜ୍ୟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ ହୋଇପାରେ ବୋଲି କିଛି ଦିନ ହେଲା ଚର୍ଚ୍ଚା ଜାରି ରହିଛି । ଖୋଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହାକୁ ନେଇ ନିଜର ମତ ରଖିଛନ୍ତି । ବିଜେଡି ନେତାମାନେ ମଧ୍ୟ ଆଗୁଆ ନିର୍ବାଚନ କରାଇବା ବିଜେପିର ଯୋଜନା ବୋଲି ଅଭିଯୋଗ କରିବା ସହ ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ଏପରି ସ୍ଥଳେ ଏବେ ଅପେକ୍ଷା ଆଗାମୀ 2024 ନିର୍ବାଚନ ବିଜେପି ନିଜ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରୁଛି ନା ପୁଣି ଥରେ କ୍ଷମତାକୁ ଆସିଲେ ସଂସଦୀୟ ବୋର୍ଡ ନିଷ୍ପତି ନେବ ବୋଲି କହୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.